Nigeria blasts : ନାଇଜେରିଆରେ ଆତ୍ମଘାତୀ ବିସ୍ଫୋରଣ; ୧୮ ମୃତ, ୪୮ରୁ ଅଧିକ ଆହତ
Advertisement
Article Detail0/zeeodisha/odisha2315007

Nigeria blasts : ନାଇଜେରିଆରେ ଆତ୍ମଘାତୀ ବିସ୍ଫୋରଣ; ୧୮ ମୃତ, ୪୮ରୁ ଅଧିକ ଆହତ

Suicide Bombing In Nigeria :- ନାଇଜେରିଆରେ ଆତ୍ମଘାତୀ ବିସ୍ଫୋରଣ । ବ୍ଲାଷ୍ଟରେ ୧୮ଜଣଙ୍କ ମୃତ ହୋଇଥିବା ବେଳେ ୪୮ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

Bombing In Nigeria

Nigerian Wedding Massacre:  ନାଇଜେରିଆରେ ଆତ୍ମଘାତୀ ବିସ୍ଫୋରଣ । ନର୍ଥ-ଇଷ୍ଟ ବର୍ଣ୍ଣୋ ପ୍ରଦେଶରେ ଏହି ଆତଙ୍କବାଦୀ ବିସ୍ଫୋରଣ ହୋଇଛି । ହସ୍ପିଟାଲ, ବିବାହ ମଣ୍ଡପ ଓ ଶ୍ମଶାନକୁ ଏହି ଟାର୍ଗେଟ୍ କରିଛନ୍ତି ଆତଙ୍କୀ । ଏ ବ୍ଲାଷ୍ଟରେ ୧୮ଜଣଙ୍କ ମୃତ ହୋଇଥିବା ବେଳେ ୪୮ରୁ ଅଧୂକ ଆହତ ହୋଇ ଥିବାବେଳେ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ସୂଚନା ଅନୁଯାୟୀ, ନାଇଜେରିଆର ଗ୍ୱେଜା ସହରେ ଏହି ବ୍ଲାଷ୍ଟ ହୋଇଛି । ପ୍ରଥମେ ଏକ ବିବାହ ମଣ୍ଡପକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ବାହାଘର ଚାଲିଥିବା ବେଳେ ଏହିପରି ଏକ ଜଘନ୍ୟ ଆତ୍ମଘାତୀ ହମଲା ହୋଇଥିଲା । ଯାହା ଫଳରେ ଆଖିପିଛୁଳାକେ ବାହାଘର ପରି ଏକ  ଖୁସିର ମୁହୂର୍ତ୍ତ ଶୋକରେ ପରିଣତ ହୋଇଯାଇଥିଲା।ଚାରିଆଡେ ବିଛାଡି ହୋଇ ପଡିଲା ମୃତଦେହ । କେବଳ ବିବାହ ମଣ୍ଡପ ନୁହେଁ ଶ୍ମଶାନ ଓ ହସ୍ପିଟାଲରେ ମଧ୍ୟ ଆତ୍ମଘାତୀ ବିସ୍ଫୋରଣ ହୋଇଛି।

ନାଇଜେରିଆରେ ସିରିଜ ଆତ୍ମଘାତୀ ବିସ୍ପୋରଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୪୮ ଜଣ ଗୁରୁତର ଅଛନ୍ତି। ଶନିବାର ପୂର୍ବୋତ୍ତର ନାଇଜେରିଆର ଗ୍ୱେଜା ସହରରେ ତିନୋଟି ସିରିଜ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିବାହ ସମାରୋହକୁ ଜଣେ ମହିଳା ପିଠିରେ ଛୁଆକୁ ବାନ୍ଧି ସାମିଲ ହୋଇଥିଲେ। ଏହାପରେ ସେଠାରେ ନିଜକୁ ସେ ବିସ୍ଫୋରଣରେ ଉଡାଇ ଦେଇଥିଲେ ।