Bihar Liquor Death: ପୁଣି ମଦ ନେଲା ଜୀବନ, ୧୬ ମୃତ୍ୟୁ ସହ ୪୮ ହସ୍ପିଟାଲରେ ଭର୍ତ୍ତି
Advertisement
Article Detail0/zeeodisha/odisha1653681

Bihar Liquor Death: ପୁଣି ମଦ ନେଲା ଜୀବନ, ୧୬ ମୃତ୍ୟୁ ସହ ୪୮ ହସ୍ପିଟାଲରେ ଭର୍ତ୍ତି

Bihar Liquor Death News In Odia: କାମ କରିବା ପରେ ସମସ୍ତେ ଏକାଠି ମଦ୍ୟପାନ କରିଥିଲେ, ଏବଂ ସେଠାରୁ ଘରକୁ ଯାଇଥିଲେ । ରାତି ଗଲାବେଳେ ସମସ୍ତଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା। ଜାଟା ରାମ, ଧ୍ରୁପ ପାସୱାନ୍, ଅଶୋକ ପାସୱାନ୍ ଏବଂ ଛୋଟୁଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ସନ୍ଧ୍ୟା ଠାରୁ ଏହି କ୍ରମର ମୃତ୍ୟୁ ଆରମ୍ଭ ହୋଇଥିଲା। 

Bihar Liquor Death: ପୁଣି ମଦ ନେଲା ଜୀବନ, ୧୬ ମୃତ୍ୟୁ ସହ ୪୮ ହସ୍ପିଟାଲରେ ଭର୍ତ୍ତି

Bihar Liquor Death News In Odia: ବିହାରରେ ପୁଣି ମୃତ୍ୟୁର ତାଣ୍ଡବ ରଚିଛି ବିଷାକ୍ତ ମଦ । ବିହାରର ପୂର୍ବ ଚମ୍ପାରନ୍ ଜିଲ୍ଲାରେ ମଦ ପିଇବା ପରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ପାଖାପାଖି ୪୮ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ମୋତିହାରୀ ଏବଂ ମୁଜାଫରପୁରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।  ଜିଲ୍ଲାର ୬ ଟି ଗାଁର ଲୋକମାନେ ଗୁରୁବାର ବିଭିନ୍ନ ସ୍ଥାନରେ ମଦ ପିଇଥିଲେ। ରାତିରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା। ପରଦିନ ଅର୍ଥାତ ଆଜି ସକାଳୁ ଗୋଟିଏ ପରେ ଗୋଟିଏ ମୃତ୍ୟୁ ଖବର ସାମ୍ନାକୁ ଆସିଲା । ଏବେ ସୁଦ୍ଧା ୧୬ ଜଣଙ୍କର ମୃତ୍ୟୁ ଘଟିଛି। 

ଏହି ଘଟଣାରେ ପାଟନାର ଏକ ସ୍ୱତନ୍ତ୍ର ଟିମ୍ (Patna Special Team) ମୋତିହାରୀକୁ ଯାଇ ଘଟଣାର ଅନୁସନ୍ଧାନ କରିବାକୁ ଯାଉଛନ୍ତି। ଏଥିରେ ୫ ଜଣ ପୋଲିସ କର୍ମଚାରୀ ଅଛନ୍ତି। ସେଥିରେ ୨ ଜଣ DSP ଏବଂ ୩ ଇନ୍ସପେକ୍ଟର ଅଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାର ଡିଏମ-ଏସପି କହିଛନ୍ତି ଯେ ଡାଇରିଆ-ଖାଦ୍ୟ ବିଷାକ୍ତ କାରଣରୁ ମୃତ୍ୟୁ ଘଟିଛି। ଏହି ଘଟଣାରେ ସିଏମ ନୀତୀଶ କୁମାର କହିଛନ୍ତି ଯେ, ଲୋକମାନେ ଭୁଲ କାମ କରିବା ଉଚିତ ନୁହେଁ। ଏହି କଥା ବାରମ୍ବାର ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ମଦ ଭୋଜିରେ (Liquor Death)  ଯୋଗ ଦେଇଥିବା ବିନୋଦ ପାଶୱାନ୍ କହିଛନ୍ତି ଯେ ଗହମ କାଟିବା ପାଇଁ ଜାଟା ରାମ ଆମ ସମସ୍ତଙ୍କୁ ବାଲଗଙ୍ଗାକୁ ଡାକିଥିଲେ। ସେଠାରେ କାମ କରିବା ପରେ ସମସ୍ତେ ଏକାଠି ମଦ୍ୟପାନ କରିଥିଲେ, ଏବଂ ସେଠାରୁ ଘରକୁ ଯାଇଥିଲେ । ରାତି ଗଲାବେଳେ ସମସ୍ତଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା। ଜାଟା ରାମ, ଧ୍ରୁପ ପାସୱାନ୍, ଅଶୋକ ପାସୱାନ୍ ଏବଂ ଛୋଟୁଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ସନ୍ଧ୍ୟା ଠାରୁ ଏହି କ୍ରମର ମୃତ୍ୟୁ (Bihar Liquor Death) ଆରମ୍ଭ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ୮ ଜଣ ପ୍ରାଣ ହରାଇଥିଲେ। ଶନିବାର ସକାଳେ ଏହି ସଂଖ୍ୟା ୧୬ କୁ ବୃଦ୍ଧି ପାଇଛି । ସେହିପରି ପୋଷ୍ଟମର୍ଟମ ବିନା ପରିବାର ସଦସ୍ୟ ୭ ଟି ମୃତଦେହକୁ ସତ୍କାର କରିଦେଇଛନ୍ତି।

