ଜେଲେନସ୍କିଙ୍କ ସରେଣ୍ଡର କିମ୍ବା ମୃତ୍ୟୁ: ତାପରେ ୟୁକ୍ରେନର ଭାଗ୍ୟ କ'ଣ
Advertisement
Article Detail0/zeeodisha/odisha1118820

ଜେଲେନସ୍କିଙ୍କ ସରେଣ୍ଡର କିମ୍ବା ମୃତ୍ୟୁ: ତାପରେ ୟୁକ୍ରେନର ଭାଗ୍ୟ କ'ଣ

ଯୁଦ୍ଧକୁ ନେଇ ଏମିତି ଅନେକ କିଛି ପ୍ରଶ୍ନ ବିଶ୍ୱ ଦରବାରରେ ଉଙ୍କି ମାରୁଥିବା ବେଳେ ଏହାର ଉତ୍ତର ରଖିଛି ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଅମେରିକାର ବୟାନ ଯଦି ଯଦି ଜେଲେନସ୍କି ହତ୍ୟାର ଶିକାର ହୁଅନ୍ତି ତେବେ ଶାସନ ବ୍ୟବସ୍ଥା ୟୁକ୍ରେନ୍‌ ହାତରେ ହିଁ ରହିବ। 

ଜେଲେନସ୍କିଙ୍କ ସରେଣ୍ଡର କିମ୍ବା ମୃତ୍ୟୁ: ତାପରେ ୟୁକ୍ରେନର ଭାଗ୍ୟ କ'ଣ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦିନକୁ ଦିନ ବଢିବାରେ ଲାଗିଛି। ଯୁଦ୍ଧକୁ ୧୩ ଦିନ ବିତିଥିବା ବେଳେ ତିନି ତିନିଥର ଶାନ୍ତି ଆଲୋଚନା ବିଫଳ ହୋଇଛି । ଏହି ଯୁଦ୍ଧରେ ୟୁକ୍ରେନର ବହୁ ଧନଜୀବନ ନଷ୍ଟ ହେଲାଣି। ବଡ଼ ବଡ଼ ଅଟ୍ଟାଳିକା ସବୁ ମାଟିରେ ମିଶିଗଲାଣି। ଦେଶର ନାଗରିକ ୟୁକ୍ରେନ ଛାଡି ପଡ଼ୋଶୀ ଦେଶର ଶରଣରେ ଆସିଛନ୍ତି। ହେଲେ ନିଜ ନିଜ ଜିଦରୁ ହଟୁନାହାଁନ୍ତି ଦୁଇ ରାଷ୍ଟ୍ରମୁଖ୍ୟ। ଆସନ୍ନ ଯୁଦ୍ଧରୁ ଏବେ ଯାଏ ଅନେକ କଳ୍ପନାଜଳ୍ପନା ଜାରି ରହିଛି। ହେଲେ କେବେ ଭାବିଛନ୍ତି ଯଦି ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲେ଼ଡିମିର ଜେଲେନସ୍କିଙ୍କ ମୃତ୍ୟୁ ହୁଏ ବା ସେ ସରେଣ୍ଡର କରନ୍ତି ତେବେ ୟୁକ୍ରେନ ଦେଶର ଭାଗ୍ୟ କ'ଣ ହେବ? 

ଯୁଦ୍ଧକୁ (Russia Ukraine War) ନେଇ ଏମିତି ଅନେକ କିଛି ପ୍ରଶ୍ନ ବିଶ୍ୱ ଦରବାରରେ ଉଙ୍କି ମାରୁଥିବା ବେଳେ ଏହାର ଉତ୍ତର ରଖିଛି ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଅମେରିକାର ବୟାନ ଯଦି ଯଦି ଜେଲେନସ୍କି ହତ୍ୟାର ଶିକାର ହୁଅନ୍ତି ତେବେ ଶାସନ ବ୍ୟବସ୍ଥା ୟୁକ୍ରେନ୍‌ ହାତରେ ହିଁ ରହିବ। ଏଥିପାଇଁ ଯୋଜନା ପ୍ରସ୍ତୁତ ସରିଛି। ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ଆମେରିକା ବୈଦେଶିକ ସଚିବ ଅଣ୍ଟୋନି ବ୍ଲିଙ୍କେନ ଏକଥାକୁ ସ୍ପଷ୍ଟ କରିଛନ୍ତି।

Also Read: ଏହି ମୂଲ୍ୟବାନ ସମ୍ପଦ ପାଇଁ ୟୁକ୍ରେନ ଉପରେ ଆକ୍ରମଣ କଲେ ପୁଟିନ!

ରୁଷ ଆକ୍ରମଣରେ ଯଦି ଜେଲେନସ୍କି (Volodymyr Zelenskyy)ଙ୍କ ହତ୍ୟା ହୁଏ ସେଥିପାଇଁ ୟୁକ୍ରେନ୍ ଆଗୁଆ ପ୍ରସ୍ତୁତ ଅଛି। ଋଷ ନୁହେଁ ସେଠାରେ ପୁନ୍ଃ ୟୁକ୍ରେନ ସରକାର ଜାରି ରହିବା ନେଇ ଯୋଜନା ମଧ୍ୟ ପ୍ରସ୍ତୁତ ସରିଛି। ଜେଲେନସ୍କିଙ୍କୁ ହତ୍ୟା ପାଇଁ ଋଷ ଉଦ୍ୟମ କରିଆସୁଥିବା ଜେଲେନସ୍କି ବାରମ୍ବାର ଭିଡିଓ ବାର୍ତ୍ତାରେ କହି ଆସୁଛନ୍ତି। ଏମିତିକି ପୂର୍ବରୁ ବହୁବାର ଜେଲେନସ୍କି ଦେଶ ଛାଡି ଲୁଚିଥିବା କଥା ଋଷ ବାରମ୍ବାର କହି ଆସୁଛି ହେଲେ ଏହାକୁ ଖଣ୍ଡନ କରିବା ସହ ଋଷକୁ ମୁହଁତୋଡ ଜବାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି। 

Also Read: ନକଲି ଡାକ୍ତରର ନକଲି କାନ୍ଦ, ଏମିତି କରୁଥିଲା ଶିକାର...ଦେଖନ୍ତୁ ଭିଡିଓ

ଆଜି ଏକ ଭିଡିଓ ଜାରି କରି ସେ କହିଛନ୍ତି ଯେ, ମୁଁ କିଭ୍ (Kyiv) ରେ ଅଛି ମୁଁ କାହାକୁ ଡରିନାହିଁ। ତେବେ ଜେଲେନସ୍କିଙ୍କୁ ନେଇ ବ୍ଲିଙ୍କେନ କହିଛନ୍ତି ଯେ, ୟୁକ୍ରେନର ନେତୃତ୍ୱ ବେଶ ଉତ୍କୃଷ୍ଟ ଓ ଯୋଜନା ବଦ୍ଧ। ମୁଁ ମଧ୍ୟ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିସାରିଛି। ସେ କହିଛନ୍ତି ଯେ, ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ଜାରି ରଖିବା ପାଇଁ  ୟୁକ୍ରେନ୍ ଯୋଜନା କରିସାରିଛି। ଗତ ସପ୍ତାହରେ ଏକ  ହତ୍ୟା ଉଦ୍ୟମରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ହେଲେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଜେଲେନସ୍କି।