ଟିମ୍ ଇଣ୍ଡିଆର ସବୁଠୁ ବଡ଼ Unlucky କ୍ରିକେଟର…ଅଧିନାୟକ ପଦ ଗଲା ଏବେ ODI ସିରିଜରୁ ବାଦ ପଡ଼ିବେ!
Advertisement
Article Detail0/zeeodisha/odisha1087951

ଟିମ୍ ଇଣ୍ଡିଆର ସବୁଠୁ ବଡ଼ Unlucky କ୍ରିକେଟର…ଅଧିନାୟକ ପଦ ଗଲା ଏବେ ODI ସିରିଜରୁ ବାଦ ପଡ଼ିବେ!

India vs West Indies: ଗତ ଏକ ବର୍ଷ ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟରଙ୍କ ପାଇଁ ଭଲ ନଥିଲା, ଆଘାତ ଯୋଗୁଁ ସେ ବହୁତ କଷ୍ଟ ପାଇଛନ୍ତି ଏବଂ ବର୍ତ୍ତମାନ ସେ କୋରୋନା ସଂକ୍ରମିତ ହୋଇଛନ୍ତି ।

ଟିମ୍ ଇଣ୍ଡିଆର ସବୁଠୁ ବଡ଼ Unlucky କ୍ରିକେଟର…ଅଧିନାୟକ ପଦ ଗଲା ଏବେ ODI ସିରିଜରୁ ବାଦ ପଡ଼ିବେ!

IND vs WI ODI Series: ଟିମ୍ ଇଣ୍ଡିଆକୁ ଫେବୃଆରୀ ୬ ରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ODI ସିରିଜ୍ ଖେଳିବାକୁ ପଡିବ । ତେବେ ସିରିଜ୍ ପୂର୍ବରୁ ମଧ୍ୟ ଟିମ୍ ଇଣ୍ଡିଆର ପାଞ୍ଚଜଣ ଖେଳାଳି କୋରୋନା ପଜିଟିଭ ହୋଇଛନ୍ତି । ଏଥିରେ ଶିଖର ଧାୱନ, ରିତୁରାଜ ଗାଇକୱାଡ, ନବଦୀପ ସାଇନି ଏବଂ ଶ୍ରେୟସ ଆୟର ଓ ଅକ୍ଷର ପଟେଲ ଅଛନ୍ତି । ଏହି ଖେଳାଳିମାନେ ODI ସିରିଜରେ ଖେଳିବାକୁ ସକ୍ଷମ ହେବେ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, କିନ୍ତୁ ଏମାନଙ୍କ ଖେଳିବା କଷ୍ଟକର । କୋରୋନା ପଜିଟିଭ୍ ହେବା ପରେ, ପ୍ରତ୍ୟେକ ଖେଳାଳୀଙ୍କୁ ୭ ଦିନ ପାଇଁ ସମସ୍ତଙ୍କ ଠାରୁ ବିଛିର୍ଣ୍ଣ ରହିବାକୁ ପଡିବ ଏବଂ ଏହା ପରେ କେବଳ ତାଙ୍କର ଦୁଇଟି RT-PCR ନେଗେଟିଭ୍ ହେବା ପରେ ସେମାନେ ଦଳରେ ସ୍ଥାନ ପାଇବେ । ଏଭଳି ପରିସ୍ଥିତିରେ ଧୱନ, ଆୟର, ଗାଇକୱାଡଙ୍କୁ ODI ସିରିଜରେ ଖେଳିବା କଷ୍ଟକର । ବାସ୍ତବରେ, ଯଦି ଦେଖାଯାଏ, ତେବେ ଗତ ଏକ ବର୍ଷ ଧରି ମୁଖ୍ୟତଃ ଶ୍ରେୟସ୍ ଆୟରଙ୍କ ପାଇଁ ଅତ୍ୟନ୍ତ ଖରାପ ରହିଛି ।

ଗତ ଏକ ବର୍ଷ ମଧ୍ୟରେ ଶ୍ରେୟସ୍ ଆୟର ଅନେକ ବଡ଼ ଆଘାତ ପାଇଛନ୍ତି । ଏହି କାରଣରୁ ସେ ନିଜର ଆଇପିଏଲ୍ ଅଧିନାୟକତ୍ୱ ହରାଇଥିଲେ । ସେ ଟି-୨୦ ବିଶ୍ୱକପ ୨୦୨୧ ଦଳରେ ସ୍ଥାନ ପାଇନାହାଁନ୍ତି । ତା’ପରେ ଆୟର୍ ନିଜର ଟେଷ୍ଟ୍ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ ଏବଂ ଏକ ଶତକ ମାରି ପୁଣିଥରେ ନିଜର ପ୍ରତିଭା ପ୍ରଦର୍ଶନ କଲେ, କିନ୍ତୁ ଏହାପରେ ସେ ପ୍ଲେଇଂ ଏକାଦଶର ସ୍ଥାନ ପାଇନଥିଲେ ଏବଂ ବର୍ତ୍ତମାନ ସେ କୋଭିଡ୍ ସଂକ୍ରମିତ ହୋଇଛନ୍ତି, ଯେଉଁଥିପାଇଁ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ODI ସିରିଜରୁ ବାଦ ପଡ଼ିବାର ସମ୍ଭାବନା ରହିଛି ।

