ଭାରତର ନୂଆ CJI ଜଷ୍ଟିସ୍ ଏନ.ଭି ରମନା; ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ସୁପ୍ରିମକୋର୍ଟ ଆସିବାରେ ପ୍ରଥମ !
Advertisement

ଭାରତର ନୂଆ CJI ଜଷ୍ଟିସ୍ ଏନ.ଭି ରମନା; ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ସୁପ୍ରିମକୋର୍ଟ ଆସିବାରେ ପ୍ରଥମ !

ମାର୍ଚ୍ଚ ୧୯୬୬ରେ ଜଷ୍ଟିସ୍ କେ ସୁବା ରାଓ ଭାରତର ୯ମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ। ତେଣୁ, ଜଷ୍ଟିସ୍ ରାଓ ଆନ୍ଧ୍ରପ୍ରଦେଶରୁ ପ୍ରଥମ CJI ହୋଇଥିଲେ ସୁଦ୍ଧା ସେ ଆନ୍ଧ୍ରପ୍ରଦେଶର ହାଇକୋର୍ଟରୁ ପ୍ରଥମ CJI ନୁହଁନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦେଶକୁ ମିଳିଲେ ନୂଆ CJI। ଆଜି ଅପରାହ୍ଣ ୧୧ ବେଳେ ସୁପ୍ରିମକୋର୍ଟର ୪୮ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଜଷ୍ଟିସ୍ ଏନ.ଭି ରମନାଙ୍କୁ ରାଷ୍ଟ୍ରପତି ରମନାଥ କୋବିନ୍ଦ ଏହି ଶପଥପାଠ କରାଇଛନ୍ତି। ଜଷ୍ଟିସ ଏସ୍ଏ ବୋବଡେ (CJI SA Bobde) ଙ୍କ ଅବସର ପରେ ଜଷ୍ଟିସ୍ ରମନା ଦାୟୀତ୍ୱ ଗ୍ରହଣ କରିଛନ୍ତି। ତେବେ ସେ ୨୦୨୨ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ CJIଙ୍କ ଦାୟୀତ୍ୱ ତୁଲାଇବେ।

ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଜଣେ ଜଷ୍ଟିସ ସୁପ୍ରିମକୋର୍ଟର (Supreme Court)  ମୁଖ୍ୟ ବିଚାରପତି ବା CJI ଭାବେ ଶପଥ ନେଇଛନ୍ତି। ଜଷ୍ଟିସ୍ ଏନ.ଭି ରମନା (Justice NV Ramana) ୨୭ ଅଗଷ୍ଟ ୧୯୫୭ରେ ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଜିଲ୍ଲା ଅନ୍ତର୍ଗତ ପୋନ୍ନାଭାରାମ ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। CJI ଭାବରେ ଜଷ୍ଟିସ୍ ରମନାଙ୍କ ନିଯୁକ୍ତି ଏତେ ପ୍ରାସଙ୍ଗିକ ନୁହେଁ କିନ୍ତୁ ତାଙ୍କୁ ନେଇ ଏକ ଆକର୍ଷଣୀୟ ପ୍ରଶ୍ନ ଅଛି। ତାଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଥମ ବ୍ୟକ୍ତିର ମାନ୍ୟତା ମିଳିବ, ଯିଏ CJI ଭାବେ ଶପଥ ଗ୍ରହଣ କରିଛନ୍ତି?

Also Read: ବଢିଲା ଅନିଲ ଦେଶମୁଖଙ୍କ ଅଡୁଆ; CBIରେ ମାମଲା ରୁଜୁ, ଏକାଧିକ ସ୍ଥାନରେ ଚଢଉ

ଏହା ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତା, କାରଣ ୯ମ CJI ଜଷ୍ଟିସ୍ କେ ସୁବା ରାଓ (Justice K Subba Rao) ଆନ୍ଧ୍ରପ୍ରଦେଶର ଥିଲେ। କିନ୍ତୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ, ଜଷ୍ଟିସ ରାଓଙ୍କ ପ୍ୟାରେଣ୍ଟ ହାଇକୋର୍ଟ ( parent High Court) ନଥିଲା। ପ୍ୟାରେଣ୍ଟ୍ ହାଇକୋର୍ଟ ହେଉଛି ପ୍ରଥମ ହାଇକୋର୍ଟ ଯେଉଁଠାରେ ଜଣେ ବ୍ୟକ୍ତି ବିଚାରପତି ହୁଅନ୍ତି। ମାର୍ଚ୍ଚ ୧୯୪୮ରେ ଯେତେବେଳେ ଜଷ୍ଟିସ୍ କେ ସୁବା ରାଓ ବିଚାରପତି ହୋଇଥିଲେ, ସେତେବେଳେ ଆନ୍ଧ୍ର ହାଇକୋର୍ଟ (Andhra High Court) କିମ୍ବା ଆନ୍ଧ୍ରପ୍ରଦେଶର କୌଣସି ଅସ୍ତିତ୍ୱ ନଥିଲା।

