Tokyo Olympics: ଗୋଲ୍ଡ ଜିତିବା ପରେ ନୀରଜଙ୍କ ସହ କଥା ହେଲେ PM Modi, ଦେଖନ୍ତୁ Video
Advertisement
Article Detail0/zeeodisha/odisha959962

Tokyo Olympics: ଗୋଲ୍ଡ ଜିତିବା ପରେ ନୀରଜଙ୍କ ସହ କଥା ହେଲେ PM Modi, ଦେଖନ୍ତୁ Video

Tokyo Olympics: ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ PM ମୋଦି ଫୋନ୍ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ଜାଣନ୍ତୁ ଦୁହିଁଙ୍କ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଛି ।

Tokyo Olympics: ଗୋଲ୍ଡ ଜିତିବା ପରେ ନୀରଜଙ୍କ ସହ କଥା ହେଲେ PM Modi, ଦେଖନ୍ତୁ Video

Tokyo Olympics: ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ (Tokyo Olympics 2020) ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ (Neeraj Chopra) ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା (PM Modi talk Neeraj Chopra) ହୋଇଛନ୍ତି । ୨୦୨୦ ଅଲିମ୍ପିକ୍ ଗେମ୍ସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ନୀରଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ନୀରଜ ଚୋପ୍ରାଙ୍କୁ ଫୋନରେ କହିଛନ୍ତି, "ଆପଣଙ୍କୁ ଅଭିନନ୍ଦନ ନୀରଜ । ଆଜି ଅଲିମ୍ପିକ୍ସ ସମାପ୍ତ ହେବାକୁ ଯାଉଛି ଓ ଆପଣ ଦେଶକୁ ଖୁସି କରିଛନ୍ତି । ପାନିପଥ ପାଣି ଦେଖାଇଥିଲେ । କିନ୍ତୁ ଏଥର ଅଲିମ୍ପିକ୍ସ ଏକ ବର୍ଷ ବିଳମ୍ବ ହେଲା । ସେଥିପାଇଁ ଆପଣଙ୍କୁ ଏକ ବର୍ଷ ପାଇଁ ଅଧିକ କାମ କରିବାକୁ ପଡିଲା । ଏଥି ସହିତ ବିପର୍ଯ୍ୟୟ ସମୟରେ ଅନେକ ସଙ୍କଟ ଆସିଥିଲା । ଏଠାରେ ଅନେକ ପ୍ରକାରର ଅସୁବିଧା ଥିଲା, ଯେଉଁଥିରେ ଆପଣ ମଧ୍ୟ ଆଘାତ ପାଇଥିଲେ । କିନ୍ତୁ ଏହା ସତ୍ତ୍ୱେ ଆପଣ ଏତେ ବଡ଼ ପ୍ରଦର୍ଶନ କରିଛନ୍ତି । ଏବଂ ଏହା କେବଳ କଠିନ ପରିଶ୍ରମ ଯୋଗୁଁ ହୋଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଯେଉଁ ଦିନ ଆପଣ ଯାଉଥିଲେ, ଓ ମୋର ଆପଣଙ୍କ ସହ କଥା ହୋଇଥିଲା । ସେତବେଳେ ମୁଁ ଦେଖିଥିଲି ଯେ ଆପଣଙ୍କ ମୁହଁରେ ଆତ୍ମବିଶ୍ୱାସ ଅଛି । ଆପଣଙ୍କ କଥା ଉପରେ ଆପଣଙ୍କ ଆତ୍ମବିଶ୍ୱାସ ଅଛି । ଓ ମୁଁ ଦେଖିଥିଲି ସବୁଠାରୁ ବଡ କଥା ହେଲା ଆପଣ ଚାପରେ ନାହାଁନ୍ତି । ଆପଣ ଦେଶର ନାମକୁ ଉଜ୍ଜ୍ୱଳ କରି ଦେଶର ଯୁବ ପିଢ଼ିକୁ ପ୍ରେରଣା ଦେଇଛନ୍ତି । ଆପଣ ଜଣେ ସୈନିକ, ତେଣୁ ମୁଁ ଜାଣେ ଆପଣ ଅଧିକ ଖେଳାଳିଙ୍କୁ ପ୍ରସ୍ତୁତ କରିପାରିବେ । "

ଅଧିକ ପଢ଼ନ୍ତୁ: 'ବୋଧହୁଏ ସେ ମୋତେ ସ୍ୱର୍ଗରୁ ଦେଖୁଛନ୍ତି...' ଏପରି କହି ଏହି ଭେଟେରାନଙ୍କୁ ଉତ୍ସର୍ଗ କଲେ ଗୋଲ୍ଡ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଆପଣଙ୍କ ମା' ଓ ବାପାଙ୍କୁ ମୋର ନମସ୍କାର କହିବ । କାରଣ ଏହା ଦେଶ ତଥା ଆପଣଙ୍କ ପରିବାର ପାଇଁ ଏକ ଗର୍ବର ମୁହୂର୍ତ୍ତ । ଓ ମୋ ତରଫରୁ ରାଧା କୃଷ୍ଣ ଜୀଙ୍କୁ ଅଭିନନ୍ଦନ ଜଣାଇବ । ସେ ମଧ୍ୟ ଆପଣଙ୍କ ସହ କାନ୍ଧରେ କାନ୍ଧ ଦେଇଛନ୍ତି, କାମ କରିଛନ୍ତି । ଅଗଷ୍ଟ ୧୫ ରେ ଭେଟିବା । ଆପଣଙ୍କୁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ । "