Wipro ରେ କରୁଛନ୍ତି କି Job: ଜାଣନ୍ତୁ କେତେ ବଢିବ ଆପଣଙ୍କ Salary
Advertisement

Wipro ରେ କରୁଛନ୍ତି କି Job: ଜାଣନ୍ତୁ କେତେ ବଢିବ ଆପଣଙ୍କ Salary

ନିଜ କମ୍ପାନୀର ମ୍ୟାନେଜରଙ୍କ ଛଡ଼ା ତଳ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ଘୋଷଣା କରିଛି କମ୍ପାନୀ । ଆଉ ଏହି ବର୍ଦ୍ଧିତ ଦରମା ଚଳିତ ବର୍ଷ ଡିସେମ୍ବର ୧ରୁ ଲାଗୁ କରାଯିବ ।

Wipro ରେ କରୁଛନ୍ତି କି Job: ଜାଣନ୍ତୁ କେତେ ବଢିବ ଆପଣଙ୍କ Salary

ନୂଆଦିଲ୍ଲୀ: କୋରୋନା ମହାମାରୀ ବିଶ୍ୱର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଆଉ ଏଥିରେ ବେଶି ପ୍ରଭାବିତ ହୋଇଛି ଆମ ଦେଶ ଭାରତ । ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଯେଉଁଠାରେ କମ୍ପାନୀ ମାନେ ନିଜର କର୍ମଚାରୀଙ୍କ ହ୍ରାସ କରିବା ସହ ଦରମା କାଟ ଓ ଛଟେଇ ଭଳି କାର୍ଯ୍ୟ କରୁଛି ସେଠାରେ ଏମିତି ଏକ କମ୍ପାନୀ ଯିଏ ବର୍ଷରେ ଦ୍ୱିତୀୟ ଥର ପାଇଁ ନିଜ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଘୋଷଣା କରିଛି ।

ୟେ ଆଉ କେଉଁ କମ୍ପାନୀ ନୁହେଁ , ଆଇଟି କ୍ଷେତ୍ରରେ ସବୁଠାରୁ ଭଲ ଓ ଚର୍ଚ୍ଚିତ କମ୍ପାନୀ ହେଉଛି  (Wipro)। କମ୍ପାନୀ ଶୁକ୍ରବାର ଏକ ବଡ଼ ଘୋଷଣା କରିଛି । ନିଜ କମ୍ପାନୀର ମ୍ୟାନେଜରଙ୍କ ଛଡ଼ା ତଳ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ଘୋଷଣା କରିଛି କମ୍ପାନୀ । ଆଉ ଏହି ବର୍ଦ୍ଧିତ ଦରମା ଚଳିତ ବର୍ଷ ଡିସେମ୍ବର ୧ରୁ ଲାଗୁ କରାଯିବ । କମ୍ପାନୀ ଏହି କର୍ମଚାରୀଙ୍କ ପାଇଁ ଜାନୁଆରୀ ମାସରେ ବି ଦରମା ବୃଦ୍ଧି କରିଥିଲା ।

Also Read: ରିଅଲ୍ ହିରୋଙ୍କୁ ରିଲ୍ ହିରୋଙ୍କ ଶେଷ ସଲାମ୍

(Wipro) କମ୍ପାନୀର କହିବା କଥା, ନିଜର ବ୍ୟାଣ୍ଡ ଥ୍ରୀ କର୍ମଚାରୀଙ୍କ ପାଇଁ ମେରିଟ୍ ସାଲାରୀ ଇନକ୍ରିଜ୍ ବା ଦରମା ବୃଦ୍ଧି କରିବ । ଏହି ବ୍ୟାଣ୍ଡରେ ଆସିଷ୍ଟାଣ୍ଟ ମ୍ୟାନେଜର (Manager) ଓ ତାଙ୍କ ଠାରୁ ଥିବା ତଳ କର୍ମଚାରୀ ଏହି ତାଲିକା ରେ ଅନ୍ତର୍ଭୁକ୍ତ ହୋଇଥାନ୍ତି । କମ୍ପାନୀରେ ଏହି ବ୍ୟାଣ୍ଡର କର୍ମଚାରୀଙ୍କ ସଂଖ୍ୟା ପାଖାପାଖି ୮୦ ପ୍ରତିଶତ ରହିଛି। ଯାହାଫଳରେ କର୍ମଚାରୀ (Employee) ଙ୍କ ମନୋବଳ ବଢିବ ଓ ସେମାନେ ଦ୍ୱିଗୁଣ ଜୋସରେ କାମ ବି କରିପାରିବେ।

Also Read: ଭାରତରେ ମିଳିଲା କୋରୋନାର ୧୨୦ରୁ ଅଧିକ ମ୍ୟୁଟେସନ୍, ୮ଟି ସବୁଠାରୁ ମାରାତ୍ମକ; ଅଧ୍ୟୟନରେ ହେଲା ଖୁଲାସା

(Wipro) କମ୍ପାନୀର କହିବା କଥା, କମ୍ପାନୀର ମ୍ୟାନେଜର ଓ ତାଙ୍କ ଉପରସ୍ତ ଅଧିକାରୀଙ୍କ ଦରମା ବୃଦ୍ଧି ମଧ୍ୟ କରାଯାଇଛି। ଏହି ବେତନ ବୃଦ୍ଧି ଚଳିତ ବର୍ଷ ଜୁନ ମାସରୁ ହିଁ ଲାଗୁ ହେବାକୁ ଯାଉଛି । ଏଠାରେ କହିରଖୁଛୁ ଯେ, ଏଭଳି ଏକ ମହାମାରୀ ସମସ୍ୟା ମଧ୍ୟରେ (Wipro) କମ୍ପାନୀ ହେଉଛି ଦ୍ୱିତୀୟ IT କମ୍ପାନୀ ଯାହା ବର୍ଷକ ମଧ୍ୟରେ ଦୁଇ ଥର ଦରମା ବୃଦ୍ଧି କରିବାକୁ ଯାଉଛି । ଏହାପୂର୍ବରୁ  (TCS) କମ୍ପାନୀ ନିଜ କର୍ମଚାରୀଙ୍କ ଦରମା ଜାନୁଆରୀ ଓ ଏପ୍ରିଲ ମାସରେ ବୃଦ୍ଧି କରିବା ନେଇ ଘୋଷଣା କରିସାରିଛି।