ଜଷ୍ଟିସ୍ ରାଓ ୧୯୨୬ ମସିହାରେ ମାଡ୍ରାସ ହାଇକୋର୍ଟ (Madras High Court) ରେ ତାଙ୍କର ଆଇନଗତ ଅଭ୍ୟାସ ଆରମ୍ଭ କରିଥିଲେ। ସେଠାରେ ୨୨ ବର୍ଷ ପ୍ରାକ୍ଟିସ ପରେ ସେ ୧୯୪୮ ମସିହାରେ ବିଚାରପତି ଭାବରେ ଉନ୍ନୀତ ହେଲେ। ୧୯୫୪ ମସିହାରେ ଆନ୍ଧ୍ର ରାଜ୍ୟ ଗଠନ ହେଲା ଓ ଆନ୍ଧ୍ର ହାଇକୋର୍ଟ ହେଲା। ସେତେବେଳେ ଜଷ୍ଟିସ୍ ରାଓ ଏହାର ମୁଖ୍ୟ ବିଚାରପତି ହୋଇଥିଲେ। ୧୯୫୪ରୁ ୧୯୫୬ ପର୍ଯ୍ୟନ୍ତ ଆନ୍ଧ୍ର ରାଜ୍ୟ ଥିଲା। ପରେ ହାଇଦ୍ରାବାଦ ରାଜ୍ୟର ତେଲୁଗୁ ଭାଷାଭାଷୀ ଅଞ୍ଚଳ ଆନ୍ଧ୍ରରେ ମିଶିଲା। ଫଳରେ ଆନ୍ଧ୍ର ରାଜ୍ୟକୁ ଆନ୍ଧ୍ରପ୍ରଦେଶ କରାଗଲା ଓ ଏହାର ହାଇକୋର୍ଟର ନାମ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଭାବେ ପରିଚିତ ହେଲା।

Also Read: ତରଳିଲା ନାହିଁ ନକ୍ସଲଙ୍କ ହୃଦୟ; ସ୍ତ୍ରୀ ସିନ୍ଥିରୁ ପୋଛିଲେ ସିନ୍ଦୁର, ୩ ଶିଶୁଙ୍କ ମୁଣ୍ଡରୁ ଛଡାଇ ନେଲେ ବାପାର ହାତ

ଏହା ପରେ ଜଷ୍ଟିସ୍ କେ ସୁବା ରାଓ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ। ସେ ଜାନୁଆରୀ ୧୯୫୮ରେ ସୁପ୍ରିମକୋର୍ଟକୁ ଉନ୍ନୀତ ହୋଇଥିଲେ। ମାର୍ଚ୍ଚ ୧୯୬୬ରେ ଜଷ୍ଟିସ୍ କେ ସୁବା ରାଓ ଭାରତର ୯ମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ। ତେଣୁ, ଜଷ୍ଟିସ୍ ରାଓ ଆନ୍ଧ୍ରପ୍ରଦେଶରୁ ପ୍ରଥମ CJI ହୋଇଥିଲେ ସୁଦ୍ଧା ସେ ଆନ୍ଧ୍ରପ୍ରଦେଶର ହାଇକୋର୍ଟରୁ ପ୍ରଥମ CJI ନୁହଁନ୍ତି। କାରଣ ତାଙ୍କ ପ୍ୟାରେଣ୍ଟ ହାଇକୋର୍ଟ ମାଡ୍ରାସ ଥିଲା। ଏହାର ଅର୍ଥ ହେଉଛି ଜଷ୍ଟିସ ଏନ.ଭି ରମନା ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ଭାରତର ମୁଖ୍ୟ ବିଚାରପତି ହୋଇଥିବା ପ୍ରଥମ ଜଷ୍ଟିସ।

ଜଷ୍ଟିସ୍ ଏନ.ଭି ରମନା କଲେଜ ସମୟରେ ଛାତ୍ର ରାଜନୀତି ସହ ଜଡିତ ଥିଲେ। କିଛି ସମୟ ପାଇଁ ସାମ୍ବାଦିକତା ମଧ୍ୟ କରିଥିଲେ। ୧୯୮୩ ମସିହାରେ ଓକିଲାତି ଆରମ୍ଭ କରିଥିବା ରମନା ଆନ୍ଧ୍ରପ୍ରଦେଶର ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ହେବା ବ୍ୟତୀତ କେନ୍ଦ୍ର ସରକାରଙ୍କ ଅନେକ ବିଭାଗର ଆଡଭୋକେଟ୍ ଥିଲେ। ୨୦୦୦ ମସିହାରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୧୪ରେ ସୁପ୍ରିମକୋର୍ଟରେ ନିଯୁକ୍ତ ହେବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ। 

Also Read: Fake Newsର ଶିକାର ଶଶି ଥରୁର, ପୂର୍ବତନ ବାଚସ୍ପତିଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଦେଶ ଅନେକ ସଙ୍କଟ ଦେଇ ଗତି କରୁଥିବା ସମୟରେ ଜଷ୍ଟିସ୍ ଏନ.ଭି ରମନା CJI ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗୋଟିଏ ପଟେ ସଂସଦରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ସରକାରକୁ ନେଇ ନ୍ୟାୟିକ ସ୍ୱାଧୀନତା ଉପରେ ପ୍ରଶ୍ନ ଉଠୁଛି। ଅନ୍ୟପଟେ ଦେଶରେ ମହାମାରୀ କୋରୋନାର ଦ୍ୱିତୀୟ ଲହର ଦ୍ରୁତଗତିରେ ବ୍ୟାପୁଛି। ଏପରି ସ୍ଥିତିରେ ତାଙ୍କୁ ସୁପ୍ରିମକୋର୍ଟ ଏବଂ ଦେଶର ନ୍ୟାୟପାଳିକା ମଧ୍ୟ ପରିଚାଳନା କରିବାକୁ ପଡିବ। ଜଷ୍ଟିସ ରମନାଙ୍କୁ ୧୬ ମାସର ଏକ ଲମ୍ବା ସମୟ ମିଳୁଥିବାକୁ ସେ ନ୍ୟାୟିକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିବାର ସମ୍ଭାବନା ଅଛି।