ଉଡାଣ ବେଳେ ବଦଳିଥାନ୍ତେ ଚାଳକ; ହେଲେ...
Advertisement
Article Detail0/zeeodisha/odisha1165878

ଉଡାଣ ବେଳେ ବଦଳିଥାନ୍ତେ ଚାଳକ; ହେଲେ...

ଦୁଇ ଜଣ ସ୍କାଇ ଡାଇଭର୍ସ ଆକାଶରେ ଉଡୁଥିବା ବିମାନ ଚାଳକଙ୍କୁ ବଦଳାଇବାକୁ ଯାଇ ନିଜ ବିମାନରୁ ଆକାଶକୁ ଡେଇଁ ପରସ୍ପରର ବିମାନରେ ଚଢିବାକୁ ଚାହୁଁଥିଲେ।

 ଉଡାଣ ବେଳେ ବଦଳିଥାନ୍ତେ ଚାଳକ; ହେଲେ...

ଉଡାଣ ବେଳେ ବଦଳିଥାନ୍ତେ ବିମାନ ଚାଳକ। କେବେ ଶୁଣିଛନ୍ତି ଏଭଳି କଥା। ଶୁଣିବାକୁ ହୁଏତ ଏକଥା ଆଶ୍ଟର୍ଯ୍ୟ ଲାଗୁ ଥାଇ ପାରେ। ମାତ୍ର ଏପରି ଘଟଣା ବାସ୍ତବରେ ଘଟିଛି। ଦୁଇ ଜଣ ସ୍କାଇ ଡାଇଭର୍ସ ଆକାଶରେ ଉଡୁଥିବା ବିମାନ ଚାଳକଙ୍କୁ ବଦଳାଇବାକୁ ଯାଇ ନିଜ ବିମାନରୁ ଆକାଶକୁ ଡେଇଁ ପରସ୍ପରର ବିମାନରେ ଚଢିବାକୁ ଚାହୁଁଥିଲେ।  

ଏହି ସମୟରେ ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଲ୍ୟୁକ୍ ଏକିନ୍ସ ଏବଂ ଆଣ୍ଡି ଫାରିଙ୍ଗଟନ ନାମକ ଦୁଇ (Luke Aikins & Andy Farrington) ନିଜ ନିଜ ବିମାନରୁ ଧାଯ୍ୟ ହୋଇଥିବା ଉଚ୍ଚତାରେ ପହଞ୍ଚିଥିଲେ। ଏହା ପରେ ଉଭୟେ ନିଜେ ଉଡାଉଥିବା ବିମାନ ବଦଳାଇବାର ଥିଲା। ମାତ୍ର ଯେଉଁ ସମୟରେ ବିମାନ ଖାଲି ହୋଇଯାଇଥିଲା ସେତେବେଳେ ଉଭୟେ ସୁରକ୍ଷିତ ଭାବେ ଅବତରଣ କରିଥିଲେ।  

Also Read: ଉଡ଼ାଣ ବେଳେ ଅଚାନକ ସମୁଦ୍ରରେ ଖସି ପଡ଼ିଲା ହେଲିକ୍ୟାପ୍ଟର

 

ଯେଉଁ ବିମାନ ଆଣ୍ଡି ଫାରିଙ୍ଗଟନଙ୍କ ପାଖକୁ ଯିବାର ଥିଲା ତାହା ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ତଳକୁ ଖସିବାରେ ଲାଗିଥିଲା। ଏହି କାରଣରୁ ସେ ତାଙ୍କ ଷ୍ଟଣ୍ଟ୍ ପୁରା କରିପାରିଲେ ନାହିଁ।  ତାଙ୍କୁ ପାରଟ୍ୟୁଟ୍ ଯୋଗେ ଅବତରଣ କରିବାକୁ ପଡିଥିଲା। ମାତ୍ର ଏକିନ୍ସ ନିଜ ଷ୍ଟଣ୍ଟ ପୁରା କରିବାରେ ସଫଳ ହୋଇଥିଲେ। ଯାହାର ଭିଡି଼ଓ ସୋସିଆଲ ମିଡିଆ ଯୋଗେ ଭାଇରାଲ ହେବାରେ ଲାଗିଛି। ଏନେଇ ଫାରିଙ୍ଗଟନ ଙ୍କ କହିବା କଥା ତାଙ୍କ ବିମାନ ସଫଳ ହୋଇନଥିଲା। ବିମାନର ଅଗ୍ର ଭାଗକୁ ସୁରକ୍ଷିତ ରଖିବାର ଥିଲା। ଅନ୍ୟପଟେ ଏକିନ୍ସ କହିଛନ୍ତି ଆମେ ପୁଣି ଥରେ ଏହା ଉପରେ କାମ କରିବୁ।