Sonia Gandhi: ଡାକ୍ତରଖାନାରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ
Advertisement
Article Detail0/zeeodisha/odisha1853679

Sonia Gandhi: ଡାକ୍ତରଖାନାରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

Sonia Gandhi: କଂଗ୍ରେସ ଦଳର ଅଧ୍ୟକ୍ଷା ଶ୍ରୀମତି ସୋନିଆ ଗାନ୍ଧୀ(Sonia Gandhi) ଦିଲ୍ଲୀସ୍ଥିତ ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ(Sir Gangaram Hospital) ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ‘ନିଉଜ୍‌ ଏଜେନ୍‌ସି ଏଏନ୍‌ଆଇ’ ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ ସୋନିଆ ଗାନ୍ଧୀଙ୍କୁ ସାମାନ୍ୟ ଜ୍ବର ହୋଇଛି।

Sonia Gandhi: ଡାକ୍ତରଖାନାରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

Sonia Gandhi: କଂଗ୍ରେସ ଦଳର ଅଧ୍ୟକ୍ଷା ଶ୍ରୀମତି ସୋନିଆ ଗାନ୍ଧୀ ଦିଲ୍ଲୀସ୍ଥିତ ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ(Sir Gangaram Hospital) ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ‘ନିଉଜ୍‌ ଏଜେନ୍‌ସି ଏଏନ୍‌ଆଇ’ ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ ସୋନିଆ ଗାନ୍ଧୀଙ୍କୁ ସାମାନ୍ୟ ଜ୍ବର ହୋଇଛି। ସେ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି। ସମ୍ପ୍ରତି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରଥିବା କୁହାଯାଇଛି।

ଏହା ପୂର୍ବରୁ ଚଳିତ ବର୍ଷ ସୋନିଆ ଗାନ୍ଧୀ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ୨ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଭୂତାଣୁଜନିତ ସମସ୍ୟା ଶ୍ବାସନଳୀ ସଂକ୍ରମଣ ହୋଇ ଚିକିତ୍ସା ନିମନ୍ତେ ୨୦୨୩ ଜାନୁଆରି ୧୨ ତାରିଖରେ ସେ ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିଲା। ଜାନୁଆରି ୧୭ ତାରିଖରେ ତାଙ୍କୁ ଡାକ୍ତରଖାନାରୁ ‘ଡିସ୍‌ଚାର୍ଜ’ କରାଯାଇଥିଲା।

ମାର୍ଚ୍ଚ ୨ ତାରିଖରେ ଜ୍ବର ହେବାରୁ ସୋନିଆ ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିଲେ।ସୂଚନା ଅନୁସାରେ, ଅଗଷ୍ଟ ୩୧ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବିରୋଧୀ ଦଳମାନଙ୍କ ‘ଇଣ୍ଡିଆ’ ମେଣ୍ଟର ବୈଠକରେ ସୋନିଆ ଗାନ୍ଧୀ ଯୋଗ ଦେଇଥିଲେ। ଝିଅ ପ୍ରିୟଙ୍କା ଓ ପୁଅ ରହୁଲ୍‌ ବି ସେଠାରେ ତାଙ୍କ ସହିତ ଥିଲେ।ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଖବର ଯୋଗୁ ସାମାନ୍ୟ ଅସ୍ଥିରତା ଦେଖାଦେଇଛି।

Also Read: PM Kisan Samman Nidhi Yojana: ଜାଣନ୍ତୁ ଏହି ଦିନ ଆସିବାକୁ ଯାଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି..