କାନ୍ଧ ବଦଳରେ ଜଂଘରେ କୋରୋନା ଟିକା ନେଲେ ଏହି ବ୍ୟକ୍ତି, ଜାଣନ୍ତୁ କାରଣ...
Advertisement

କାନ୍ଧ ବଦଳରେ ଜଂଘରେ କୋରୋନା ଟିକା ନେଲେ ଏହି ବ୍ୟକ୍ତି, ଜାଣନ୍ତୁ କାରଣ...

ଗାଁ ଠାରୁ ଆରମ୍ଭ ସହର ପର୍ଯ୍ୟନ୍ତ ସବୁଠି ଜୋରସୋରରେ ଚାଲିଛି କୋରୋନା ଟିକାକରଣ ଅଭିଯାନ। 

କାନ୍ଧ ବଦଳରେ ଜଂଘରେ କୋରୋନା ଟିକା ନେଲେ ଏହି ବ୍ୟକ୍ତି, ଜାଣନ୍ତୁ କାରଣ...

ନୂଆଦିଲ୍ଲୀ: କୋରାନା ମହମାରୀର ମୁକାବିଲ ପାଇଁ ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶରେ ଜାରି ରହିଛି ଗଣ ଟିକାକରଣ ପ୍ରକ୍ରିୟା। ନାଗରିକଙ୍କୁ କୋରୋନା ସଂକ୍ରମଣ କବଳରୁ ବଞ୍ଚାଇ ରଖିବା ଲାଗି ଟିକାକରଣ ଅଊିଯାନକୁ  ଜୋରସୋରରେ କାର୍ଯ୍ୟକାରୀ କରୁଛନ୍ତି ବିଭିନ୍ନ ରାଷ୍ଟ୍ରର ସରକାର। ଅନ୍ୟପଟେ ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ବୃଦ୍ଧିପାଉଛି ଉତ୍ସାହ।  

ଚଳିତ ବର୍ଷ ଆରମ୍ଭରୁ ଭାରତ ସରକାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଦେଶରେ ଜାରି ରହିଛି କୋଭିଡ୧୯ ଗଣ ଟିକାକରଣ (Covid19 Mass Vaccination) ପ୍ରକ୍ରିୟା। କୋରୋନା ଟିକା (Corona Vaccine) ନେବା ଲାଗି ଦେଶର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଲୋକଙ୍କ ମଧ୍ୟରେ ବଢୁଛି ଉତ୍ସାହ। ଗାଁ ଠାରୁ ଆରମ୍ଭ ସହର ପର୍ଯ୍ୟନ୍ତ ସବୁଠି ଜୋରସୋରରେ ଚାଲିଛି କୋରୋନା ଟିକାକରଣ ଅଭିଯାନ। 

ହେଲେ ଏହା ମଧ୍ୟରେ ଝାଡଖଣ୍ଡରୁ ଆସିଛି ଚକିତ କରିବା ଭଳି ଏକ ଖବର। ଯେଉଁଠି ଜଣେ ବ୍ୟକ୍ତି ନିଜ ଜଂଘ (Thigh) ମାଧ୍ୟମରେ ଗ୍ରହଣ କରିଛନ୍ତି କୋରୋନା ଟିକା। ଆଜ୍ଞା ହିଁ ଏହା ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ ହେଲେ ବାସ୍ତବରେ ଏପରି ଘଟଣା ଘଟିଛି। ରାଜ୍ୟର ମନୋହରପୁର ଅଞ୍ଚଳର ଅଧିବାସୀ ଗୁଲସନ ଲୋହାରଙ୍କୁ କାନ୍ଧ (Shoulder) ବଦଳରେ ଜଂଘରେ ଟିକା ଦିଆଯାଇଛି। ଯିଏକି ଜଣେ ଦିବ୍ୟାଙ୍ଗ। ପିଲା ବେଳରୁ ତାଙ୍କର ହାତ ନାହିଁ।

Also Read: 'ମରିଗଲେ ମଧ୍ୟ ଆମେ ନେବୁ ନାହିଁ କୋରୋନା ଟିକା'

ଟିକା ନେବା ପାଇଁ ଦିବ୍ୟାଙ୍ଗ ଗୁଲସନ ଲୋହାର ଯେତେବେଳେ ଟିକାକରଣ କେନ୍ଦ୍ରରେ ପହଞ୍ଚିଲେ ସେତେବେଳେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ। କିପରି ତାଙ୍କୁ ଟିକା ପ୍ରଦାନ କରାଯିବ ତାହା ସହଜେ ବୁଝିପାରିନଥିଲେ ସ୍ୱାସ୍ଥ୍ୟକର୍ମୀ। ଶେଷରେ ତାଙ୍କ କହିବା ଅନୁସାରେ ତାଙ୍କର ଟିକାକରଣ ହାତ ବଦଳରେ ଜଂଘରେ କରାଯାଇଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିବ୍ୟାଙ୍ଗ ହୋଇ ମଧ୍ୟ ଟିକା ନେବା ତାଙ୍କ ମଧ୍ୟରେ ଯେଉଁ ଆଗ୍ରହ ସୃଷ୍ଟି ହୋଇଛି ତାହା ସମାଜକୁ ଏକ ବାର୍ତ୍ତା ଦେଉଛି। କାରଣ  ସମାଜରେ ଏପରି ଯେଉମାନେ କୋରୋନା ଟିକା ନେବା ସ୍ୱତ୍ତଃପ୍ରବୃତ୍ତ ଭାବେ ଆଗକୁ ଆସୁନାହାଁନ୍ତି।