ଶିବସେନା ନେତା ସଞ୍ଜୟ ରାଉତଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ମାସେ ପୂର୍ବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଇଂରାଜୀ ଭାଷାର ବିକଳ୍ପ ଭାବେ ସ୍ଥାନୀୟ ଭାଷା ବଦଳରେ ହିନ୍ଦୀ ଭାଷାକୁ ସ୍ୱୀକାର କରାଯିବା ଆବଶ୍ୟକ।
Trending Photos
Shiv Sena Leader Sanjay Raut: 'ଗୋଟିଏ ଦେଶ ଗୋଟିଏ ଭାଷା' ସମର୍ଥନରେ ଆସିଲେ ଶିବସେନା ନେତା ସଞ୍ଜୟ ରାଉତ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ ସମଗ୍ର ଭାରତ ବର୍ଷରେ ହିନ୍ଦୀ ଭାଷା କୁହାଯାଏ। ଏହାକୁ ମଧ୍ୟ ଗ୍ରହଣ କରାଯାଏ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଆହ୍ୱାନ ସ୍ୱୀକାର କରିବା ଆବଶ୍ୟକ ଯେ ସମସ୍ତ ରାଜ୍ୟରେ କେବଳ ଗୋଟିଏ ଭାଷା ରହିବା ଆବଶ୍ୟକ।
ଶିବସେନା ନେତା ସଞ୍ଜୟ ରାଉତଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ମାସେ ପୂର୍ବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଇଂରାଜୀ ଭାଷାର ବିକଳ୍ପ ଭାବେ ସ୍ଥାନୀୟ ଭାଷା ବଦଳରେ ହିନ୍ଦୀ ଭାଷାକୁ ସ୍ୱୀକାର କରାଯିବା ଆବଶ୍ୟକ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଦକ୍ଷିଣ ଭାରତରେ ପ୍ରବଳ ବିରୋଧ ହୋଇଥିଲା।
ସଦ୍ୟ ସଞ୍ଜୟ ରାଉତଙ୍କ ଏହି ବୟାନ ତାମିଲନାଡୁ଼ ଶିକ୍ଷାମନ୍ତ୍ରୀ ପୋନମୁଡିଙ୍କ ଜଡିତ ଏକ ପ୍ରଶ୍ନର ଉତ୍ତରରେ ଆସିଥିବା କୁହାଯାଉଛି। ଯିଏ ଦିନକ ପୂର୍ବରୁ ହିନ୍ଦୀ ଭାଷାକୁ ଜବରଦସ୍ତ ଥୋପିବାକୁ ନେଇ କରାଯାଉଥିବା ପ୍ରୟାସକୁ ନିନ୍ଦା କରିଥିଲେ ଏବଂ ଏହା ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ଏହି ଭାଷା ଶିଖିବା ଦ୍ୱାରା ରୋଜଗାର ମିଳିବ।
Also Read: ହିନ୍ଦୀ ବିରୋଧି ବୟାନକୁ ନେଇ ଚର୍ଚ୍ଚାରେ ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ
ହିନ୍ଦୀ ଭାଷା ଶିଖିଲେ ରୋଜଗାର ମିଳୁଥିବା ନେଇ କରାଯାଉଥିବା ଦାବି ଉପରେ ପ୍ରଶ୍ନ ଉଠାଇ ତାମିଲନାଡୁ଼ ଶିକ୍ଷାମନ୍ତ୍ରୀ ପୋନମୁଡି କହିଥିଲେ ବର୍ତ୍ତମାନ ରାଜ୍ୟର କୋଏମ୍ବାଟୁର ଠାରେ କିଏ ଗୁପଚୁପ କେଉଁ ଲୋକ ବିକୁଛନ୍ତି? ମନ୍ତ୍ରୀଙ୍କ ଇସାରା ସିଧାସଳଖ ହିନ୍ଦୀ ଭାଷା କହୁଥିବା ଦୋକାନୀଙ୍କ ଆଡ଼କୁ ଥିଲା। ହିନ୍ଦୀ ହେଉଛି ରାଷ୍ଟ୍ର ଭାଷା।
ତାମିଲନାଡୁ଼ ଶିକ୍ଷାମନ୍ତ୍ରୀଙ୍କ ଏହି ବୟାନ ଉପରେ ଜବାବ ରଖି ଶିବସେନା ନେତା କହିଛନ୍ତି ତାଙ୍କ ଦଳ ସବୁବେଳେ ହିନ୍ଦୀ ଭାଷାକୁ ସମ୍ମାନ କରିଆସିଛି। ମୋତେ ଯେତେବେଳେ ସଂସଦରେ କହିବାକୁ ସୁଯୋଗ ମିଳିଥାଏ ସେତେବେଳେ ମୁଁ ହିନ୍ଦୀ ଭାଷାରେ କହିଥାଏ। କାରଣ ମୁଁ କ'ଣ କହିବାକୁ ଚାହେଁ ତାହା ଦେଶ ଶୁଣିବା ଆବଶ୍ୟକ। ହିନ୍ଦୀ ହେଉଛି ରାଷ୍ଟ୍ରଭାଷା। ଏହା ହେଉଛି ଏକମାତ୍ର ଭାଷା ଯାହା ସମଗ୍ର ଦେଶରେ ଗ୍ରହଣୀୟ ଏବଂ କଥିତ। ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପର ଦେଶ ବିଦେଶରେ ଗଭୀର ପ୍ରଭାବ ରହିଛି । କୌଣସି ଭାଷା ଅପମାନ କରିବା ଠିକ ନୁହେଁ। କେନ୍ଦ୍ର ରାଜ୍ୟ ଗୃହମନ୍ତ୍ରୀ ଅମିତ ଶାହ ଏହି ଆହ୍ୱାନ ଗ୍ରହଣ କରିବା ଆବଶ୍ୟକ ଯେ ସମସ୍ତ ରାଜ୍ୟରେ ଗୋଟିଏ ଭାଷା ରହିବା ଉଚିତ। ଗୋଟିଏ ରାଷ୍ଟ୍ର, ଗୋଟିଏ ସମ୍ବିଧାନ, ଗୋଟିଏ ଚିହ୍ନ, ଗୋଟିଏ ଭାଷା ରହିବା ଆବଶ୍ୟକ।