J&K: BDC ବୈଠକ ଚାଲିଥିବା ବେଳେ ଆତଙ୍କବାଦୀ ଆକ୍ରମଣ, ୨ ମୃତ
Advertisement

J&K: BDC ବୈଠକ ଚାଲିଥିବା ବେଳେ ଆତଙ୍କବାଦୀ ଆକ୍ରମଣ, ୨ ମୃତ

ବିଡିସି ବୈଠକ ଚାଲିଥିବା ବେଳେ ଅଚାନକ ଅନ୍ଧାଧୁନିଆ ଗୁଳିମାଡ କରିଥିଲେ ଆତକବାଦୀ।

J&K: BDC ବୈଠକ ଚାଲିଥିବା ବେଳେ ଆତଙ୍କବାଦୀ ଆକ୍ରମଣ, ୨ ମୃତ

ଶ୍ରୀନଗର: କାଶ୍ମୀର ବାରମୂଳା ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାର ସୋପୋରସ୍ଥିତ ଏକ ଡାକବଙ୍ଗଳାରେ ବୈଠକ ଚାଲିଥିବା ସମୟରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏହି ଘଟଣାରେ ଜଣେ ପାର୍ଷଦ ଏବଂ ଅନ୍ୟ ଜଣେ ଏସପିଓ ପ୍ରାଣ ହରାଇଛନ୍ତି।       

ସୋପୋରସ୍ଥିତ ଏକ ଡାକବଙ୍ଗଳାରେ ବ୍ଲକ ବିକାଶ ପରିଷଦ-ବିଡିସି (Block Development Council-BDC) ବୈଠକ ଚାଲିଥିବା ବେଳେ ଅଚାନକ ଅନ୍ଧାଧୁନିଆ ଗୁଳିମାଡ କରିଥିଲେ ଆତକବାଦୀ। ଏ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି। 

Also Read: ଘାରିଛି ସେନା ଭୟ,ଟୟଲେଟ ବଙ୍କରରେ ଆତ୍ମଗୋପନ କରୁଛନ୍ତି ଆତଙ୍କବାଦୀ

 

ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିନେଇଛି ସୁରକ୍ଷା ବାହିନୀ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସୋପୋର ଅଞ୍ଚଳରେ ଭାରତୀୟ ସେନା, ସିଆରପିଏଫ,ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଜଏଣ୍ଟ ଅପରେସନ ଜାରି ରହିଛି। ଏହି ଆକ୍ରମଣ ଭିଆଇଥିବା ଆତଙ୍କବାଦୀଙ୍କୁ ଧରିବା ଲାଗି ତଲାସୀ ଅଭିଯାନ ଜାରି ରହିଛି।

Also Read: ପାକ୍ ହାତରୁ ଖସିବ PoK

 

ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ କୁହାଯାଇଛି ମୁନସିପାଲ ଅଫିସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆକ୍ରମଣରେ ସ୍ପେସିଆଳ ପୋଲିସ ଅଫିସର-ଏସପିଓ (Special Police Officer-SPO) ଶଫାକତ ଅହମ୍ମଦ ଏବଂ ପାର୍ଷଦ ରିୟାଜ ଅହମ୍ମଦ ପ୍ରାଣ ହରାଇଛନ୍ତି। ଅନ୍ୟତମ ପାର୍ଷଦ ଶମସୁଦ୍ଦିନ ପୀର ଆହତ ହେବା ପରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।