ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ ଲେଖିଥିବା ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା; ଉଦୟପୁରରେ ଉତ୍ତେଜନା
Advertisement
Article Detail0/zeeodisha/odisha1236527

ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ ଲେଖିଥିବା ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା; ଉଦୟପୁରରେ ଉତ୍ତେଜନା

Udaipur: ରାଜସ୍ଥାନର ଉଦୟପୁରରେ ନୁପୁର ଶର୍ମାଙ୍କୁ ସମର୍ଥନ କରୁଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ଗଳା କାଟି ହତ୍ୟା କରାଯାଇଛି । କୁହାଯାଉଛି ଯେ ଏହି ବ୍ୟକ୍ତି ୧୦ ଦିନ ପୂର୍ବେ ନୁପୁର ଶର୍ମାଙ୍କ ସମର୍ଥନରେ ଫେସବୁକରେ ଏକ ପୋଷ୍ଟ ଲେଖିଥିଲେ ।

ସାଙ୍କେତିକ ଫଟୋ

ନୁଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ନୁପୁର ଶର୍ମାଙ୍କୁ ସମର୍ଥନ କରୁଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ଗଳା କାଟି ହତ୍ୟା କରାଯାଇଛି । କୁହାଯାଉଛି ଯେ ଏହି ବ୍ୟକ୍ତି ୧୦ ଦିନ ପୂର୍ବେ ନୁପୁର ଶର୍ମାଙ୍କ ସମର୍ଥନରେ ଫେସବୁକରେ ଏକ ପୋଷ୍ଟ ଲେଖିଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦୁଇଜଣ ବ୍ୟକ୍ତି ଖଣ୍ଡା ଦ୍ୱାରା ବ୍ୟକ୍ତିଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି । ଉଦୟପୁରର ଦରଜି କନେହିୟା ଲାଲ ୧୦ ଦିନ ପୂର୍ବରୁ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ କରିଥିଲେ । ସେଦିନଠାରୁ ତାଙ୍କୁ ଧମକ ମିଳିବ ଆରମ୍ଭ ହୋଇଥିଲା ।

ଉଦୟପୁରର ମାଲଦାସ ଛକସ୍ଥିତ ଭୁତମହଲ ନିକଟରେ ଏହି ଘଟଣା ଘଟିଛି । ଏହା ପରେ ସହରରେ ଉତ୍ତେଜନା ଦେଖାଦେଇଛି । କ୍ରୋଧିତ ଲୋକମାନେ ବଜାର ବନ୍ଦ କରି କଲେକ୍ଟର ନିକଟସ୍ଥ ଦେହଲିଗେଟରେ ବିରୋଧ କରୁଛନ୍ତି । ପୋଲିସ କହିଛି ଯେ ସେ ପ୍ରତ୍ୟେକ ଦିଗକୁ ଯାଞ୍ଚ କରୁଛନ୍ତି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଟିମ୍ ଗଠନ କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଏହି ମାମଲା ପୂର୍ବରୁ ଥରେ ପୋଲିସ ଷ୍ଟେସନରେ ପହଞ୍ଚିଥିଲା ଓ ପୋଲିସ ମଧ୍ୟ ଉଭୟଙ୍କ ମଧ୍ୟରେ ମୀମାଂସା କରିଥିଲା । କିନ୍ତୁ, ହିଂସାତ୍ମକ ପ୍ରବୃତ୍ତିର ଦୁର୍ବୁତ୍ତ କହ୍ନେୟା ଲାଲଙ୍କୁ ବେକରେ ଛୁରା ମାରିବା ସହ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ଅଭିଯୁକ୍ତ ମଧ୍ୟ କହ୍ନେୟା ଲାଲଙ୍କୁ ଅନେକ ଦିନ ଧରି ଧମକ ଦେଉଥିଲା । ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି ।

ଧାନମାଣ୍ଡି ପୋଲିସ ଷ୍ଟେସନ ଅଞ୍ଚଳରେ ଭୁତମହଲ ନିକଟରେ ସୁପ୍ରିମ ଟେଲର ନାମରେ ଏକ ଦୋକାନ ଚଳାଉଥିବା କହ୍ନେୟା ତେଲି (୪୦) ନିଜେ ଦୋକାନରେ କାମ କରୁଥିବାବେଳେ ଦ୍ୱି-ପ୍ରହର ପ୍ରାୟ ୨.୩୦ ସମୟରେ ଦୁଇଜଣ ଦୁର୍ବୁତ୍ତ ଆସିଥିଲେ । ପୋଷାକ ସିଲେଇ କରିବାରେ ବାହାନା କରି ଦୋକାନରେ ପ୍ରବେଶ କରିଥିଲେ । କହ୍ନେୟା ଲାଲ କିଛି ବୁଝିବା ପୂର୍ବରୁ ଦୁଦୁର୍ବୁତ୍ତମାନେ ଛୁରୀ ଓ ଖଣ୍ଡା ଦ୍ୱାରା ତାଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ କନେହିୟାଲାଲଙ୍କ ମୃତ୍ୟୁ ଘଟିଛି । ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି । 

ଏହା ବି ପଢ଼ନ୍ତୁ: UAE ରେ ପିଏମ ମୋଦିଙ୍କୁ ଜୋରଦାର ସ୍ୱାଗତ, ନିକଟରେ ପେଗମ୍ବର ବିବାଦକୁ ନେଇ ଉଠାଇଥିଲା ଆପତ୍ତି

ଏହା ବି ପଢ଼ନ୍ତୁ: ପାଞ୍ଚ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ଦେବ ରେଲୱେ; ଏହି ତାରିଖ ପୂର୍ବରୁ କରନ୍ତୁ ଆବେଦନ