Sri Lanka Economic Crisis: ପଦ ଛାଡିଲେ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଅଜିତ ନିୱାର୍ଡ କବରାଲ
Advertisement
Article Detail0/zeeodisha/odisha1142901

Sri Lanka Economic Crisis: ପଦ ଛାଡିଲେ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଅଜିତ ନିୱାର୍ଡ କବରାଲ

ଆର୍ଥିକ ସଂକଟ ମଧ୍ୟରେ ଶ୍ରୀଲଙ୍କାରେ ଖୁବ୍ ଶୀଘ୍ର ଏକ ସର୍ବଦଳୀୟ ସରକାର ଗଠନ ହୋଇପାରେ ବୋଲି କୁହାଯାଉଛି।

Sri Lanka Economic Crisis: ପଦ ଛାଡିଲେ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଅଜିତ ନିୱାର୍ଡ କବରାଲ

କଲମ୍ବୋ: ଦେଶରେ ସୃଷ୍ଚି ହୋଇଥିବା ରାଜନୈତିକ ଏବଂ ଆର୍ଥିକ ସଂକଟ ମଧ୍ୟରେ ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ପଦ ଛାଡିଛନ୍ତି ଅଜିତ ନିୱାର୍ଡ କବରାଲ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କ ଇସ୍ତଫା ସମ୍ପର୍କରେ ସୋମବାର ମୁଁ ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇ ଇସ୍ତଫା ପତ୍ର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ନିକଟରେ ଦାଖଲ କରିଛି। 

ଗତ ବର୍ଷ ସେପ୍ଟେମ୍ବରରେ ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ପଦରେ ନିଯୁକ୍ତ ହୋଇଥିଲେ ଅଜିତ ନିୱାର୍ଡ କବରାଲ। ସେତେବେଳେ ଦେଶର ଅର୍ଥନୀତି ବଡ଼ ଆହ୍ୱାନର ସାମ୍ନା କରୁଥିଲା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ଦ୍ରୁତ ଗତିରେ ହ୍ରାସ ପାଉଥିଲା। ସେ ମହିନ୍ଦା ରାଜପାକ୍ଷେଙ୍କ ନିକଟତର ବୋଲି ବିବେଚନା କରାଯାଏ। ୬୮ ବର୍ଷୀୟ କବରାଲ ପୋଦୁଜାନା ପେରୁମୁନା ପାର୍ଟି (PPP) ନାମକ ଦଳର ପ୍ରତିଷ୍ଠାତା ସଦସ୍ୟ। 

Also Read: Sri Lanka: କାହିଁକି ସୃଷ୍ଟି ହେଲା ଅର୍ଥନୈତକ ସଂକଟ? ଜାଣନ୍ତୁ ଏହାର ୫ କାରଣ

ଏହାପୂର୍ବରୁ ଶ୍ରୀଲଙ୍କା ରାଷ୍ଟ୍ରପତି (Sri Lanka President) ଗୋଟାବାୟା ରାଜପାକ୍ଷେ (Gotabaya Rajapaksa) ତାଙ୍କ ଭାଇ ତଥା ଅର୍ଥମନ୍ତ୍ରୀ ବେସିଲ ରାଜପକ୍ଷେଙ୍କୁ (Basil Rajapaksa) ତାଙ୍କ ପଦରୁ ହଟାଇ ଦେଇଛନ୍ତି। ବର୍ତ୍ତମାନ ଦେଶରେ ସୃଷ୍ଟି ହୋଇଥିବା ବୈଦେଶିକ ମୁଦ୍ରା ସଙ୍କଟର ମୁକାବିଲା କରିବା ପ୍ରସଙ୍ଗରେ ସାହାଯ୍ୟ କରିବା ପାଇଁ ସେ ଭାରତ ପାଖରୁ ଏକ ଆର୍ଥିକ ରିଲିଫ ପ୍ୟାକେଜ ପାଇବା ଉପରେ ଆଲୋଚନା କରିଥିଲେ। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାଖରୁ ରିଲିଫ୍ ପ୍ୟାକେଜ୍ ପାଇବା ପାଇଁ ବିଦାୟୀ ଅର୍ଥମନ୍ତ୍ରୀ ଆମେରିକା ଗସ୍ତରେ ଯାଇଥାନ୍ତେ।

Also Read: Sri Lanka: ଗଣ ବିକ୍ଷୋଭ ପରେ ଦେଶରେ ଜାରି ହେଲା ଜାତୀୟ ଜରୁରୀ କାଳୀନ ପରିସ୍ଥିତି

ବର୍ତ୍ତମାନ ଶ୍ରୀଲଙ୍କା ଠାରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଂକଟ ପାଇଁ ଦେଶର ରାଜନୈତିକ ସଙ୍କଟ ଅନେକାଂଶରେ ଦାୟୀ ବୋଲି କୁହାଯାଏ। ଆର୍ଥିକ ସଂକଟ ମଧ୍ୟରେ ଶ୍ରୀଲଙ୍କାରେ ଖୁବ୍ ଶୀଘ୍ର ଏକ ସର୍ବଦଳୀୟ ସରକାର ଗଠନ ହୋଇପାରେ ବୋଲି କୁହାଯାଉଛି। ଏହି ସରକାରରେ ବିରୋଧୀ ଦଳର ନେତା ମଧ୍ୟ ସାମିଲ ହେବେ। ଏହି ପଦକ୍ଷେପକୁ ଆଗକୁ ବଢାଇବାକୁ ଶ୍ରୀଲଙ୍କା ରାଷ୍ଟ୍ରପତି ଦେଶର ସମସ୍ତ ଦଳକୁ ସରକାରରେ ଯୋଗଦେବାକୁ ନିବେଦନ କରିଛନ୍ତି।