ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଲେ KCR, କହିଲେ ପ୍ରମାଣ ମାଗି ଠିକ୍ କରିଛନ୍ତି ରାହୁଲ
Advertisement

ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଲେ KCR, କହିଲେ ପ୍ରମାଣ ମାଗି ଠିକ୍ କରିଛନ୍ତି ରାହୁଲ

ସର୍ଜିକାଲ ଷ୍ଟ୍ରାଇକରେ ରାହୁଲ ଗାନ୍ଧୀଙ୍କ ପ୍ରମାଣ ମାଗିବା ଭୁଲ ନୁହେଁ। ଏହା ଉପରେ ବିଜେପି କେସିଆରଙ୍କ ବିବୃତ୍ତିକୁ ଅତ୍ୟନ୍ତ ଲଜ୍ଜାଜନକ ଓ ଭିତ୍ତିହୀନ ବୋଲି କହିଛି। KCR ଙ୍କ ଏପରି ବିବୃତ୍ତି ସହିଦଙ୍କ ପ୍ରତି ଅପମାନ ବୋଲି ବିଜେପି କହିଛି।

ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଲେ KCR, କହିଲେ ପ୍ରମାଣ ମାଗି ଠିକ୍ କରିଛନ୍ତି ରାହୁଲ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ଭାରତୀୟ ସେନାର ବୀରତ୍ୱ ସମଗ୍ର ଦେଶରେ ଆଲୋଚନାର ଶୀର୍ଷରେ। କିନ୍ତୁ ଏହାକୁ ନେଇ ଜାତୀୟ ରାଜନୀତି ଏବେ ଯାଏ ବି ଜାରି ରହିଛି। ଏଥର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି ସେ କହିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକରେ ରାହୁଲ ଗାନ୍ଧୀଙ୍କ ପ୍ରମାଣ ମାଗିବା ଭୁଲ ନୁହେଁ। ଏହା ଉପରେ ବିଜେପି କେସିଆରଙ୍କ ବିବୃତ୍ତିକୁ ଅତ୍ୟନ୍ତ ଲଜ୍ଜାଜନକ ଓ ଭିତ୍ତିହୀନ ବୋଲି କହିଛି। KCR ଙ୍କ ଏପରି ବିବୃତ୍ତି ସହିଦଙ୍କ ପ୍ରତି ଅପମାନ ବୋଲି ବିଜେପି କହିଛି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (Telangana Chief Minister K. Chandrashekar Rao) କହିଛନ୍ତି ଯେ ରାହୁଲ ଗାନ୍ଧୀ (Rahul Gandhi)ଙ୍କ ଦ୍ୱାରା ଲୋଡାଯାଇଥିବା ପ୍ରମାଣ ଭୁଲ ନୁହେଁ। ସେ କହିଛନ୍ତି ଯେ, ବିଜେପି ସବୁବେଳେ ଭୁଲ ପ୍ରଚାର କରିଥାଏ। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ କେଉଁଠାରେ ଅଛି ମୁଁ ମଧ୍ୟ ପଚାରୁଛି। ରାହୁଲ ଗାନ୍ଧୀ ଯାହା ପଚାରିଛନ୍ତି ସେଥିରେ କିଛି ଭୁଲ୍ ନାହିଁ ବୋଲି କେସିଆର୍ କହିଛନ୍ତି। ମୁଁ ମଧ୍ୟ ଭାରତ ସରକାରଙ୍କୁ ପଚାରୁଛି। ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ମୋର ଶବ୍ଦକୁ କେନ୍ଦ୍ରକୁ ପହଞ୍ଚାଇବାକୁ ତେବେ ମୁଁ ଏ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛି ବୋଲି କେସିଆର କହିଛନ୍ତି। 

ସେପଟେ କେସିଆରଙ୍କ କଥା ଶୁଣି ଚିହିଁକି ଉଠିଛି ବିଜେପି (BJP)। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବିୟ କେସିଆରଙ୍କ ବିବୃତ୍ତିକୁ ନିନ୍ଦା କରି କହିଛନ୍ତି ଯେ ଆଜି ଯେତେବେଳେ ଆମେ ପୁଲୱାମାର ସହିଦଙ୍କ ପାଇଁ ବୀରତ୍ୱ ଗାଥାର ପାଳନ କରୁଛୁ, କେସିଆରଙ୍କ ଏପରି ବିବୃତ୍ତି ସହିଦମାନଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଭାରତ ଏହା କିପରି କରିଛି ତାହା ସମଗ୍ର ବିଶ୍ୱ ଜାଣିଛି। ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ଏହି ସମୟରେ କଂଗ୍ରେସ ନେତା ରସିଦ ଅଲଭି କହିଛନ୍ତି ଯେ, ଏହି ପ୍ରସଙ୍ଗରେ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରମାଣ ମାଗିବାରେ ଭୁଲ କଣ? ସେ କହିଛନ୍ତି ଯେ ଯେତେବେଳେ ସରକାର କହୁଛନ୍ତି ଯେ ଆମ ପାଖରେ ଭିଡିଓ ଅଛି, ତେବେ ଏହାକୁ ଦେଖାଇବାରେ ଅସୁବିଧା କଣ?

ଆଜି ପୁରା ଦେଶ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ୧୪ ଫେବୃଆରୀ ୨୦୧୯ ରେ, ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ପୁଲୱାମା ଆକ୍ରମଣରେ ୪୦ ଜଣ ସାହସୀ CRPF ଯବାନ ସହିଦ ହୋଇଥିଲେ । ପୁଲୱାମା ଆକ୍ରମଣର ୧୨  ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନ ଉପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ଏଥିରେ ୩୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ବାୟୁସେନା ପାକିସ୍ତାନ ଭିତରେ ବାଲାକୋଟରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ (Surgical Strike) କରି ସେମାନଙ୍କୁ ଧ୍ୱସ୍ତବିଧ୍ୱସ୍ତ  କରି ଦେଇଥିଲା।

Also Read: ଚୀନକୁ ଝଟକା; ବ୍ୟବହାର କରୁଥିବା ୫୪ ଟି App କୁ ବ୍ୟାନ୍ କଲା ଭାରତ

Also Read: 'ଆଲ୍ଲା ହୁ ଆକବର' ନାରା ଲଗାଇଥିବା ଝିଅକୁ ସଲମାନ ଓ ଅମୀର ଦେଇଛନ୍ତି ୩ କୋଟି ଟଙ୍କା? ସାମ୍ନାକୁ ଆସିଲା ସତ