Thug Sukesh Chandrasekhar: କେଜରିଓ୍ୱାଲଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲା ଠକ ସୁକେଶ
Advertisement

Thug Sukesh Chandrasekhar: କେଜରିଓ୍ୱାଲଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲା ଠକ ସୁକେଶ

ଦିଲ୍ଲୀ ଶିକ୍ଷା ମଡେଲର ପ୍ରଚାର ପାଇଁ ଦିଲ୍ଲୀ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ବିଦେଶୀ ଗଣମାଧ୍ୟମରେ ଏହି ଖବର ପ୍ରକାଶ କରିବା ପାଇଁ ଦିଲ୍ଲୀ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ମହାଠକ ସୁକେଶ ଚନ୍ଦ୍ର ଶେଖର ଅଭିଯୋଗ କରିଥିଲେ। 

Thug Sukesh Chandrasekhar: କେଜରିଓ୍ୱାଲଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲା ଠକ ସୁକେଶ

Thug Sukesh Chandrasekhar: ନୂଆଦିଲ୍ଲୀ: ଅର୍ଥ ନେଣଦେଣ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର (Thug Sukesh Chandrasekhar) ଆମ୍ ଆଦମୀ ପାର୍ଟି (Aam Aadmi Party) ଏବଂ ସତୈନ୍ଦ୍ର ଜୈନଙ୍କ (Satyendra Jain) ପାଇଁ ଅଡ଼ୁଆ ବଢାଇବାରେ ଲାଗିଛନ୍ତି। ସେ ଆମ ଆଦମୀ ପାର୍ଟି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal), ମନୀଷ ସିସୋଦିଆ (Manish Sisodia) ଏବଂ ସତୈନ୍ଦ୍ର ଜୈନଙ୍କ (Satyendra Jain) ବିଷୟରେ ସମ୍ବେଦନଶୀଳ ପ୍ରକାଶ କରୁଛନ୍ତି। ଶୁକ୍ରବାର ଦିନ ସୁକେଶ ପୁଣି ଥରେ ଚିଠି ଲେଖିଛନ୍ତି।  ଯେଉଁ ଚିଠିରେ ସେ କେଜରିଓ୍ୱାଲଙ୍କୁ ଟାର୍ଗେଟ କରିଛନ୍ତି। 

ଏହି ଚିଠିରେ ସେ କେଜରିଓ୍ୱାଲ ଏବଂ ସତୈନ୍ଦ୍ର ଜୈନଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୁକେଶ ତାଙ୍କ ଚିଠିରେ ଲେଖିଛନ୍ତି ଯେ କେଜରିଓ୍ୱାଲ ଜୀ, ଯଦି ମୁଁ ଜଣେ ଠକ ତେବେ ତୁମେ ମୋତେ ଦିଲ୍ଲୀ ସରକାରୀ ବିଦ୍ୟାଳୟଗୁଡ଼ିକର ପଦୋନ୍ନତି ପାଇଁ ଆନ୍ତର୍ଜାତୀୟ ପିଆରର ବ୍ୟବସ୍ଥା କରିବାକୁ କାହିଁକି କହିଲ ?

ଠକ ସୁକେଶ ଚିଠିରେ ଲେଖିଛି କି ନ୍ୟୁୟର୍କ ଟାଇମ୍ସ ଓ ଓ୍ୱାସିଂଟନ ପୋଷ୍ଟ ଭଳି ଖବରକାଗଜରେ ପେଡ଼ ନ୍ୟୁଜ ପାଇଁ ୮ ଲକ୍ଷ ୫୦ ହଜାର ଟଙ୍କା, ଯାହା ଭାରତୀୟ ମୁଦ୍ରାରେ ୭ କୋଟି ଟଙ୍କା ହେବ ଓ ୧୫ ପ୍ରତିଶତ ଅତିରିକ୍ତ କମିଶନ ଦିଆଯାଇଥିଲା। ମୋତେ କୁହାଯାଇଥିଲା କି ଏହା ଏପରି ପ୍ରମୋସନ ହେବାର ଆବଶ୍ୟକ ରହିଛି ଯାହା ପୂର୍ବରୁ କେବେ ବି ହୋଇନଥିଲା। ପ୍ରଥମେ ଏହି ଅର୍ଥରାଶିକୁ ଆମେରିକା ଆକାଉଣ୍ଟରେ ପକାଇବାକୁ କୁହାଯାଇଥିଲା। କିନ୍ତୁ ସତୈନ୍ଦ୍ର ଜୈନ ପରେ ପୁରା ପେମେଣ୍ଟ ନଗଦ ରାଶି ଆକାରରେ ଦେବାକୁ କାହିଁକି କହିଥିଲେ। ସେ ମୋ ମାଧ୍ୟମରେ ପେମେଣ୍ଟକୁ କଳାରୁ ଧଳା କାହିଁକି କରିଥିଲେ ବୋଲି ସେ ତାଙ୍କ ଚିଠିରେ ପ୍ରଶ୍ନ କରିଛନ୍ତି। 

ସେ ତାଙ୍କ ଓକିଲଙ୍କୁ ଚିଠି ଲେଖି ନିଜର ପଲିଗ୍ରାଫ ଟେଷ୍ଟ କରିବାକୁ କହିଛନ୍ତି। କେବଳ ତାଙ୍କର ନୁହେଁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ସତୈନ୍ଦ୍ର ଜୈନଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି କରିଛନ୍ତି। ସୁକେଶ ଦାବି କରିଛି ଯେ ବିଜେପି ଚାପରେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ମୁଁ ମୋର ପଲିଗ୍ରାଫ କରିବାକୁ ମୁଁ ରାଜି ରହିଛି ବୋଲି ସୁକେଶ କହିଛି। 

ସେ ଆହୁରି ମଧ୍ୟ କହିଛି କି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଓ ସତୈନ୍ଦ୍ର ଜୈନ କୋଟି କୋଟି ଟଙ୍କାର ଘଣ୍ଟା ଉପହାର ଦେବାକୁ କହିଥିଲେ। ସେ ନିଜ ଚିଠିରେ ଲେଖିଛନ୍ତି ଯେ, ତୁମେ ଜାକବ ଏବଂ କୋ. ର ଘଣ୍ଟା ଆପଣଙ୍କର ମନେ ରହିଥିବ। ଉକ୍ତ ଘଣ୍ଟାର ରଙ୍ଗକୁ ନୀଳରୁ କଳାକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ତା’ପରେ ପରବର୍ତ୍ତି ସମୟରେ ତୁମର ଜ୍ୟୋତିଷ ତୁମକୁ କହିଥିଲେ ଯେ ଏହି ଘଣ୍ଟାର ଡାଏଲରେ ସମସ୍ତ ଗ୍ରହ ଅଛି ଏବଂ ସକାଳେ ଉଠିବା ପରେ ତୁମକୁ ଘଣ୍ଟା ପିନ୍ଧିବାକୁ କୁହାଯାଇଥିଲା ଏଥିପାଇଁ ମୁଁ ସେହି ଘଣ୍ଟାର ବ୍ୟାଣ୍ଡ ବଦଳାଇ ଦୁବାଇରୁ ଆଣି ତୁମକୁ ଦେଇଥିଲି ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା।