Rainfall: ବିପଦ ସଙ୍କେତ ଅତିକ୍ରମ କଲା ଏହି ନଦୀ, ଲୋକଙ୍କୁ ସତର୍କ କରାଇଲା ପ୍ରଶାସନ
Advertisement
Article Detail0/zeeodisha/odisha2428735

Rainfall: ବିପଦ ସଙ୍କେତ ଅତିକ୍ରମ କଲା ଏହି ନଦୀ, ଲୋକଙ୍କୁ ସତର୍କ କରାଇଲା ପ୍ରଶାସନ

ଗଙ୍ଗା ନଦୀରେ ବନ୍ୟା ଜଳ ଆସିବା କାରଣରୁ ତ୍ରିବେଣୀ ଘାଟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି। ଗଙ୍ଗା ଘାଟ ନିକଟରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି ।

Rainfall: ବିପଦ ସଙ୍କେତ ଅତିକ୍ରମ କଲା ଏହି ନଦୀ, ଲୋକଙ୍କୁ ସତର୍କ କରାଇଲା ପ୍ରଶାସନ

Flood Update: ଉତ୍ତରପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେବା କାରଣରୁ ବର୍ଷାର ପ୍ରଭାବ ସମତଳ ଅଞ୍ଚଳରେ ଦେଖିବାକୁ ମିଳିଛି । ଋଷିକେଶରେ ପ୍ରବଳ ବର୍ଷା କାରଣରୁ ଗଙ୍ଗା ଏବଂ ଏହାର ଶାଖାନଦୀଗୁଡିକ ଫୁଲିବା ଆରମ୍ଭ କରିଛି । ଗଙ୍ଗା ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଛି । ଗଙ୍ଗା ନଦୀର ଜଳ ସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି।

ଗଙ୍ଗା ନଦୀରେ ବନ୍ୟା ଜଳ ଆସିବା କାରଣରୁ ତ୍ରିବେଣୀ ଘାଟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି। ଗଙ୍ଗା ଘାଟ ନିକଟରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି ।

ଏଥି ସହିତ ହରିଦ୍ୱାର ସମେତ ପୌରୀ, ବାଗେଶ୍ୱର, ନୈନିତାଲ, ଚମ୍ପାୱାଟ ଏବଂ ଉଦାମ ସିଂ ନଗର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଉତ୍ତରପ୍ରଦେଶ, ତେହେରୀ, ଚାମୋଲି, ରୁଦ୍ରପ୍ରୟାଗ, ଆଲମୋରା ଏବଂ ପିଥୋରାଗଡର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ବେଦନଶୀଳ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଜ୍ଞାନୀ ପରାମର୍ଶ ଦେଇଛନ୍ତି। ବର୍ଷାକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସୁରକ୍ଷା ପାଇଁ ଆଜି କିଛି ଜିଲ୍ଲାରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି ।

Also Read- RG Kar Case: ସଞ୍ଜୟ ରାୟଙ୍କର ହେବନି ନାର୍କୋ ଟେଷ୍ଟ୍, ଜାଣନ୍ତୁ କଣ କହିଲେ କୋର୍ଟ

Also Read- Top 10 News Today: ରେଭେନ୍ସା ବାବଦରେ ମୁହଁ ଖୋଲିଲେ ସାଂସଦ ଭର୍ତ୍ତୃହରି ଏବଂ ଅନ୍ୟ ମୁଖ୍ୟ ଖବର