'ହତଭାଗା ଶ୍ରେୟସ୍ ଆୟର'
ଗତ ବର୍ଷ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷରେ ଶ୍ରେୟସ୍ ଆୟର ଆହତ ହୋଇଥିଲେ । ଫିଲ୍ଡିଂ କରିବା ବେଳେ ସେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା ​।ଶ୍ରେୟସ୍ ଆୟର ସୁସ୍ଥ ହେବା ପାଇଁ ବହୁତ ସମୟ ନେଇଥିଲେ ଏବଂ ଅସ୍ତ୍ରୋପଚାର କରାଯାଇଥିଲା । ଏହାସହ ଆଇପିଏଲ୍ ଆରମ୍ଭ ହୋଇଥିଲା ଏବଂ ଏହି ଖେଳାଳି କେବଳ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରଥମ ରାଉଣ୍ଡ ମ୍ୟାଚ୍ ଖେଳିପାରିନଥିଲେ, ବରଂ ଆୟରଙ୍କୁ ଅଧିନାୟକତ୍ୱରୁ ହଟାଇ ଦିଆଯାଇଥିଲା ଏବଂ ଋଷଭ ପନ୍ତଙ୍କୁ ଦଳର ଅଧିନାୟକତ୍ୱ ଦେଇ ଦିଆଯାଇଥିଲା । ଯେତେବେଳେ ଆୟର ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ଫେରିଥିଲେ, ତାଙ୍କୁ ଅଧିନାୟକତ୍ୱ ଦିଆଯାଇନଥିଲା । ଋଷଭ ପନ୍ତ ଅଧିନାୟକ ଜାରି ରଖିଥିଲେ ।

ଆଘାତ ପୂର୍ବରୁ ଭଲ ପ୍ରଦର୍ଶନ କରିଥିବା ଶ୍ରେୟାସ ଆୟର ଟି-୨୦ ବିଶ୍ୱକପ ଦଳ ପାଇଁ ଦଳରେ ସ୍ଥାନ ପାଇ ନଥିଲେ । ଚତୁର୍ଥ ନମ୍ବର ପାଇଁ ପ୍ରତିଯୋଗୀ ଥିବା ଆୟରଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ଚୟନ କରାଯାଇଥିଲା । ଯଦିଓ ଆୟର ହାର ମାନିନଥିଲେ ଏବଂ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ଶତକ ମାରି ଆୟର ଦଳକୁ ବିଜୟୀ କରାଇଥିଲେ, କିନ୍ତୁ ଏହା ପରେ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ତିନି ଟେଷ୍ଟ ସିରିଜରେ ବେଞ୍ଚରେ ବସିବାକୁ ପଡ଼ିଥିଲା । ଆୟର ଦକ୍ଷିଣ ଆଫ୍ରିକା ODI ସିରିଜରେ ଫ୍ଲପ୍ ହୋଇଥିଲେ ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ସିରିଜରେ ସେ ପୁଣି ଥରେ ODI ଦଳରେ ସୁଯୋଗ ପାଇଥିଲେ । ଆୟର ଫର୍ମକୁ ଫେରିବା ପୂର୍ବରୁ ସେ କୋରୋନା ପଜିଟିଭ ହୋଇଥିଲେ । ବାସ୍ତବରେ ଯଦି ଶ୍ରେୟସ୍ ଆୟରଙ୍କୁ ଗତ ଏକ ବର୍ଷ ମଧ୍ୟରେ ସବୁଠାରୁ ହତଭାଗା ଭାରତୀୟ କ୍ରିକେଟର କୁହାଯାଏ, ତେବେ ଏହା ଭୁଲ୍ ହେବ ନାହିଁ ।

ଏହା ବି ପଢ଼ନ୍ତୁ: ରିଲିଜ ହେଲା ଧୋନିଙ୍କ ୱେବ ସିରିଜର ଟିଜର, ରାକ୍ଷସ ମାନଙ୍କୁ ହତ୍ୟା କରୁ ଥିବାର ନଜର ଆସୁଛନ୍ତି ମାହି

ଏହା ବି ପଢ଼ନ୍ତୁ: Attractive Zodiac Signs: ଏହି ୪ଟି ରାଶିର ଝିଅମାନଙ୍କ ଉପରେ ଅଧିକ ଆକର୍ଷିତ ହୋଇଥାନ୍ତି ପୁଅ

ଏହା ବି ପଢ଼ନ୍ତୁ: ଧରାପଡ଼ିଲା ଡ୍ରାଗନର ମିଛ! ଗାଲୱାନ୍ ସଂଘର୍ଷରେ ପ୍ରାଣ ହରାଇଥିଲେ ୩୮ ଜଣ ଚୀନ୍‌ ସୈନିକ