ଲମ୍ବା ସମୟ ଧରି ମୃତ୍ୟୁଦଣ୍ଡରେ ଦଣ୍ଡିତ ଥିବା ଅପରାଧି ପାଇଲେ ମୁକ୍ତି, ଗିନିଜ ବୁକ ଅଫ ରେକର୍ଡରେ ପାଇଛନ୍ତି ସ୍ଥାନ
Advertisement
Article Detail0/zeeodisha/odisha2448698

ଲମ୍ବା ସମୟ ଧରି ମୃତ୍ୟୁଦଣ୍ଡରେ ଦଣ୍ଡିତ ଥିବା ଅପରାଧି ପାଇଲେ ମୁକ୍ତି, ଗିନିଜ ବୁକ ଅଫ ରେକର୍ଡରେ ପାଇଛନ୍ତି ସ୍ଥାନ

ଜାପାନରେ ଦୀର୍ଘ ସମୟ ଧରି ମୃତ୍ୟୁ ଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ମୁକ୍ତ କରାଯାଇଛି। କୋର୍ଟ ୮୮ ବର୍ଷିୟ ଇୱାଓ ହାକାମଡାଙ୍କୁ ନିର୍ଦ୍ଦୋଶ ଘୋଷମା କରିବା ସହିତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୯୬୬ ମସିହାରେ ଇୱାଓ ହାକାମଡା ଚାରି ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ ଯେ ପ୍ରାୟ ୪୫ ବର୍ଷ ପୂର୍ବେ ଇୱାଓ ହାକାମଡାଙ

ଲମ୍ବା ସମୟ ଧରି ମୃତ୍ୟୁଦଣ୍ଡରେ ଦଣ୍ଡିତ ଥିବା ଅପରାଧି ପାଇଲେ ମୁକ୍ତି, ଗିନିଜ ବୁକ ଅଫ ରେକର୍ଡରେ ପାଇଛନ୍ତି ସ୍ଥାନ

ନୂଆଦିଲ୍ଲୀ: ଜାପାନରେ ଦୀର୍ଘ ସମୟ ଧରି ମୃତ୍ୟୁ ଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ମୁକ୍ତ କରାଯାଇଛି। କୋର୍ଟ ୮୮ ବର୍ଷିୟ ଇୱାଓ ହାକାମଡାଙ୍କୁ ନିର୍ଦ୍ଦୋଶ ଘୋଷମା କରିବା ସହିତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୯୬୬ ମସିହାରେ ଇୱାଓ ହାକାମଡା ଚାରି ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ ଯେ ପ୍ରାୟ ୪୫ ବର୍ଷ ପୂର୍ବେ ଇୱାଓ ହାକାମଡାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା, କିନ୍ତୁ ବିଭିନ୍ନ କାରଣରୁ ତାଙ୍କ ମୃତ୍ୟୁ ଦଣ୍ଡ ସ୍ଥଗିତ ରଖାଯାଇଥିଲା। ଏଭଳି ପରିସ୍ଥିତିରେ, ୨୦୧୪ ମସିହାରେ, ଇୱାଓ ହାକାମଡାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଦୀର୍ଘ ସମୟ ଧରି ମୃତ୍ୟୁଦଣ୍ଡ ଭୋଗୁଥିବା କଏଦୀ ଭାବରେ ରେକର୍ଡ କରାଯାଇଥିଲା।

ଜାପାନର ସିଜୁଓକା ଜିଲ୍ଲା କୋର୍ଟ ଇୱାଓ ହାକାମଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଇୱାଓ ହାକାମଡାଙ୍କ ଦାୟିତ୍ୱ ଏବେ ତାଙ୍କ ଭଉଣୀଙ୍କ କାନ୍ଧରେ ରହିଛି। କୋର୍ଟଙ୍କ ଆଦେଶକୁ ନେଇ ଖୁସି ବ୍ୟକ୍ତ କରି ଇୱାଓ ହାକାମାଡିଙ୍କ ଭଉଣୀ ହିଡେକୋ ହାକାମଡା କହିଛନ୍ତି, 'ଯେତେବେଳେ ମୁଁ ଟିଭିରେ କୋର୍ଟଙ୍କ ଆଦେଶ ଶୁଣିଲି, ସେତେବେଳେ ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇଗଲି ଏବଂ ମୋ ଆଖିରୁ ଲୁହ ବାହାରିବାକୁ ଲାଗିଲା।' ପ୍ରକୃତରେ, ପ୍ରମାଣ ଉପରେ ସନ୍ଦେହ ଥିବାରୁ ଇୱାଓଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା, ଇୱାଓ ହାକାମଡାଙ୍କ ମାମଲାର ଶୁଣାଣି ୨୦୧୪ରେ ଆରମ୍ଭ ହୋଇଥିଲା।

ପୂର୍ବତନ ବସ ଓ ତାଙ୍କ ପରିବାରକୁ ହତ୍ୟା ଅଭିଯୋଗ
ଇୱାଓ ହାକାମାଡା ଜଣେ ପୂର୍ବତନ ବସ ଏବଂ ତାଙ୍କ ପୂର୍ବତନ ମାଲିକ ଓ ତାଙ୍କ ପରିବାର ସଦସ୍ୟକୁ ଛୁରୀରେ ହତ୍ୟା କରି ସେମାନଙ୍କ ଘର ପୋଡି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି ସମୟରେ ଇୱାଓ ହାକାମଡା ନିଜ ଅପରାଧ ସ୍ୱୀକାର କରିଛନ୍ତି, କିନ୍ତୁ ପରେ ଇୱାଓ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରି ପୋଲିସର ଚାପରେ ଏହି ବିବୃତ୍ତି ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଆଇୱାଓଙ୍କୁ ୧୯୬୮ ମସିହାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ଏବଂ ୧୯୮୦ ମସିହାରେ ଜାପାନର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଇୱାଓଙ୍କ ମୃତ୍ୟୁ ଦଣ୍ଡକୁ ସମର୍ଥନ କରିଥିଲେ।