India Canada Row: କାନାଡ଼ାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଭାରତ, କାନାଡ଼ାରୁ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର
Advertisement
Article Detail0/zeeodisha/odisha2472841

India Canada Row: କାନାଡ଼ାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଭାରତ, କାନାଡ଼ାରୁ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର


India Canada Row: ଭୁବନେଶ୍ୱର: ଦୀର୍ଘ ସମୟର କୂଟନୀତିକ ଆରୋପ ପ୍ରତ୍ୟାରୋପ ପରେ ଭାରତରେ ଅବସ୍ଥାପିତ ୬ କାନାଡ଼ା କୂଟନୀତିଜ୍ଞଙ୍କୁ ବହିଷ୍କାର ଆଦେଶ ଦେଇଛି। ଏହା ସହ କାନାଡ଼ାର ଓଟାଓ୍ୱାଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିଛି। 

India Canada Row: କାନାଡ଼ାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଭାରତ, କାନାଡ଼ାରୁ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର

India Canada Row: ଭୁବନେଶ୍ୱର: ଦୀର୍ଘ ସମୟର କୂଟନୀତିକ ଆରୋପ ପ୍ରତ୍ୟାରୋପ ପରେ ଭାରତରେ ଅବସ୍ଥାପିତ ୬ କାନାଡ଼ା କୂଟନୀତିଜ୍ଞଙ୍କୁ ବହିଷ୍କାର ଆଦେଶ ଦେଇଛି। ଏହା ସହ କାନାଡ଼ାର ଓଟାଓ୍ୱାଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିଛି। ଏହାଦ୍ୱାରା ସମ୍ପୂର୍ଣ୍ଣ ଭାବେ ଭାରତ ଓ କାନାଡ଼ା ଭିତରେ କୂଟନୀତିକ ସମ୍ପର୍କ ବ୍ୟାହତ ହୋଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପଛରେ ଭାରତୀୟ କୂଟନୀତିଜ୍ଞଙ୍କୁ ଦାୟୀ କରିବାକୁ ନିନ୍ଦା କରି ଭାରତ ଏହି ପଦକ୍ଷେପ ନେଇଛି। ଏହାସହ କାନାଡ଼ାର ଏହି ପଦକ୍ଷେପକୁ ଭିତ୍ତିହୀନ ଓ ରାଜପନୀତିକ ଅଭିସନ୍ଧିମୂଳକ ବୋଲି ଅଭିଯୋଗ କରିଛି  ଭାରତ। 

ଏହାର ଜବାବରେ କାନାଡ଼ାରେ ଅବସ୍ଥାପିତ ୬ ଭାରତୀୟ କୂଟନୀତିଜ୍ଞଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛି। ତାଙ୍କ ବିରୁଦ୍ଧରେ ଦେଶର ପୁଲିସ କାନାଡ଼ାର ନାଗରିକଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କୁରୁଥିବା ନେଇ ପ୍ରମାଣ ସଂଗ୍ରହ କରିଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ କହିଛନ୍ତି। ସେ କହିଛନ୍ତି‘ କାନାଡ଼ା ମାଟିରେ ଏହାର ଲୋକଙ୍କୁ ଧମକ ଦେବା ଏବଂ ହତ୍ୟା କରିବା ପଛରେ ବିଦେଶୀ ସରକାରଙ୍କ ହାତକୁ ଆମେ ବରଦାସ୍ତ କରିବୁ ନାହିଁ, ଭାରତ ଏକ ଐତିହାସିକ ଭୁଲ୍‍ କରିଛି’। 

ଜୁନ ୧୮, ୨୦୨୩ ମସିହାରେ ବ୍ରିଟିଶ୍‍ କଲମ୍ବିଆର ଏକ ଶିଖ ମନ୍ଦିର ନିକଟରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପସିଂ ନିଜ୍ଜରଙ୍କ ହତ୍ୟା ହୋଇଥିଲା। ଏଥିରେ ଭାରତର ହାତ ରହିଛି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ। ଏହାକୁ କେନ୍ଦ୍ର କରି ସେପ୍ଟେମ୍ବର ୧ ୨୦୨୩ ତାରିଖରେ କାନାଡ଼ା ଦୁଇ ପାକ୍ଷିକ ବାଣିଜ୍ୟିକ ଚୁକ୍ତି ବିଷୟରେ ଆଗକୁ କଥା ହେବା ଉପରେ ରୋକ ଲଗାଇଥିଲା। ସେପ୍ଟେମ୍ବର ୧୦ ତାରିଖରେ କାନାଡ଼ା ପ୍ରଧାନମନ୍ତ୍ରୀ ଭାରତ ଆସିଥିଲେ। ଏହି ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଦେଶରେ ଥିବା ଶିଖ୍‍ ସମ୍ପ୍ରଦାୟଙ୍କ କ୍ଷୋଭ ବାବଦରେ ଅବଗତ କରାଇଥିଲେ। ଏହାର ୯ ଦିନ ପରେ ଅର୍ଥାତ୍‍ ସେପ୍ଟେମ୍ବର ୧୯ ତାରିଖରେ ଦୁଇ ଦେଶ ନିଜ ନିଜ ଦେଶରେ ଅଧିଷ୍ଠିତ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ।  ଦୁଇ ଦେଶ ମଧ୍ୟରେ ଭିସା ପ୍ରଦାନରେ ମଧ୍ୟ କଟକଣା ଦେଖିବାକୁ ମିଳିଥିଲା। ଅକ୍ଟୋବର ୧୯, ୨୦୨୩ ମସିହାରେ କାନାଡ଼ା ଭାରତରେ ଥିବା ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିଥିଲେ। 

ଘଟଣା ଏତିକିରେ ନଅଟକି ଆମେରିକା ଯାଏ ପହଞ୍ଚିଥିଲ। ନଭେମ୍ବର ୨୨, ୨୦୨୩ରେ ବାଇଡେନ ପ୍ରଶାସନ ଆମେରିକା ମାଟିରେ ଶିଖ୍‍ ନେତା ପନୁନ୍‍ଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ସହ ଭାରତକୁ ଏନେଇ ସତର୍କତା ଜାରି କରିଥିଲେ। ଗତ ଏକ ବର୍ଷ ହେଲା ଏହି ଦୁଇ ରାଷ୍ଟ୍ର ଭିତରେ ସମ୍ପର୍କ କ୍ଷୁର୍ଣ୍ଣ ହେବାରେ ଲାଗିଛି। ଏହାକୁ ଟ୍ରୁଡ୍ୟୁଙ୍କ ରାଜନୀତିକ ଉଦ୍ଦେଶ୍ୟ ହାସଲ ଲାଗି ବିଗିଡ଼ା ଯାଉଛି ବୋଲି କହିଛି ଭାରତ। ଦେଶରେ ଅନେକ ସମସ୍ୟାର ରହିଥିବା ବେଳେ ଟ୍ରୁଡ୍ୟୁ କାନାଡ଼ାରେ ଥିବା ଖଲିସ୍ତାନୀ ସମର୍ଥିତ ଶିଖ୍‍ ସମ୍ପ୍ରଦାୟଙ୍କୁ ଖୁସି କରିବା ଲାଗି ଏପରି ପଦକ୍ଷେପ ନେଉଛନ୍ତି। ଆସନ୍ତା ବର୍ଷ କାନାଡ଼ାରେ ପ୍ରଧାନମନ୍ତ୍ରୀ ନିର୍ବାଚନ ଅନୁଷ୍ଠିତ ହେବ।