କୋରୋନା ମାମଲାର ବିଚାର କରୁଥିବା ଜଷ୍ଟିସଙ୍କୁ କୋରୋନା
Advertisement
Article Detail0/zeeodisha/odisha899684

କୋରୋନା ମାମଲାର ବିଚାର କରୁଥିବା ଜଷ୍ଟିସଙ୍କୁ କୋରୋନା

ସୁପ୍ରିମକୋର୍ଟ ଇ-କମିଟିର ଚେୟାରମ୍ୟାନ୍ ହେଲେ ଜଷ୍ଟିସ୍ ଚନ୍ଦ୍ରଚୁ଼ଡ୍। ମହାମାରୀ ସମୟରେ ସମଗ୍ର ଦେଶରେ ନ୍ୟାୟାଳୟ ପରିଚାଳନା ନିଶ୍ଚିତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ୍ ବର୍ତ୍ତମାନ କୋରୋନା ମାମଲାର ବିଚାର କରୁଛନ୍ତି। 

ଫାଇଲ ଫଟୋ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଆଉ ଜଣେ ବରିଷ୍ଠ ବିଚାରପତିଙ୍କୁ କୋରୋନା। ଗତକାଲି ଜଷ୍ଟିସ୍ ଡି.ୱାଇ୍ ଚନ୍ଦ୍ରଚୁଡ୍ ପଜିଟିଭ୍ କୋଭିଡ୍ ପଜିଟିଭ୍ ହୋଇଥିବା ନେଇ ସୂଚନା ମିଳିଛି। ନିକଟରେ ଜଷ୍ଟିସଙ୍କ ଜଣେ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ଜଷ୍ଟିସ୍ ଡି.ୱାଇ୍ ଚନ୍ଦ୍ରଚୁଡ୍ ସୁସ୍ଥ ଅଛନ୍ତି।

ସୁପ୍ରିମକୋର୍ଟ ଇ-କମିଟିର ଚେୟାରମ୍ୟାନ୍ ହେଲେ ଜଷ୍ଟିସ୍ ଚନ୍ଦ୍ରଚୁ଼ଡ୍। ମହାମାରୀ ସମୟରେ ସମଗ୍ର ଦେଶରେ ନ୍ୟାୟାଳୟ ପରିଚାଳନା ନିଶ୍ଚିତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ୍ ବର୍ତ୍ତମାନ କୋରୋନା ମାମଲାର ବିଚାର କରୁଛନ୍ତି। କୋରୋନାକୁ ନେଇ କୋର୍ଟ (Supreme Court) ନିଜ ଆଡୁ ମାମଲା ରୁଜୁ କରିଥିବା ବେଳେ ତାହାକୁ ଜଷ୍ଟିସ ଚନ୍ଦ୍ରଚୁ଼ଡଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଶୁଣାଣି କରୁଛନ୍ତି। 

Also Read: ଆହୁରି ଟେନସନ୍ ବଢ଼ାଇଲା କୋରୋନା, ସହର ତୁଳନାରେ ଗାଁରେ ମୃତ୍ୟୁ ହାର ଅଢ଼େଇ ଗୁଣ ଅଧିକ

 

ସୋମବାର ଭିଡିଓ କନଫରେନ୍ସ ଜରିଆରେ ଜଷ୍ଟିସ ଚନ୍ଦ୍ରଚୁ଼ଡ (Justice DY Chandrachud) କୋରୋନା ମାମଲାର ଶୁଣାଣି କରିବାକୁ ବସିଥିଲେ। କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଗୁରୁବାର ପର୍ଯନ୍ତ ଶୁଣାଣି ସ୍ଥଗିତ ରଖାଯାଇଥିଲା। ତେବେ ମାମଲାର ଶୁଣାଣି କରୁଥିବା ମୁଖ୍ୟ ଜଷ୍ଟିସ ଚନ୍ଦ୍ରଚୁ଼ଡ କୋରୋନା (Coronavirus) ପଜିଟିଭ୍ ହୋଇଥିବାରୁ ଗୁରୁବାର ଆଉ ତାହାର ଶୁଣାଣି ହେବ ନାହିଁ।

ଏପ୍ରିଲରେ ସୁପ୍ରିମକୋର୍ଟର ଚାରିଜଣ ବିଚାରପତି କୋରୋନା ସଂକ୍ରମିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି ମିଡିଆ ଖବର ଅନୁସାରେ କୋରୋନାର ଦ୍ୱତୀୟ ଲହରରେ ସୁପ୍ରିମକୋର୍ଟର ଅର୍ଦ୍ଧାଧିକ କର୍ମଚାରୀ ପ୍ରଭିବିତ ହୋଇଛନ୍ତି। ପରେ କୋର୍ଟ ରେଗୁଲାର ଶୁଣାଣି ବନ୍ଦ କରି ଭର୍ଚୁଆଲ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।