ତାଇୱାନକୁ ନେଇ ଚୀନ-ଆମେରିକା ମୁହାଁମୁହିଁ; ସମୁଦ୍ରର ଗର୍ଜିଲା ଏୟାର କ୍ରାଫ୍ଟ କ୍ୟାରିୟର, ଉଡାଣ ଭରିଲା ଯୁଦ୍ଧ ବିମାନ
Advertisement

ତାଇୱାନକୁ ନେଇ ଚୀନ-ଆମେରିକା ମୁହାଁମୁହିଁ; ସମୁଦ୍ରର ଗର୍ଜିଲା ଏୟାର କ୍ରାଫ୍ଟ କ୍ୟାରିୟର, ଉଡାଣ ଭରିଲା ଯୁଦ୍ଧ ବିମାନ

ପ୍ରଶାନ୍ତ ମହାସାଗର ଅଧିନସ୍ଥ ଦକ୍ଷିଣ-ପୂର୍ବ ଚୀନ ସାଗର ଅଞ୍ଚଳରେ ଚୀନର  ଆକ୍ରମଣାତ୍ମକ ଆଭିମୁଖ୍ୟର ଜବାବ ଦେବାକୁ ଅଣ୍ଟା ଭିଡିଲାଣି ଆମେରିକା। ଏହି କ୍ରମରେ ଦକ୍ଷିଣ ଚୀନ ସାଗରରେ ଏବେ ଆମେରିକୀୟ ଏୟାର କ୍ରାଫ୍ଟ କ୍ୟାରିୟର  ରୁଜଭେଲଟ। 

 ତାଇୱାନକୁ ନେଇ ଚୀନ-ଆମେରିକା ମୁହାଁମୁହିଁ; ସମୁଦ୍ରର ଗର୍ଜିଲା ଏୟାର କ୍ରାଫ୍ଟ କ୍ୟାରିୟର, ଉଡାଣ ଭରିଲା ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଅନ୍ୟ ଦେଶର ଜମି ହଡପ କରିବାକୁ ସବୁ ବେଳେ ଷଡଯନ୍ତ୍ର ରଚୁଥିବା ସାମ୍ରାଜ୍ୟବାଦୀ ଶକ୍ତି ଚୀନ ପୁଣି ଥରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛି। ଦ୍ୱୀପ ରାଷ୍ଟ୍ର ତଥା ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ତାଇୱାନକତୁ ଦଖଲ  କରିବାକୁ ନୂଆବର୍ଷ ଆରମ୍ଭ ଯୁଦ୍ଧ ପ୍ର ସ୍ତୁତ ଆରମ୍ଭ କରି ସାରିଲାଣି ଚୀନ।

ତାଇୱାନ ଦଖଲ ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ତାଇୱାନ ବାୟୁସୀମା ମଧ୍ୟରେ ପ୍ରବେଶ କରି ଚେତାବନୀ ଦେବା ଢଙ୍ଗର ଉଡାଣ ଭରିଛି ଚୀନୀ ଯୁଦ୍ଧ ବିମାନ। ଶନିବାର ଏ ଘଟଣା ବାବଦରେ ସ୍ପଷ୍ଟ କରିଛି ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ। 

ପ୍ରଶାନ୍ତ ମହାସାଗର ଅଧିନସ୍ଥ ଦକ୍ଷିଣ-ପୂର୍ବ ଚୀନ ସାଗର ଅଞ୍ଚଳରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟର ଜବାବ ଦେବାକୁ ଅଣ୍ଟା ଭିଡିଲାଣି ଆମେରିକା। ଏହି କ୍ରମରେ ଦକ୍ଷିଣ ଚୀନ ସାଗରରେ ଏବେ ଆମେରିକୀୟ ଏୟାର କ୍ରାଫ୍ଟ କ୍ୟାରିୟର  ରୁଜଭେଲଟ (American Aircraft Career Roosevelt)। 

Also Read: ମାନୁନାହିଁ ଚୀନ, ଅନ୍ତିମ ଲଢେଇ କରିବାକୁ ତାଇୱାନର ଘୋଷଣା

ରବିବାର ଏ ଘଟଣା ବାବଦରେ ପ୍ରତିକ୍ରିୟା ରଖି ଆମେରିକା ସେନା ପକ୍ଷରୁ କୁହାଯାଇଛି ଚୀନ-ତାଇୱାନ ମଧ୍ୟରେ ବଢୁଥିବା ବିବାଦ ଉପରେ ସତର୍କ ନଜର ରଖିଛି ୱାଶିଂଟନ। ଅନ୍ୟପଟେ ଏ ଘଟଣାରେ ପ୍ରତିକ୍ରିୟା ରଖି ଶନିବାର ୟୁଏସ-ଇଣ୍ଡୋ ପ୍ୟାସିଫିକ କମାଣ୍ଡ (US Indo Pacific Command) ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଚୀନର ସମସ୍ତ ପ୍ରକାର ଆକ୍ରମଣାତ୍ମକ ଆଭିମୁଖ୍ୟ ଜବାବ ଦେବା ଲାଗି ପ୍ରସ୍ତୁତ ରହିଛି ଆମେରିକା। ଏଥିଲାଗି ଦକ୍ଷିଣ ଚୀନ ସାଗର କ୍ଷେତ୍ରରେ ଉପସ୍ଥିତିକୁ ମଜବୁତ କରିବା ଲାଗି ପଇଁତାର ମାରୁଛି ଆମେରିକୀୟ ଏୟାର କ୍ରାଫ୍ଟ କ୍ୟାରିୟର।   

