ପାକିସ୍ତାନର କାଙ୍ଗାଳ ପ୍ରଧାନମନ୍ତ୍ରୀ! 'ବିକି ଦେଲେ ଉପହାରରେ ମିଳିଥିବା ଚୁଡ଼ି, ହାତଘଡି'
Advertisement
Article Detail0/zeeodisha/odisha1162799

ପାକିସ୍ତାନର କାଙ୍ଗାଳ ପ୍ରଧାନମନ୍ତ୍ରୀ! 'ବିକି ଦେଲେ ଉପହାରରେ ମିଳିଥିବା ଚୁଡ଼ି, ହାତଘଡି'

ସରକାରୀ ଦଲିଲ ଅନୁଯାୟୀ, ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ୫୨ଟି ମାଗଣା ଉପହାରକୁ ଟଙ୍କାଟିଏ ନ ଦେଇ ନିଜ ପାଖରେ ରଖିଦେଲେ। ସେହି ବିଦେଶୀ ଉପହାର ଗୁଡିକର ମୋଟ ଆନୁମାନିକ ମୂଲ୍ୟ ଆଠ ଲକ୍ଷ ଦୁଇ ଶହ ଟଙ୍କା ହେବ।

ଡିଜାଇନ୍ ଫଟୋ

ଇସଲାମାବାଦ: ପାକିସ୍ତାନରେ ସରକାର ବଦଳିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାମରେ ଗୋଟିଏ ପରେ ଗୋଟିଏ ସାଙ୍ଘାତିକ ଅଭିଯୋଗ ଆସୁଛି। ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ମିଳିଥିବା ଦାମୀ ଉପହାରକୁ ବିକ୍ରି କରିଥିବା ନେଇ ଦାବି ହେଉଛି। ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ବିବି ବିଭିନ୍ନ ଦେଶରୁ ମିଳିଥିବା ୧୪୨.0୨ ମିଲିୟନ ମୂଲ୍ୟର ସମସ୍ତ ୧୧୨ ମୂଲ୍ୟବାନ ସାମଗ୍ରୀ ରଖିଥିବା କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି।

ଶୁକ୍ରବାର ଏକ୍ସପ୍ରେସ ଟ୍ରିବ୍ୟୁନ୍ ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନ (Pakistan) ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଓ ତାଙ୍କ ପତ୍ନୀ ବୁଶ୍ରା ବିବି (Bushra Bibi), ବିଦେଶୀ ଉପହାରଗୁଡ଼ିକୁ ମାଗଣାରେ ରଖିଥିଲେ କିମ୍ବା ମାମଲି ୩୮ ମିଲିୟନରେ କିଣାଯାଇଥିଲା। ସରକାରୀ ଦଲିଲ ଅନୁଯାୟୀ, ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ୫୨ଟି ମାଗଣା ଉପହାରକୁ ଟଙ୍କାଟିଏ ନ ଦେଇ ନିଜ ପାଖରେ ରଖିଦେଲେ। ସେହି ବିଦେଶୀ ଉପହାର ଗୁଡିକର ମୋଟ ଆନୁମାନିକ ମୂଲ୍ୟ ଆଠ ଲକ୍ଷ ଦୁଇ ଶହ ଟଙ୍କା ହେବ।

Also Read: ନବୀନଙ୍କ 'ମିଶନ-୨୦୨୪': ନଅ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ମାଗିଲେ ରିପୋର୍ଟ

ଇମ୍ରାନଙ୍କ କାର୍ଯ୍ୟକାଳ ତଥା ଗତ ୨୦୧୮ରୁ ଡିସେମ୍ବର ୨୦୨୧ ଯାଏଁ ତୋସାଖାନା (Toshakhana) ଉପହାର ଏକ ପ୍ରକାରର ରହସ୍ୟ ହୋଇଥିଲା। ଏହି ସମୟରେ ମିଳିଥିବା ଉପହାର ଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା। ତୋସାଖାନା ସମ୍ବନ୍ଧୀୟ ତଥ୍ୟ ଅନ୍ତର୍ଜାତୀୟ ସମ୍ପର୍କ ପ୍ରତି ବିପଦ ସୃଷ୍ଟି କରିବ ବୋଲି ତତ୍କାଳୀନ ସରକାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଫଳରେ ଆୟକର ଅଧିକାରୀମାନେ ଉପହାର (Foreign Gift)  ବିଷୟରେ ଅଧିକ ତଥ୍ୟ ପାଇପାରିନଥିଲେ।

ତୋସାଖାନା ହେଉଛି କ୍ୟାବିନେଟ୍ ଡିଭିଜନ୍ ଅଧୀନରେ ଥିବା ଏକ ବିଭାଗ। ଏହା ସରକାର, ସଂସଦ ତଥା ରାଜ୍ୟ ମୁଖ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଦିଆଯାଇଥିବା ମୂଲ୍ୟବାନ ଉପହାରର ରେକର୍ଡ ରଖେ। କିନ୍ତୁ ଇମ୍ରାନଙ୍କ ଶାସନ କାଳରେ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା। ଏହାପୂର୍ବରୁ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ (Shehbaz Sharif) ଅଭିଯୋଗ କରିଥିଲେ ଯେ. ତାଙ୍କ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଦୁବାଇରେ ୧୪ କୋଟି ଟଙ୍କା ମୂଲ୍ୟର ତୋସାଖାନା ଉପହାର ବିକ୍ରି କରିଛନ୍ତି। 

Also Read: ଚୀନକୁ ପୁଣି ଚେତାବନୀ ଦେଲା ଆମେରିକା, କହିଲା-ବେଜିଂ ଜାଣିଛି US କ'ଣ କରିପାରେ...

ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଫେଡେରାଲ୍ ରାଜଧାନୀରେ ଆୟୋଜିତ ଇଫତାର ସମୟରେ ପ୍ରଧାନମନ୍ତ୍ରୀ ଶାହାବାଜ ଗଣମାଧ୍ୟମକୁ କହିଛନ୍ତି ଯେ, ଇମ୍ରାନ ଖାନ ଦୁବାଇରେ ବିଦେଶୀ ଉପହାରଗୁଡ଼ିକୁ ୧୪ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ମହଙ୍ଗା ଉପହାରରେ ହୀରା ଅଳଙ୍କାର ସେଟ୍, ଚୁଡ଼ି ଏବଂ ହାତଘଣ୍ଟା ଅନ୍ତର୍ଭୁକ୍ତ। ତୋସାଖାନାର ସବିଶେଷ ତଥ୍ୟକୁ ନେଇ ଇସଲାମାବାଦ ହାଇକୋର୍ଟରେ ଏକ ପିଟିସନ୍‌ ମଧ୍ୟ ଦାଖଲ ହୋଇଥିଲା। ଏହାର ଉତ୍ତରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ ଯେ, ଅଫିସିଆଲ ସିକ୍ରେଟ ଆକ୍ଟ, ୧୯୨୩ ଅନୁଯାୟୀ ଏହି ତଥ୍ୟ ପ୍ରକାଶ କରାଯାଇ ପାରିବ ନାହିଁ।