ବିଜାପୁରରୁ ତିନି ସ୍ୱାସ୍ଥ୍ୟକର୍ମୀ ନିଖୋଜ, ଉଠାଇ ନେଲେ କି ନକ୍ସଲ?
Advertisement
Article Detail0/zeeodisha/odisha881973

ବିଜାପୁରରୁ ତିନି ସ୍ୱାସ୍ଥ୍ୟକର୍ମୀ ନିଖୋଜ, ଉଠାଇ ନେଲେ କି ନକ୍ସଲ?

ବିଜାପୁର (Bijapur) ଏନକାଉଣ୍ଟରର ଦିନକ ପରେ ତିନି ସ୍ୱାସ୍ଥ୍ୟକର୍ମୀ ନିଖୋଜ (Missing) ହୋଇଯାଇଥିବା ଅଭିଯୋଗ ହୋଇଛି। ଶେଷ ଥର ପାଇଁ ସେମାନଙ୍କୁ ଗାଙ୍ଗାଲୁର ଅଞ୍ଚଳର ଏକ ଗ୍ରାମରେ ଦେଖାଯାଇଥିଲା।

ଫାଇଲ ଫଟୋ

ରାୟପୁର: ଛତିଶଗଡ ବିଜାପୁର ଜଙ୍ଗଲରେ ରକ୍ତାକ୍ତ ସଙ୍ଘର୍ଷ ପରେ ଏବେ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ସେହି ବିଜାପୁର ଅଞ୍ଚଳରୁ ୩ ଜଣ ସ୍ୱାସ୍ଥ୍ୟକର୍ମୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସେପଟେ ନିଖୋଜ ସ୍ୱାସ୍ଥ୍ୟକର୍ମୀଙ୍କୁ ନକ୍ସଲମାନେ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି।

ବିଜାପୁର (Bijapur) ଏନକାଉଣ୍ଟରର ଦିନକ ପରେ ତିନି ସ୍ୱାସ୍ଥ୍ୟକର୍ମୀ ନିଖୋଜ (Missing) ହୋଇଯାଇଥିବା ଅଭିଯୋଗ ହୋଇଛି। ଶେଷ ଥର ପାଇଁ ସେମାନଙ୍କୁ ଗାଙ୍ଗାଲୁର ଅଞ୍ଚଳର ଏକ ଗ୍ରାମରେ ଦେଖାଯାଇଥିଲା। ତେବେ ସେହି ସ୍ୱାସ୍ଥ୍ୟକର୍ମୀଙ୍କୁ ନକ୍ସଲମାନେ ହାତ ବାନ୍ଧି ଜଙ୍ଗଲକୁ ନେଇ ଯାଇଥିବା ନିଜ ନାମକୁ ଗୋପନ ରଖି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। 

Also Read: ମାଓବାଦୀଙ୍କ କବଜାରୁ ମୁକୁଳିଲେ CoBRA ଯବାନ ରାକେଶ୍ୱର ସିଂହ

ସେପଟେ ବସ୍ତର ରେଞ୍ଜ ଆଇଜି ସୁନ୍ଦେରାଜ ପି କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀଙ୍କ ନିଖୋଜ ଖବର ମିଳିଛି। ଘଟଣାର ତଦନ୍ତ ପାଇଁ ଟିମ ଗଠନ ହୋଇଛି। ଅନ୍ୟଜଣେ ପୋଲିସ ଅଧିକାରୀଙ୍କ କହିବା ହେଲା, ବିଜାପୁର ଏନକାଉଣ୍ଟରରେ ଅନେକ ନକ୍ସଲ (Naxal) ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକର୍ମୀ (Health Workers) ଙ୍କୁ ଅପହରଣ କରାଯାଇଛି। ଆଉ ନକ୍ସଲ କ୍ୟାଡରମାନେ ସ୍ୱାସ୍ଥ୍ୟକର୍ମୀଙ୍କୁ ଖୁବଶୀଘ୍ର ମୁକ୍ତ କରିବେ।

ସୂଚନାୟୋଗ୍ୟ, ଗତ ଏପ୍ରିଲ ୩ ତାରିଖରେ ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହଁମୁହିଁ ହୋଇଥିଲେ। ଏହି ଏନକାଉଣ୍ଟର (Bijapur Encounter) ରେ ୨୨ ଜଣ ଯବାନ ଶହୀଦ ହୋଇଛନ୍ତି। ଗୁଳିକାଣ୍ଡ ପରେ CRPF କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ନକ୍ସଲମାନେ ବନ୍ଦୀ କରିଥିଲେ। ଆଉ ତାଙ୍କୁ ୫ ଦିନ ପରେ ସୁରକ୍ଷିତ ଭାବେ ମୁକ୍ତ କରିଥିଲେ।