Gautam Adani: ଭାରତର ପ୍ରମୁଖ ଶିଳ୍ପାନୁଷ୍ଠାନ ଆଦାନୀ ବିରୁଦ୍ଧରେ ପୁଣି ବିଦେଶରେ ଚର୍ଚ୍ଚା ହୋଇଛି। ଏହି କମ୍ପାନୀ ଆମେରିକାର ସରକାରୀ ଅଧ଼ିକାରୀଙ୍କୁ ଲାଞ୍ଚ ଦେଇ ବିଦେଶୀ ନିବେଶ ହାସଲ ପାଇଁ ଚେଷ୍ଟା କରିଥିବା କୋର୍ଟରେ ଅଭିଯୋଗ ହୋଇଛି।
Trending Photos
Gautam Adani: ଭାରତର ପ୍ରମୁଖ ଶିଳ୍ପାନୁଷ୍ଠାନ ଆଦାନୀ ବିରୁଦ୍ଧରେ ପୁଣି ବିଦେଶରେ ଚର୍ଚ୍ଚା ହୋଇଛି। ଏହି କମ୍ପାନୀ ଆମେରିକାର ସରକାରୀ ଅଧ଼ିକାରୀଙ୍କୁ ଲାଞ୍ଚ ଦେଇ ବିଦେଶୀ ନିବେଶ ହାସଲ ପାଇଁ ଚେଷ୍ଟା କରିଥିବା କୋର୍ଟରେ ଅଭିଯୋଗ ହୋଇଛି। ଏପରିକି ଏଥିରେ କୋଟି କୋଟି ଡଲାର କାରବାର ପାଇଁ ପ୍ରତିଶୃତି ଦିଆଯାଇଥିବା କୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ଲାଇଭ୍ ଲ’ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାର ‘ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାୟ ବିଭାଗ ଗୌତମ ଆଦାନୀ ଏବଂ ତାଙ୍କ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ସେଠା ସରକାରରେ ଥିବା ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇଛନ୍ତି’।
ଏଥିରେ କୁହାଯାଇଛି ଯେ, କମ୍ପାନୀ ପକ୍ଷରୁ ଏକ ବଡ଼ ଲାଞ୍ଚ କାରବାର ପାଇ: ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ଆମେରିକା ସରକାରଙ୍କ ପାଖରେ କାର୍ଯ୍ୟ କାରୁଥିବା ଭାରତୀୟ ମୂଳ ବାସିନ୍ଦାଙ୍କୁ ଟାର୍ଗେଟ କରାଯାଇଥିଲା। ଏମାନଙ୍କୁ ବ ମୋଟା ଅଙ୍କର ଲାଞ୍ଚ ଦିଆଯାଉଥିଲା। ଏଥିରେ ଗୌତମ ଆଦାନୀ, ସାଗର ଆଦାନର, ବିନିତ୍ ଏସ୍ ଜୈନ ପ୍ରମୁଖଙ୍କୁ ଅଭିଯୁକ୍ତ କରାଯାଇଛି। ସେମାନେ ଆମେରିକାର ଏହି ଅଧିକାରୀଙ୍କୁ ମିଛ କହି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନ୍ୟ ଆନ୍ତର୍ଜାତିକ ନିବେଶକଙ୍କଠାରୁ ଅର୍ଥ ବିଭିନ୍ନ ପ୍ରକଳ୍ପ ହାସଲ କରିବାର ଉଦ୍ୟମ କରୁଥିଲେ ବୋଲି ଦର୍ଶାଯାଇଛି ।
ନ୍ୟୁଜ୍ ଏଜେନ୍ସୀ ରଏଟର ପକ୍ଷରୁ ମଧ୍ୟ ଏହି ଖବରକୁ ପ୍ରମୁଖତାର ସହ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଏହି ମାମଲା ଆଦାନୀର ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏ ଏପରିକି ଗୌତମଙ୍କ ପୁତୁରା ସାଗର ଆଦାନୀ ୨୬୫ ମିଲିୟନ ଡଲାର ଲାଞ୍ଚ ଦେବା ପାଇଁ ପ୍ରସ୍ତୁତ ଥିବା କୁହାଯାଇଛି। ବଦଳରେ ୨ ବିଲିୟନ ଲାଭ ଅର୍ଜନ କରିବାକୁ ଆଦାନୀ ଚେଷ୍ଟା କରିଥିଲା।