ଶନିବାର ଦେଶର ବାୟୁସୀମାରେ ପ୍ରବେଶ କରି ଚୀନ ଯୁଦ୍ଧ ବିମାନ ବୋମାବର୍ଷୀ ବିମାନ ଉଡାଣ ଭରିଥିବା ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯିବା ପରେ ଅଧିକ ସତର୍କ ହୋଇଉଠିଲାଣି ଆମେରିକା।   

Also Read: ତାଇୱାନ ଦଖଲ ପାଇଁ ଆରପାର ଲଢେଇ କରିବାକୁ ପ୍ରସ୍ତୁତ ହେଉଛି ଚୀନ, ଜବାବ ଦେବାକୁ ତତ୍ପର ନାଟୋ ଦେଶ!

 

ଏପରିକି ଦକ୍ଷିଣ ଚୀନ ସାଗରକୁ ନିଜ ଅଧିକୃତ ଅଞ୍ଚଳ ବୋଲି ଦାବି କରୁଥିବା ଚୀନର ସମସ୍ତ ପ୍ରକାର ଗତିବିଧି ଉପରେ ତୀକ୍ଷ୍ଣଣ ନଜରକ ରଖିଛି ୟୁଏସ-ଇଣ୍ଡୋ ପ୍ୟାସିଫିକ କମାଣ୍ଡ। ଏନେଇ ଏହି ଆମେରିକୀୟ ସେନା ୟୁନିଟ ପକ୍ଷରୁ କୁହାଯାଇଛି ସାମୁଦ୍ରିକ ଅଞ୍ଚଳର ସୁରକ୍ଷା ଲାଗି ନିୟମିତ ପେଟ୍ରୋଲିଂ କରାଯାଉଛି।       

ଦକ୍ଷିଣ ଚୀନ ସାଗର ସମେତ ପ୍ରଶାନ୍ତ ମହାସାଗର ଅଧିନସ୍ଥ ଯେଉଁ  ଅଞ୍ଚଳରେ ବିବାଦ ଚାଲିଛି ସେହି ଜଳ ମାର୍ଗ ମାଧ୍ୟମରେ  ବିଶ୍ୱ ନୌବାଣିଜ୍ୟର ଦୁଇ-ତୃତୀୟାଂଶ ବାଣିଜ୍ୟକ କାରବାର ହୋଇଥାଏ। ଏହି ସାମୁଦ୍ରିକ ମାର୍ଗର ସୁରକ୍ଷା କରିବା ସମାଗ୍ରିକ ସବୁ ଦେଶର ଆର୍ଥିକ ବ୍ୟାପରକୁ ନିରାପଦ ରଖିବା ଲାଗି ଆମେରିକା ଏହି ସାମୁଦ୍ରିକ ଅଞ୍ଚଳକୁ ସୁରକ୍ଷିତ ରଖିବା ଲାଗି ଆମେରିକା ସବୁବେଳେ ତତ୍ପର ବୋଲି କହିଛନ୍ତି ଆମେରିକା ସୈନ୍ୟ ଅଧିକାରୀ ରିଅର ଆଡମିରାଲ ଡୋଗ ଭେରିସେମୋ କହିଛନ୍ତି।

Also Read: ଆମେରିକା ଉପସ୍ଥିତିକୁ ବିରୋଧ,ପୂର୍ବ ଚୀନ ସାଗରରେ ଗର୍ଜିଲା ଚୀନ ଯୁଦ୍ଧ ଜାହଜ-ଆଣ୍ଟିସବମେରିନ ବିମାନ

ଗତକାଲି ଦେଶର ବାୟୁସୀମା ଅତିକ୍ରମ କରି ଚୀନର ୮ଟି ବୋମାବର୍ଷୀ ବିମାନ ଏବଂ ୪ଟି ଯୁଦ୍ଧ ବିମାନ ଉଡାଣ ଭରିଥିବା ନେଇ ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଶତ୍ରୁ ପକ୍ଷର ବିମାନ ଦେଶର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ ଜୋନ ମଧ୍ୟରେ ପ୍ରବେଶ କରିଛି। 

ଏହି ବିମାନ ବିଗତ କିଛି ଦିନ ଧରି ତାଇୱାନ ସମେତ ପରାତସ ଦ୍ୱୀପ ମଧ୍ୟରେ ଉଡାଣ ଭରିଥିଲା। ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ବିମାନ ଉଡାଣ ଭରିଥାଏ। ହେଲେ ଅଚାନକ ପରମାଣୁ କ୍ଷମତା ସମ୍ପନ୍ନ ୮ ଏତକେ-୬  ବୋମାବର୍ଷୀ ଏବଂ ୪ ଯୁଦ୍ଧ  ବିମାନ ଉଡିବା ସ୍ୱାଭାବିକ ଘଟଣା ନୁହେଁ। ଏ ଘଟଣା ବାବଦରେ ଜାଣିବା ପରେ  ଚୀନକୁ ଜବାବ ଦେବା ଲାଗି ତତ୍କାଳ ଉଡାଣ ଭରିଥିଲା ତାଇୱାନ ବାୟୁସେନା। ଏପରିକି ଆଣ୍ଟି ମିସାଇଲ ଡିଫେନ୍ସ ସିଷ୍ଟମ ଆକ୍ଚିଭ କରାଯାଇଥିଲା।