Tejas Express ଭଳି ଏବେ ଦୌଡିବ Vande Bharat Train
ବନ୍ଦେ ଭାରତ ଟ୍ରେନକୁ ୪୫ ଦିନ ଲାଗି ସେବାରୁ ହଟାଇ ନିଆଯିବ। ଏହା ବଦଳରେ ତେଜସ ଏକ୍ସପ୍ରେସ ଚଳାଚଳ କରାଇବାକୁ ଯୋଜନା କରାଯାଇଛି।
ନୂଆଦିଲ୍ଲୀ: ସଦ୍ୟ ଭାରତୀୟ ରେଳବାଇ ପକ୍ଷରୁ କରାଯାଇଛି ଏକ ବଡ ଘୋଷଣା। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଚଳିତ ମାସ ୧୫ ତାରିଖରୁ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନ ତେଜସ ଏକ୍ସପ୍ରେସ ଭାବେ ଟ୍ରାକରେ ଦୌଡିବ। ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦି ଭାରତରେ ନିର୍ମିତ ଏହି ସେମି ହାଇସ୍ପୀଡ ଟ୍ରେନକୁ ଉଦଘାଟନ କରିବା ପରେ ଏହି ରେଳସେବା ଆରମ୍ଭ ହୋଇଥିଲା।
ଏନେଇ ଫେବୃଆରୀ ୧୦ ତାରିଖ ଉତ୍ତର ରେଳବାଇ (Northern Railway) ପକ୍ଷରୁ ଲେଖାଯାଇଥିବା ପତ୍ରରେ ଦର୍ଶାଯାଇଛି ରେଲୱେ ବୋର୍ଡ (Railway Board) ଚଳିତ ୧୫ ତାରିଖରୁ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନୂଆଦିଲ୍ଲୀ-ବାରଣାସୀ-ନୂଆଦିଲ୍ଲୀ (Newdelhi-Varanasi-Newdelhi) ମଧ୍ୟରେ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବା ଲାଗି ଅନୁମତି ପ୍ରଦାନ କରିଛି। ନୂଆଦିଲ୍ଲୀରୁ ବାରଣାସୀ ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଟ୍ରେନକୁ (Vande Bharat Train) ୪୫ ଦିନ ଲାଗି ସେବାରୁ ହଟାଇ ନିଆଯିବ। ଏହା ବଦଳରେ ତେଜସ ଏକ୍ସପ୍ରେସ (Tejas Express) ଚଳାଚଳ କରାଇବାକୁ ଯୋଜନା କରାଯାଇଛି।
Also Read: କୋରୋନା ସଂକଟ ବେଳେ ଭାରତୀୟ ରେଳବାଇର ନୂଆ ରେକର୍ଡ
ଏହି ରେଳ ସେବାକୁ ଭାରତୀୟ ରେଳବାଇ (Indian Railway) ଦ୍ୱାରା ପରିଚାଳିତ କରାଯିବ। ଯାତ୍ରୀ ଭଡାରେ (Passenger Fare) କୌଣସି ପରିବର୍ତ୍ତନ କରାଯିବ ନାହିଁ। ଆଜକୁ ୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ତେଜସ ଏକ୍ସପ୍ରେସ ସେବା ଅଧିନରେ ଭାରତୀୟ ରେଳବାଇ ବର୍ତ୍ତମାନ ୪ଯୋଡି ଟ୍ରେନ୍ ଚଳାଯାଉଉଛି। ଏହା ମଧ୍ୟରୁ ୨ଟି ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ-କରମାଲି ତେଜ ଏକ୍ସପ୍ରେସ ଏବଂ ଚେନ୍ନାଇ ଏଗମୋର-ମଦୁରାଇ ଜଙ୍କସନ ତେଜାସ ଏକ୍ସପ୍ରେସ ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ହେଉଛି।
Also Read: ଭାରତୀୟ ରେଳବାଇ ପକ୍ଷରୁ ସେବା ଆରମ୍ଭ, ଗାଇଡଲାଇନ ମାନିବାକୁ ଯାତ୍ରୀଙ୍କୁ ପରାମର୍ଶ
