ଡ୍ରାଗନର ବ୍ଲାକ ଟପ କବଜା ଉଦ୍ୟମ ବିଫଳ
Advertisement

ଡ୍ରାଗନର ବ୍ଲାକ ଟପ କବଜା ଉଦ୍ୟମ ବିଫଳ

 ଚୀନ ସହିତ ସୀମା ବିବାଦର ସମାଧାନ ପାଇଁ ଜାରି ରହିଛି ପ୍ରୟାସ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ ପ୍ରତିନିଧିଙ୍କ ସହିତ ସୀମା ସ୍ଥିତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । 

ଡ୍ରାଗନର ବ୍ଲାକ ଟପ କବଜା ଉଦ୍ୟମ ବିଫଳ

ବିକ୍ରମ ସାହୁ, ନୂଆଦିଲ୍ଲୀ: ଚୀନ ସହିତ ସୀମା ବିବାଦର ସମାଧାନ ପାଇଁ ଜାରି ରହିଛି ପ୍ରୟାସ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ ପ୍ରତିନିଧିଙ୍କ ସହିତ ସୀମା ସ୍ଥିତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେପଟେ ଚୁସୁଲରେ ଦୁଇ ଦେଶର କମାଣ୍ଡରସ୍ତରୀୟ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି । ଚୀନ ସେନାର ଅତିକ୍ରମଣ ଉଦ୍ୟମକୁ ପଣ୍ଡ କରିବାକୁ LACର ସମସ୍ତ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଟ୍ୟାଙ୍କ୍ ମୁତୟନ କରିଛି ଭାରତ । ପାଙ୍ଗୋଙ୍ଗର ବ୍ଲାକ ଟପ୍ କବଜା କରିବାକୁ ଚୀନ ସେନାର ଷଡ଼ଯନ୍ତ୍ର ପୁଣି ଥରେ ବିଫଳ ହୋଇଛି । 

ସୀମାନ୍ତରେ ଭାରତୀୟ ସେନା ଡ୍ରାଗନ ସେନାକୁ ଧୂଳି ଚଟାଇବାରେ ସମର୍ଥ ହୋଇଛନ୍ତି ।  ସେପଟେ ସୋମବାର ଜାତୀୟ ସୁରକ୍ଷା ପରାମର୍ଶଦାତା NSA ଅଜିତ ଡୋଭାଲ ଚୀନ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ମଙ୍ଗଳବାର ଚୁସୁଲରେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତ୍ରରୀୟ ଆଲୋଚନା ଆରମ୍ଭ ହୋଇଛି । ସେପଟେ ଭାରତ LACର ସମସ୍ତ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଟ୍ୟାଙ୍କ ମୁତୟନ କରିଛି । 

ପାନଗଙ୍ଗର ବ୍ଲକ ଟପକୁ କବଜା କରିବାର ଷଡ଼ଯନ୍ତ୍ର ବିଫଳ ହେବାପରେ ବଦଳୁଛି ଚୀନର ସ୍ୱର । ଚୀନର ପ୍ରକୃତି ସହିତ ପୂର୍ବରୁ ପରିଚିତ ଭାରତୀୟ ଯବାନ ମଧ୍ୟ ଚୀନକୁ ଧୁଳି ଚଟାଇବାରେ ବେଶ ସଫଳ ହୋଇଛନ୍ତି । ଜୁନ ୧୫ ହିଂସା ପରଠାରୁ ଲଦାଖ ସୀମାନ୍ତରେ ପୂର୍ବାପେକ୍ଷା ଅଧିକ ସଜାଗ ହୋଇଥିଲେ ଭାରତୀୟ ଯବାନ । ଏପରିକି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଆଲୋଚନା ଜାରି ରହିଥିବା ବେଳେ ମଧ୍ୟ ଭାରତୀୟ ଯବାନ ବ୍ଲକ ଟପ୍ ପୋଷ୍ଟ ଉପରେ ଉପସ୍ଥିତି ଜାହିର କରିଥିଲେ । 

ଯାହାଫଳରେ ଡ୍ରାଗନ ସେନାର ରାତି ଅଧିଆ ଆକ୍ରମଣକୁ ମୁହଁତୋଡ଼ ଜବାବ ଦେବାରେ ସମର୍ଥ ହୋଇଥିଲା । ଜୁନ ୧୫ ପରି ଅଗଷ୍ଟ ୨୯ ରାତିରେ ମଧ୍ୟ ଚୀନ ସେନାର ଅତିକ୍ରମଣ ପ୍ରୟାସ ବିଫଳ ହୋଇଛି । LACରେ ଚୀନ ସେନା ବାରମ୍ବାର ଉତ୍ତେଜନା ସୃଷ୍ଟି କରୁଥିବା ବିଭିନ୍ନ ବୈଦେଶିକ ଗଣମାଧ୍ୟମରେ ମତ ପ୍ରକାଶ ପାଇଛି । ଏହାସହିତ ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ମଧ୍ୟ ଭାରତ ସହ ଶତ୍ରୁତା ବୃଦ୍ଧି ଚୀନ ପାଇଁ ମହଙ୍ଗା ପଡ଼ିବ ବୋଲି ସତର୍କ କରାଇ ଦେଇଛି । ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ସହିତ ଭାରତର ସମ୍ପର୍କ ମଜଭୁତ ହେଉଥିବାରୁ ଚୀନ ଇର୍ଷାନ୍ୱିତ ହେବା ସ୍ୱଭାବିକ କିନ୍ତୁ ଭାରତ, କୌଣସି କ୍ଷେତ୍ରରେ ଚୀନ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଁନାହିଁ ବୋଲି ଗ୍ଲାବାଲ ଟାଇମ୍ସ ସମ୍ପାଦକୀୟରେ କୁହାଯାଇଛି । ଯାହା ଡ୍ରାଗନ ସେନା ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି ।