ଥମିନି Covid19 ସଂକ୍ରମଣ ପ୍ରକୋପ; Sri Lanka ସରକାର ନେଲେ ଏହି ପଦକ୍ଷେପ
Advertisement

ଥମିନି Covid19 ସଂକ୍ରମଣ ପ୍ରକୋପ; Sri Lanka ସରକାର ନେଲେ ଏହି ପଦକ୍ଷେପ

କୋରୋନା ଭୂତାଣୁର ଡେଲ୍ଟା ଭ୍ୟାରିଏଣ୍ଟ କାରଣରୁ ବ୍ୟାପୁଥିବା ସଂକ୍ରମଣକୁ ନେଇ ସତର୍କ ହୋଇଉଠିଛନ୍ତି ଶ୍ରୀଲଙ୍କା ସରକାର।

ଥମିନି Covid19 ସଂକ୍ରମଣ ପ୍ରକୋପ; Sri Lanka ସରକାର ନେଲେ ଏହି ପଦକ୍ଷେପ

କଲମ୍ବୋ: ପ୍ରାୟ ଦେଢ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାରା ବିଶ୍ୱରେ ଆତଙ୍କ ଖେଳାଇ ରଖିଛି କୋଭିଡ୧୯ ସଂକ୍ରମଣ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବିଶ୍ୱରୁ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇନାହିଁ ଏହାର ପ୍ରକୋପ। କୋରୋନା ମହାମାରୀର ମୁକାବିଲା ପାଇଁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ନିଆଯାଉଛି ଅନେକ ପଦକ୍ଷେପଷ। ମାତ୍ର ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବେ ସବୁଠାରୁ କୌତୂହଳର ବିଷୟ ପାଲଟିଛି।

କୋରୋନା ଭୂତାଣୁର ଡେଲ୍ଟା ଭ୍ୟାରିଏଣ୍ଟ କାରଣରୁ ବ୍ୟାପୁଥିବା ସଂକ୍ରମଣକୁ ନେଇ ସତର୍କ ହୋଇଉଠିଛନ୍ତି ଶ୍ରୀଲଙ୍କା ସରକାର (Sri Lankan Govt)। ଏହାର ମୁକାବିଲା ପାଇଁ କିଛି ସମୟ ପର୍ଯ୍ୟନ୍ତ ଗର୍ଭଧାରଣ (Pregnancy) କରିବାରୁ ଦୂରେଇ ରହିବା ପାଇଁ ଦେଶର ବିବାହିତ ମହିଳାଙ୍କ ଉଦ୍ଦେଶ୍ୟରେ ନିବେଦନ କରିଛି ସ୍ଥାନୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Sri Lankan Health Ministry)। କୋରୋନା ମହାମାରୀର (Corona Pandemic) ମୁକାବିଲା ପାଇଁ ଏପରି ଏକ ଅଜବ ଧରଣର ପଦକ୍ଷେପ ନେବା ପଛରେ ରହିଥିବା କାରଣ ହେଉଛି ବିଗତ କିଛି ମାସ ମଧ୍ୟରେ ପ୍ରାୟ ୪୦ ଜଣ ଗର୍ଭବତୀଙ୍କ ମୃତ୍ୟୁ ହୋଇସାରିଲାଣି।

Also Read: Covid19 ସଂକ୍ରମଣକୁ ନେଇ Britain ମନ୍ତ୍ରୀଙ୍କ ଅଜବ ଦାବି, କହିଲେ...

ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ଏପରି ପଦକ୍ଷେପକୁ ନେଇ ବିବାଦ ତେଜିବା ପରେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀଲଙ୍କା ସ୍ୱାସ୍ଥ୍ୟମନ୍ତ୍ରୀ (Sri Lankan Health Minister) ଡ.ସୁଦର୍ଶନ ଫର୍ଣ୍ଣାଣ୍ଡୋପୁଲ (Dr. Sudarshani Fernandopulle)। ଏନେଇ ସେ କହିଛନ୍ତି କୋରୋନା ମହାମାରୀ ରୋକିବା ଲାଗି ଗଠିତ ହୋଇଥିବା ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉଭୟ ମାଆ ଆଉ ଶିଶୁର ସୁରକ୍ଷା ପାଇଁ ଗର୍ଭଧାରଣ କରିବାରୁ ଦୂରେଇ ରହିବାକୁ କୁହାଯାଇଛି। ପୂର୍ବ ଭୂତାଣୁ ତୁଳନାରେ କୋରୋନା ମହାମାରୀର ନୂଆ ଭ୍ୟାରିଏଣ୍ଟ (Corona New Variant) କାରଣରୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। 

ଏହା ସହିତ ଶ୍ରୀଲଙ୍କା ସରକାରଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବ୍ୟୁରୋ ନିର୍ଦ୍ଦେଶକ (Sri Lanka Health Program Bureau Director) ଚିତ୍ରାମଲି ଡି ସିଲଭା (Dr.Chitra Mali de Silva) କହିଛନ୍ତି ସାଧାରଣ ଅବସ୍ଥାରେ ଦେଶରେ ପ୍ରତିବର୍ଷ ପ୍ରାୟ  ୧୦୦ ଗର୍ଭବତୀଙ୍କ ମୃତ୍ୟୁ ହୋଇଥାଏ। ଦେଶରେ କୋରୋନା ସଂକ୍ରମଣ ବ୍ୟାପିବା ପର ଠାରୁ ପ୍ରାୟ ୪୧ ଜଣ ଗର୍ଭବତୀଙ୍କ ମୃତ୍ୟୁ ହୋଇସାରିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ପିଲା ଜନ୍ମ କରିବା ପାଇଁ ଗର୍ଭଧାରଣରୁ ଦୂରେଇ ରହିବାକୁ ଆମେ ନବ ବିବାହିତ ଦମ୍ପତି ଏବଂ ଅନ୍ୟମାନଙ୍କୁ ପରାମର୍ଶ ଦେଉଛୁ ଯେ ସେମାନେ ଅତି କମରେ ଗୋଟିଏ ବର୍ଷ ପାଇଁ ପରିବାର ନିୟୋଜନ ପ୍ରଣାଳୀ ବ୍ୟବହାର କରନ୍ତୁ। 

Also Read: COVID19: ପାଡରୁ ବ୍ୟାପିବ ମହାମାରୀ, ଦାବିକୁ ସମର୍ଥନ ଜଣାଇଲେ ଅଷ୍ଟ୍ରେଲୀୟ ଗବେଷକ!

ବର୍ତ୍ତମାନ ଦେଶରେ ପ୍ରାୟ ୫୫୦୦ ଗର୍ଭବତୀ କୋରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କ ଟିକାକରଣ ସମାପ୍ତ ହୋଇଛି। କୋରୋନା ଟିକା ନେବା ପାଇଁ ଗର୍ଭବତୀଙ୍କୁ ପରାମର୍ଶ ଦେଉଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଗତ ଅଗଷ୍ଟ ମାସରୁ ଏଠାରେ ଲକ ଡାଉନ୍ କଟକଣାକୁ ଅନେକାଂଶରେ କୋହଳ କରାଯାଇଛି। ଯାହା ଖୁବ ଶୀଘ୍ର ସରକାର ହଟାଇଦେବେ। ଆସନ୍ତା ଅକ୍ଟୋବର ମାସରେ କଠୋର କୋରୋନା କଟକଣା ଲାଗୁ କରିବା ପାଇଁ ଦେଶର ସରକାରଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (World Health Organization) ଡବ୍ଲ୍ୟୁଏଚଓ (WHO) ପକ୍ଷରୁ କୁହାଯାଇଛି।