ମଠ ଲୋହିୟାରରେ ୪ଘଣ୍ଟା ମଧ୍ୟରେ ପିତା ଏବଂ ପୁଅଙ୍କର ମୃତ୍ୟୁ ହୋଇଥିଲା । ପ୍ରଥମେ ନବଲ ଦାସଙ୍କ ମୃତ୍ୟୁ ହୋଇଥିଲା, ତା’ପରେ ପୁଅ ପରମେନ୍ଦ୍ର ଦାସଙ୍କର ବି ମୃତ୍ୟୁ ଘଟିଥିଲା। ପରିବାର ତାଙ୍କର ଶେଷ ରୀତିନୀତି କରିଥିଲେ। ନବଲଙ୍କ ବୋହୂଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ ଯେ ତାଙ୍କର ଡାଇରିଆ ହୋଇଛି। ଉକ୍ତ ଗାଁର ଦିଲୀପ କହିଛନ୍ତି ଯେ ନବଲ ଦାସ ଜଣେ ମଦ ଚୋରା ଚାଲାଣକାରୀ। ସେ ୧୫ ଦିନ ପୂର୍ବରୁ ଜେଲରୁ ଆସିଥିଲେ । ସେଥିପାଇଁ ସମସ୍ତେ ସନ୍ଦେହ କରୁଛନ୍ତି ଯେ ସମସ୍ତେ ମଦ୍ୟପାନ କରିଥିଲେ ଯାହା ମୃତ୍ୟୁର କାରଣ ହୋଇଥିଲା । 

ସକାଳ ସମୟରେ ମୁଣ୍ଡବିନ୍ଧା, ସନ୍ଧ୍ୟାରେ ମୃତ୍ୟୁ
ମଠ ଲୋହିୟାର ଗାଁର ହରିଲାଲ ସିଂଙ୍କ ଅବସ୍ଥା ଗୁରୁତର ଥିବାରୁ ସହରର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଛି। ୩୫ ବର୍ଷୀୟ ରମେଶ୍ୱର ରାମ ତୁର୍କାଲିଆ ପୋଲିସ ଷ୍ଟେସନ ଅଞ୍ଚଳର ବାଇରିଆ ବଜାରରେ ଥିବା ଏକ ଘରୋଇ କ୍ଲିନିକରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଛନ୍ତି। ପରିବାର ଲୋକ କହିଛନ୍ତି ଯେ ସକାଳୁ ହଠାତ୍ ମୁଣ୍ଡବିନ୍ଧା ହୋଇଥିଲା। ଚିକିତ୍ସା ପାଇଁ ଭର୍ତ୍ତି କରିବା ପରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା।

କେଉଁ କେଉଁ ଗାଁରେ ହୋଇଛି ମୃତ୍ୟୁର ତାଣ୍ଡବ
ରଘୁନାଥପୁର ପୋଲିସ ଷ୍ଟେସନ ପରିସରରେ ଲକ୍ଷ୍ମୀପୁର, ଗୋକୁଲା, ଜସିନପୁର, ତୁର୍କାଲିଆ ପୋଲିସ ଷ୍ଟେସନ ଅଧୀନରେ ଥିବା ମଥୁରପୁର, ହର୍ଷଦୀ ପୋଲିସ ଷ୍ଟେସନ ଅଧୀନରେ ଥିବା ମଠଲୋହିୟାର ଏବଂ ପହରପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ବାଲୁଆ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି। ଡିଏମ-ଏସପି କହିଛନ୍ତି  ଡାଇରିଆରେ ମୃତ୍ୟୁ ହୋଇଛି, ଡିଜି କହିଛନ୍ତି - ମଦ୍ୟପାନ ଯୋଗୁଁ ମୃତ୍ୟୁ ହେବାର ସମ୍ଭାବନା ଅଛି ଏବଂ ମୋତିହାରୀ ଜିଲ୍ଲାର ଏସପି କାନ୍ତେଶ ମିଶ୍ର କହିଛନ୍ତି ଯେ ଅନୁସନ୍ଧାନରେ ଡାଇରିଆ ଏବଂ ଖାଦ୍ୟ ବିଷାକ୍ତ ମାମଲା ସାମ୍ନାକୁ ଆସିଛି। ଡାକ୍ତରୀ ଦଳ ସେଠାରେ କ୍ୟାମ୍ପ କରୁଛନ୍ତି। ଏଠାରେ ପୋଲିସ ମୁଖ୍ୟାଳୟର ଚମ୍ପାରନ ପରିସରର ଡିଜି ଜୟନ୍ତକାନ୍ତ ବିଷାକ୍ତ ମଦ ଯୋଗୁଁ ସମସ୍ତ ଲୋକଙ୍କ ମୃତ୍ୟୁ ହେବାର ସମ୍ଭାବନା ପ୍ରକାଶ କରିଛନ୍ତି। ଏହି ମାମଲାରେ ୭ ଜଣଙ୍କୁ ଅଟକ ରଖାଯାଇଛି।

Also Read: Bullet Temple: ଭଗବାନଙ୍କ ମୂର୍ତ୍ତି ନୁହେଁ ଏହି ମନ୍ଦିରରେ ହୁଏ Royal Enfield Bullet ର ପୂଜା, ଜାଣନ୍ତୁ କାରଣ

Also Read: Road Accident News: ଗୋଟିଏ ଦିନରେ ଦୁଇଟି ବଡ଼ ଧରଣର ଦୁର୍ଘଟଣା, ୧୯ ଲୋକଙ୍କ ପ୍ରାଣହାନୀ