ଏହାକୁ ନଜରରେ ରଖି ପ୍ରତିଟି ରାଜ୍ୟ ଏବେ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାୟ କ୍ରମେ ଅନଲକ୍ ପ୍ରକ୍ରିୟା ଜାରି ରଖିଛନ୍ତି । ହେଲେ ତେଲେଙ୍ଗାନା ରାଜ୍ୟ ଆଜି କ୍ୟାବିନେଟ ମିଟିଂରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।
Trending Photos
ହାଇଦ୍ରାବାଦ: ପୁରା ବିଶ୍ୱରେ କୋରୋନା ମହାମାରୀ ନିଜର ତାଣ୍ଡବ ରଚିବାରେ ଲାଗିଛି । ହେଲେ ପ୍ରଥମ ଲହରରୁ ବେଶି ମାରାତ୍ମ ସାବ୍ୟସ୍ତ ହେଲା ଦ୍ୱିତୀୟ ଲହର । ମାତ୍ର ବିଗତ କିଛିଦିନ ହେଲା ଧିରେ ଧିରେ ଦେଶ ଓ ତମାମ ରାଜ୍ୟ ଗୁଡ଼ିକରେ ସଂକ୍ରମଣ ହ୍ରାସ ହେବାରେ ଲାଗିଛି । କୋରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖିବାକୁ ମିଳୁଛି । ଏହାକୁ ନଜରରେ ରଖି ପ୍ରତିଟି ରାଜ୍ୟ ଏବେ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାୟ କ୍ରମେ ଅନଲକ୍ ପ୍ରକ୍ରିୟା ଜାରି ରଖିଛନ୍ତି । ହେଲେ ତେଲେଙ୍ଗାନା ରାଜ୍ୟ ଆଜି କ୍ୟାବିନେଟ ମିଟିଂରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।
ଜୁନ ୨୦ରୁ ତେଲେଙ୍ଗାନା( Telengana) ରୁ ସମ୍ପୂର୍ଣ୍ଣ ହଟିବ ଲକ୍ଡାଉନ । ଏଥିସହ ନାଇଟ୍ କର୍ଫ୍ୟୁ (Night Curfew) କଟକଣା ବି ରାଜ୍ୟରେ ରହିବନି । ଏନେଇ ତେଲେଙ୍ଗାନା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ପଜିଟିଭିଟି ରେଟ୍ ହ୍ରାସ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ତେଲେଙ୍ଗାନା ସରକାର ସୂଚନା ଦେଇଛନ୍ତି । ଏହି ସମୟରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି ଯେ କୋରୋନାର ଦ୍ୱିତୀୟ ଲହର କମିଯିବା ପରେ ଧୀରେ ଧୀରେ ବଜାର ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଅନଲକ୍ ଅଧୀନରେ ଖୋଲାଯାଉଛି। ତଥାପି କୌଣସି ପ୍ରକାରର ନିୟମକୁ ଭାଙ୍ଗିବା ଉଚିତ୍ ନୁହେଁ । ଯଦି ଏମିତି ହୁଏ ତେବେ କୋରୋନା ପୁଣି ଥରେ ତାହାର ପ୍ରକୋପ ଦେଖାଇବା ଆରମ୍ଭ କରିବ ।
Also Read: ତିନିମାସ ପରେ ଦେଶରେ ଆସିପାରେ କୋରୋନାର ତୃତୀୟ ଲହର, ଚେତାବନୀ ଦେଲେ ବିଶେଷଜ୍ଞ
କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କୋଭିଡ ପ୍ରୋଟୋକଲକୁ ସମ୍ପୂର୍ଣ୍ଣ ତ୍ୱରାନ୍ୱିତ କରିବା ସହିତ ତୁରନ୍ତ ଜିଲ୍ଲା ସ୍ତରରେ ଟେଷ୍ଚିଂ, ଟ୍ରାକିଂ, ଚିକିତ୍ସା ନୀତି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ତୃଣମୂଳ ସ୍ତରରୁ ସ୍ଥିତି ପରୀକ୍ଷା କରି ଅନଲକ ପର୍ଯ୍ୟାୟକୁ ଆଗକୁ ନେବାକୁ ସୂଚନା ଦେଇଛି କେନ୍ଦ୍ର । ସେପଟେ ଦେଶରେ କୋରୋନା ଭୂତାଣୁ (Corona Pandemic) ର ପ୍ରକୋପ ଧୀରେ ଧୀରେ କମିବାରେ ଲାଗିଛି । ଏହାସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ କମି ଦେଖାଦେଇଛି । ଲଗାତର ପଞ୍ଚମ ଦିନ ୭୦ ହଜାରରୁ କମ୍ କୋରୋନା ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦ ହଜାର ୭୫୩ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୬୪୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୭ ହଜାର ୭୪୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଦିନକରେ ୩୮,୬୩୭ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି ।
Also Read: Wipro ରେ କରୁଛନ୍ତି କି Job: ଜାଣନ୍ତୁ କେତେ ବଢିବ ଆପଣଙ୍କ Salary
ଦେଶରେ କୋରୋନାର ଦ୍ୱିତୀୟ ଲହର (Second Wave Of Coronavirus) ର ଏଣ୍ଟ୍ରି ମାରିବା ପରେ କୋରୋନାର ନୂତନ ମାମଲା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ନୂତନ କୋରୋନା ମାମଲା (COVID-19 Cases) ରେ କ୍ରମାଗତ ବୃଦ୍ଧି ହେତୁ ଡାକ୍ତରଖାନାଗୁଡ଼ିକରେ ଭିଡ଼ ଜମିଥିଲା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ିଯାଇଥିଲା । ଅନେକ ପ୍ରତିବନ୍ଧକ ପରେ ଦ୍ୱିତୀୟ ଲହର (Corona Second Wave) ର ବିପଦରେ କମି ଆସିଛି । ଯଦିଓ ବର୍ତ୍ତମାନ ତିନି ମାସ ପରେ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏହା ବ୍ୟତୀତ ନିକଟ ଅତୀତରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ କେନ୍ଦ୍ର ତଥା ଦିଲ୍ଲୀ ସରକାରଙ୍କୁ ଆଲର୍ଟ କରାଇ ଦେଇଛନ୍ତି ଯେ ବର୍ତ୍ତମାନ ଆମେ ତୃତୀୟ ଲହରଠାରୁ ଦୂରରେ ନାହୁଁ ।