Yasin Malik: ଜମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଆତଙ୍କବାଦୀ ୟାସିନ ମଲିକଙ୍କୁ ଦଣ୍ଡାଦେଶ ଘୋଷଣା କରାଯିବା ପରେ ଶ୍ରୀନଗରରେ କିଛି ଯୁବକ ପଥର ଫିଙ୍ଗିଥିଲେ । ଏଥିମଧ୍ୟରୁ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି ।
Trending Photos
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଆତଙ୍କବାଦୀ ୟାସିନ ମଲିକଙ୍କ ପାଇଁ ଦଣ୍ଡ ଘୋଷଣା ହେବା ପରେ ଶ୍ରୀନଗରରେ କିଛି ଯୁବକ ପଥର ଫିଙ୍ଗିଥିଲେ । ଏଥିମଧ୍ୟରୁ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି । କେବଳ ଏତିକି ନୁହେଁ, ଗତକାଲି ପର୍ଯ୍ୟନ୍ତ ପଥର ଫିଙ୍ଗୁଥିବା ଏହି ଲୋକମାନେ ଏବେ ପୋଲିସ ଷ୍ଟେସନରେ କାନ ଧରି ସେମାନଙ୍କ କାର୍ଯ୍ୟ ପାଇଁ କ୍ଷମା ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦେବା ଏବଂ ୟାସିନ ମଲିକଙ୍କ ଘର ବାହାରେ ପଥର ଫିଙ୍ଗିବା ଅଭିଯୋଗରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀନଗର ପୋଲିସ କହିଛି । ପୋଲିସ କହିଛି ଯେ ମଲିକଙ୍କୁ ଦିଲ୍ଲୀରେ ଦଣ୍ଡିତ କରାଯିବା ପରେ ତାଙ୍କ ସ୍ଥାନୀୟ ମୌସୁମାରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଥିଲା । ତେବେ ଅନ୍ୟ ଅଞ୍ଚଳରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା ।
ପୋଲିସ କହିଛି ଯେ ଆଉ କିଛି ଲୋକଙ୍କୁ ଗିରଫ କରାଯିବା ବାକି ଅଛି । ଶ୍ରୀନଗର ପୋଲିସ କହିଛି ଯେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି ଏବଂ ଶୀଘ୍ର ଗିରଫ କରାଯିବ । ଆଇପିସି ବିଭାଗ ଏବଂ UAPA ଅଧୀନରେ ଏକ ମାମଲା ରୁଜୁ ହୋଇଛି । ଏହା ବ୍ୟତୀତ ଜନ ସୁରକ୍ଷା ଆଇନ ଅନୁଯାୟୀ ଏହି ହିଂସା ଘଟାଇଥିବା ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହେବ ।କହି ରଖୁଛୁ ଯେ ୟାସିନ ମଲିକଙ୍କୁ ଦଣ୍ଡ ଘୋଷଣା କରାଯିବା ପରେ ଶ୍ରୀନଗରରେ ଅବସ୍ଥିତ ୟାସିନ ମଲିକଙ୍କ ଘର ବାହାରେ ପଥର ଫିଙ୍ଗା ଯାଇଥିଲା । କିନ୍ତୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉପଦ୍ରବୀଙ୍କୁ ଘଉଡ଼ାଇ ଦେଇଥିଲା ।
Jammu & Kashmir | 10 accused have been arrested so far for anti-national sloganeering & stone-pelting outside the home of Yasin Malik prior to sentencing in Maisuma yesterday. All other areas remained peaceful: Srinagar Police pic.twitter.com/3M1fSjreXG
— ANI (@ANI) May 26, 2022
କେବଳ ଏତିକି ନୁହେଁ, ୟାସିନ ମଲିକଙ୍କ ପତ୍ନୀ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଜଣେ ସାହସୀ ବ୍ୟକ୍ତି ବୋଲି କହିଥିଲେ ଏବଂ ଦଣ୍ଡ ଉପରେ ପ୍ରଶ୍ନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହିଟଲର ସହିତ ତୁଳନା କରିଥିଲେ । ଉଲ୍ଲେଖନୀୟ କଥା ହେଉଛି, ହିଂସା ଆରମ୍ଭ ହେବା ପରେ ପ୍ରଶାସନ ବୁଧବାର ସନ୍ଧ୍ୟାରେ କେତେକ ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରି କଠୋରତା ବଢ଼ାଇ ଦେଇଥିଲା । ୟାସିନ ମଲିକଙ୍କ ଦଣ୍ଡ ଉପରେ ପାକିସ୍ତାନ ମଧ୍ୟ ରାଗି ଯାଇଛି । ୟାସିନଙ୍କ ସଜ୍ଜାକୁ ନେଇ ପାକ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଗଣତନ୍ତ୍ର ପାଇଁ ଏହା କଳାଦିନ । ଏହା ବ୍ୟତୀତ କ୍ରିକେଟର ସହିଦ ଆଫ୍ରିଦିଙ୍କ ସମେତ ପାକିସ୍ତାନର ଅନେକ ସେଲିବ୍ରିଟି ଆତଙ୍କବାଦୀ ୟାସିନ ମଲିକଙ୍କ ସଜ୍ଜାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେବଳ ଏତିକି ନୁହେଁ ସହିଦ ଆଫ୍ରିଦି ମଧ୍ୟ ଏହି ପ୍ରସଙ୍ଗକୁ ଜାତିସଂଘ ନୋଟିସକୁ ନେବାକୁ ଆବେଦନ କରିଥିଲେ ।
ଏହା ବି ପଢ଼ନ୍ତୁ: ସଙ୍କଟରେ କଂଗ୍ରେସ; କେବଳ ସିବଲ ନୁହେଁ, ଚଳିତ ବର୍ଷ ଏହି ବଡ଼ ନେତାମାନେ ଛାଡି ସାରିଛନ୍ତି ଦଳ