ଶୋଏବ ଅଖତର ପାକିସ୍ତାନର ଚ୍ୟାନେଲ ପିଟିଭି ସ୍ପୋର୍ଟସରେ ଅପମାନର ସମ୍ମୁଖୀନ ହୋଇଛନ୍ତି । ଏହା ପରେ ସେ ଲାଇଭ୍ ଶୋ’ରେ ଇସ୍ତଫା ଦେଇ ଶୋ’ରୁ ବିଦାୟ ନେଇଥିଲେ ।
Trending Photos
ଲାଇଭ ଶୋ’ରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଅପମାନର ସମ୍ମୁଖୀନ ହୋଇଛନ୍ତି । ପିଟିଭି ସ୍ପୋର୍ଟସ୍ ଶୋ' 'ଗେମ୍ ଅନ୍ ହେ' ଚାଲିଥିବା ସମୟରେ ହୋଷ୍ଟ୍ ନୌମାନ୍ ନିଆଜ୍ ଶୋଏବଙ୍କ ସହ ଅସଦାଚରଣ କରିଥିଲେ ଓ ତାଙ୍କୁ ଶୋ' ଛାଡିବାକୁ କହିଥିଲେ । ଏହା ପରେ ଶୋଏବ ଶୋ' ଛାଡି ସୋସିଆଲ ମିଡିଆରେ ନିଜର ଦୁଃଖ ବ୍ୟକ୍ତ କରି ପୁରା ଘଟଣା ବିଷୟରେ କହିଥିଲେ । ଶୋ’ରେ ଯେଉଁଠାରେ ଶୋଏବ ଅଖତରଙ୍କୁ ଅପମାନିତ କରାଯାଇଥିଲା, ତାଙ୍କ ବ୍ୟତୀତ ସାର୍ ଭିଭିଆନ୍ ରିଚାର୍ଡସ ଏବଂ ଡେଭିଡ ଗୋୱାରଙ୍କ ପରି ଷ୍ଟାଲୱାର୍ଟ ଉପସ୍ଥିତ ଥିଲେ । ଶୋ’ରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ବିଷୟରେ ଆଲୋଚନା କରାଯାଉଥିଲା, ଯଦିଓ ସେହି ସମୟରେ ମ୍ୟାଚ୍ ଆରମ୍ଭ ହୋଇନଥିଲା । ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପୂର୍ବରୁ ଶୋଏବ ଅଖତରଙ୍କୁ ପାକିସ୍ତାନର ଜାତୀୟ ଟିଭିରେ ଅପମାନିତ କରାଯାଇଥିଲା ଏବଂ ଏହି ଡ୍ରାମା ଦୀର୍ଘ ସମୟ ଧରି ଚାଲିଥିଲା। ଶୋଏବ ଏହି ଶୋ’ରେ ଶାହିନ୍ ଆଫ୍ରିଦି ଏବଂ ହରିଶ ରଉଫଙ୍କ ବୋଲିଂରେ ଉନ୍ନତି ପାଇଁ ସେ ପିଏସ୍ଏଲ୍ ଦଳ ଲାହୋର କଳନ୍ଦରଙ୍କୁ ଶ୍ରେୟ ଦେଇଥିଲେ । ଏହାପରେ ଶୋ’ର ହୋଷ୍ଟ ତାଙ୍କ ସହ ଅସଦାଚରଣ କରି ତାଙ୍କୁ ଶୋ' ଛାଡିବାକୁ କହିଥିଲେ ।
Dr Nauman Niaz and Shoaib Akhtar had a harsh exchange of words during live PTV transmission. pic.twitter.com/nE0OhhtjIm
— Kamran Malik (@Kamran_KIMS) October 26, 2021
ଏହା ରହିଛି ଘଟଣା
ଶୋ’ ସମୟରେ ହଠାତ୍ ହୋଷ୍ଟ ନୌମାନ୍ ନିଆଜ୍ ଶୋଏବଙ୍କ ଉପରେ ରାଗିଯାଇଥିଲେ ଏବଂ ସେ କହିଥିଲେ ଯେ ଆପଣ ଟିକେ ଅସଭ୍ୟ ବ୍ୟବହାର କରୁଛ ଏବଂ ମୁଁ କହିବାକୁ ଚାହେଁ ନାହିଁ ଯେ ଯଦି ଆପଣ ଅଧିକ ସ୍ମାର୍ଟ ହେବେ ତେବେ ଆପଣ ଯାଇପାରନ୍ତି । ମୁଁ ଏହାକୁ ଅନ-ଏୟାର କହୁଛି । ନୟାଜଙ୍କ କଥା ଶୁଣିବା ପରେ ଶୋଏବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ସେ ଜାଣି ନଥିଲେ ଯେ କେଉଁ କଥା ହୋଷ୍ଟକୁ ଅପମାନିତ କରିଛି । ଏହା ପରେ ନିଆଜ ତୁରନ୍ତ ଏକ ବିରତି ନେଇଥିଲେ । ବିରତି ପରେ ମଧ୍ୟ ଶୋ’ର ଏନଭାଇରମେଣ୍ଟ ବଦଳି ନଥିଲା ଏବଂ ବାକି ଅତିଥିମାନଙ୍କୁ କ୍ଷମା ମାଗି ପିଟିଭି ସ୍ପୋର୍ଟସରୁ ସୋଏବ ଇସ୍ତଫା ଦେବାକୁ କହିଥିଲେ । ଏହା ପରେ ଶୋଏବ ଶୋ’ ଛାଡିଥିଲେ ।
@shoaib100mph is our pride, no one can insult him on National TV. PM should take notice and will remove Dr. Nauman Niaz from PTV Sports. #iSupportShoaibAkther pic.twitter.com/H4XQl8dA5F
— Faakhir Rizvi (@FaakhirRizvi) October 26, 2021
ଶୋଏବ ଅଖତର କହିଛନ୍ତି, "ମୁଁ ଆପଣଙ୍କୁ କ୍ଷମା ମାଗୁଛି । ମୁଁ PTV ରୁ ଇସ୍ତଫା ଦେଉଛି । ନ୍ୟାସନାଲ ଟିଭିରେ ମୋ ପ୍ରତି ହୋଇଥିବା ବ୍ୟବହାର ପରେ ମୁଁ ଭାବୁ ନାହିଁ ଯେ ମୁଁ ଏଠାରେ ବସିବା ଉଚିତ୍ । ସେଥିପାଇଁ ମୁଁ ଇସ୍ତଫା ଦେଉଛି । ଧନ୍ୟବାଦ ।"
Multiple clips are circulating on social media so I thought I shud clarify. pic.twitter.com/ob8cnbvf90
— Shoaib Akhtar (@shoaib100mph) October 26, 2021
ଶୋଏବ ଶୋ’ ଛାଡିବା ପରେ ମଧ୍ୟ ହୋଷ୍ଟ ନୌମାନ ନିଆଜଙ୍କ ଉପରେ କୌଣସି ପ୍ରଭାବ ପଡି ନଥିଲା ଏବଂ ସେ ନିଜ ସ୍କ୍ରିପ୍ଟ ପଢ଼ିଚାଲିଥିଲେ । ଶୋ’ରେ କିଛି ଘଟି ନ ଥିବା ପରି ବ୍ୟବହାର କରିଥିଲେ । ପରେ ଶୋଏବ ଟ୍ୱିଟରରେ ଏକ ଭିଡିଓ ସେୟାର କରି ନିଜର ଷ୍ଟାଣ୍ଡକୁ ସ୍ପଷ୍ଟ କରିଛନ୍ତି । ସେ କହିଥିଲେ ଯେ ସେ ଏଠାରେ ଏହି କଥାବାର୍ତ୍ତା ଶେଷ କରିବାକୁ ଚାହୁଁଛନ୍ତି, କିନ୍ତୁ ହୋଷ୍ଟ ନିଆଜ ତାଙ୍କୁ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି । ଏହା ପରେ ସେ ଇସ୍ତଫା ଦେବା ଭଲ ବୋଲି ଭାବିଥିଲେ । ସୋଏବଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ସମର୍ଥନ କରିଥିଲେ ଓ ହୋଷ୍ଟ ନିୟାଜଙ୍କୁ PTV ରୁ ହଟାଇବାକୁ ଦାବି କରିଥିଲେ ।
ଏହା ବି ପଢ଼ନ୍ତୁ: ଦଶନ୍ଧି ପର୍ଯ୍ୟନ୍ତ ମଜବୁତ ରହିବ BJP, ରାହୁଲ ପିଏମ ମୋଦିଙ୍କ ଶକ୍ତିକୁ ଅନୁମାନ କରିବାରେ ଅସମର୍ଥ: PK