ନବୀନଙ୍କ 'ମିଶନ-୨୦୨୪': ନଅ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ମାଗିଲେ ରିପୋର୍ଟ
Advertisement

ନବୀନଙ୍କ 'ମିଶନ-୨୦୨୪': ନଅ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ମାଗିଲେ ରିପୋର୍ଟ

ଶନିବାର ୯ଟି ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ପ୍ରଥମେ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ସଭାପତି ନବୀନ କଥା ହୋଇଛନ୍ତି ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଆରମ୍ଭ ହେଲା ବିଜେଡିର ହାର୍ ଜିତର ମାନସ ମନ୍ଥନ। ନବୀନ ନିବାସରେ ବିଜେଡି ସୁପ୍ରିମୋ ପଂଚାୟତ ଓ ପୌର ନିର୍ବାଚନରେ ବିଜୟ ପରାଜୟର ସମୀକ୍ଷା କରିଛନ୍ତି । କୋଭିଡ ସ୍ଥିତି ପରେ ମୁଖିଆଙ୍କ ସହ ପ୍ରଥମ ଥର ପାଇଁ ଦଳୀୟ ନେତା ଆମନା ସାମ୍ନା ହୋଇଛନ୍ତି । ବିଜୟ ପରାଜୟର କାରଣ ସହ ୨୦୨୪ ନିର୍ବାଚନ ବ୍ଲୁପ୍ରିଣ୍ଟ ସମ୍ବନ୍ଧୀୟ ତଥ୍ୟ ୧୦ ଦିନ ମଧ୍ୟରେ ଦେବାକୁ ପର୍ଯ୍ୟବେକ୍ଷକଙ୍କୁ କୁହାଯାଇଛି । 

ଶନିବାର ୯ଟି ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକ (Naveen Patnaik) ଆଲୋଚନା କରିଛନ୍ତି । ପ୍ରଥମେ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ସଭାପତି ନବୀନ କଥା ହୋଇଛନ୍ତି । ସେ ନୟାଗଡ଼ ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପରେ ନବୀନ ବାଲେଶ୍ବର ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟଙ୍କ ସହ ଟିକନିକ୍ ଆଲୋଚନା କରିଛନ୍ତି । 

Also Read: ସୁରଙ୍କ ବଡ଼ ଦାବି, କଂଗ୍ରେସ ନୁହେଁ ବିଜେଡିର ଏହି ନେତାଙ୍କ ଇସାରରେ ସ୍ଥିର ହୋଇଥାଏ ପିସିସି ସଭାପତି

ଆଲୋଚନାରେ ବିଜେଡି ସୁପ୍ରିମୋ (BJD Supremo) ନବୀନ ୱାନ ଟୁ ୱାନ ଆଲୋଚନା କରି ତୃଣମୂଳସ୍ତରରେ ଦଳକୁ ସଂଗଠିତ କରିବାକୁ କହିଛନ୍ତି । ପଂଚାୟତ ଓ ପୌର ନିର୍ବାଚନରେ ଦଳ (BJD) ଭଲ ପ୍ରଦର୍ଶନ କରିଥିଲେ ବି କାହିଁକି ଅନେକ ସ୍ଥାନରେ ବିଜେଡି ପରାଜୟ ବରଣ କଲା । ଏ ନେଇ ୯ଟି ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କ ସହ ବିଜେଡି ସୁପ୍ରିମୋ ଆଲୋଚନା କରିଛନ୍ତି । ଏପରିକି ୧୦ ଦିନରେ ବିଜୟ ପରାଜୟର କାରଣ କଣ ଏବଂ ଆସନ୍ତା ୨୦୨୪ ପାଇଁ ସଙ୍ଗଠନକୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ କରିବା ପାଇଁ କଣ ରଣନୀତି ଆପଣାଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ରିପୋର୍ଟ ମାଗିଛନ୍ତି । 

ମୁଖ୍ୟମନ୍ତ୍ରୀ (Odisha CM) ଙ୍କ ଏହି ପଦକ୍ଷେପ ବିଜେଡିର ମିଶନ ୨୦୨୪ ବୋଲି ଚର୍ଚ୍ଚା ହେଉଛି । ନବୀନ ନିବାସରେ ଆୟୋଜିତ ଏହି ବୈଠକରେ କୋରାପୁଟ, ମାଲକାନାଗିରି, କେନ୍ଦ୍ରାପଡା, ବାଲେଶ୍ଵର, ନୟାଗଡ, ଅନୁଗୁଳ, ନବରଙ୍ଗପୁର, ଢେଙ୍କାନାଳ, ସୁନ୍ଦରଗଡ ଭଳି ୯ଟି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ନେଇ ମାନସ ମନ୍ଥନ ହୋଇଛି ।  ପଂଚାୟତ ଓ ପୌର ନିର୍ବାଚନ (Odisha Election 2022) ରେ ଅତି ଭଲ ପ୍ରଦର୍ଶନ କରି ବିରୋଧୀଙ୍କୁ ଧରାଶାୟୀ କରିଥିବା ବିଜେଡି ଆହୁରି ଭଲ କରିବା ଲକ୍ଷ୍ୟରେ ରହିଛି ।