ବାକି ୨ଟି ଟ୍ରେନ ଲକ୍ଷ୍ନୌ-ନୂଆଦିଲ୍ଲୀ ତେଜାସ୍ ଏକ୍ସପ୍ରେସ୍ ଏବଂ ମୁମ୍ବାଇ ସେଣ୍ଟ୍ରାଲ୍-ଅହମ୍ମଦାବାଦ ତେଜସ୍ ଏକ୍ସପ୍ରେସ୍ ସେବା ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜିମ କର୍ପୋରେସନ-ଆଇଆରସିଟିସି (Indian Railway Catering and Tourism Corporation-IRCTC) ପ୍ରଦାନ କରାଯାଉଛି। ନୂଆଦିଲ୍ଲୀ-ବାରାଣାସୀ ବନ୍ଦେ ଭାରତ ଏକ୍ସପ୍ରେସକୁ ତେଜାସ ଏକ୍ସପ୍ରେସ ଭାବରେ ଅନ୍ତର୍ଭୁକ୍ତ କରାଯିବା ସହିତ ଭାରତୀୟ ରେଳବାଇ ପକ୍ଷରୁ ବର୍ତ୍ତମାନ ୩ଟି ତେଜସ ଏକ୍ସପ୍ରେସ ଟ୍ରେନ ସେବା କାର୍ଯ୍ୟକାରୀ କରାଯିବ। ୨୦୧୯ ଅକ୍ଟୋବର ୫ ତାରିଖେ ଦିଲ୍ଲୀ-କଟାରା ମଧ୍ୟରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଆରମ୍ଭ କରିଥିଲା।
Also Read: ଏଣିକି ରେଳ ଧାରଣା ଅତିକ୍ରମ କଲେ ଯିବେ ଜେଲ, ଦେବେ ଜରିମାନା
ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସକୁ ରକ୍ଷଣାବେକ୍ଷଣ (Maintenance) ପାଇଁ ପଠାଯାଉଛି।ଏହି ଟ୍ରେନ ବଦଳରେ ନୂଆଦିଲ୍ଲୀ-ବାରାଣାସୀ ମଧ୍ୟରେ ତେଜସ ଏକ୍ସପ୍ରେସ ୪୫ ଦିନ ଲାଗି ସେବା ପ୍ରଦାନ କରିବ। ଧାନମନ୍ତ୍ରୀ ମୋଦି ୨୦୧୯ ଫେବୃଆରୀ ୧୫ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ଏହାର ୨ ଦିନ ପରେ ନୂଆଦିଲ୍ଲୀରୁ ବାରାଣାସୀ ପର୍ଯ୍ୟନ୍ତ ଏହାର ବ୍ୟବସାୟିକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ୮ ଘଣ୍ଟା ମଧ୍ୟରେ ନୂଆଦିଲ୍ଲୀ ଏବଂ ବାରାଣାସୀ ମଧ୍ୟରେ ଥିବା ଦୂରତାକୁ ଅତିକ୍ରମ କରିଥାଏ। ଏହା ସୋମବାର ଏବଂ ଗୁରୁବାର ବ୍ୟତୀତ ସପ୍ତାହର ସମସ୍ତ ଦିନରେ ଚଳାଚଳ କରିଥାଏ।
Also Read: ଏଣିକି ସୌରଶକ୍ତିରେ ଟ୍ରାକରେ ଦୌଡିବ ଭାରତୀୟ ରେଳବାଇ
ଏହି ଟ୍ରେନରେ ୧୬ଟି ଶୀତତାପ ନିୟନ୍ତ୍ରିତ କୋଚ୍ (Air Conditioned Coach) ରହିଛି। ଏହି ଟ୍ରେନରେ ହାଇ ସ୍ପିଡ୍ ଅନ୍-ବୋର୍ଡ ୱାଇଫାଇ (High Speed On Board WiFi), ଜିପିଏସ୍ (ଉଝଏ) ଆଧାରିତ ଯାତ୍ରୀ ସୂଚନା ପ୍ରଣାଳୀ, ଟଚ୍-ଫ୍ରି ବାୟୋ-ଭ୍ୟାକ୍ୟୁମ୍ ଟଏଲେଟ୍ (Touch Free Vaccum Toilet), ଏଲଇଡି ଲାଇଟ୍ (LED Light), ମୋବାଇଲ୍ ଚାର୍ଜିଂ ପଏଣ୍ଟ (Mobile Charging Point) ଏବଂ ଜଳବାୟୁ ନିୟନ୍ତ୍ରଣ ପ୍ରଣାଳୀ ଆଦି ସୁବିଧା ରହିଛି। ତେଜସ୍ ଏକ୍ସପ୍ରେସ ଟ୍ରେନ ଯାତ୍ରୀ ଭଡା ବନ୍ଦେ ଭାରତ ତୁଳନାରେ କମ୍।