Union Budget 2021: କୃଷକଙ୍କୁ ଋଣ ଭାରରୁ ମୁକ୍ତି ଦେବ KCC
Advertisement

Union Budget 2021: କୃଷକଙ୍କୁ ଋଣ ଭାରରୁ ମୁକ୍ତି ଦେବ KCC

ଦେଶର କୃଷକ ବର୍ଗଙ୍କ ପରିଶ୍ରମ ପାଇଁ ଏବେ ସେମାନଙ୍କୁ ମିଳିବାକୁ ଯାଉଛି ପୁରସ୍କାର। 

Union Budget 2021: କୃଷକଙ୍କୁ ଋଣ ଭାରରୁ ମୁକ୍ତି ଦେବ KCC

ନୂଆଦିଲ୍ଲୀ: କୋରୋନା ସଂକଟର ମୁକାବିଲା ଲାଗି ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମେତ ବିଭିନ୍ନ କଟକଣା ସତ୍ତ୍ୱେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଦେଶର କୃଷକ। ସେମାନଙ୍କ ପ୍ରୟାସ କାରଣରୁ ମହାମାରୀ ସମୟରେ ମଧ୍ୟ ଅଟକିନଥିଲା ଦେଶର ପ୍ରଗତିର ରଥ।

ଦେଶର କୃଷକ ବର୍ଗଙ୍କ ପରିଶ୍ରମ ପାଇଁ ଏବେ ସେମାନଙ୍କୁ ମିଳିବାକୁ ଯାଉଛି ପୁରସ୍କାର। ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ କେନ୍ଦ୍ର ସରକାର କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା। ଏହା ମାଧ୍ୟମରେ ଚାଷୀଙ୍କୁ ମହଙ୍ଗା ରଣରୁ  ମୁକ୍ତି ଦେବା ଲାଗି ହୋଇଛି ବ୍ୟବସ୍ଥା।  

Alsop Read: Union Budget 2021: ଜାଣନ୍ତୁ କେତେ ପ୍ରକାରର ହୋଇଥାଏ ବଜେଟ?

 

ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ଋଣ ଦେବା ଲାଗି ହୋଇଥିଲା କିସାନ କ୍ରେଡିଟ କାର୍ଡ-କେସିସି (Kisan Credit Card-KCC) ବ୍ୟବସ୍ଥା। ଏହି କାର୍ଡ ମାଧ୍ୟମରେ କୃଷକ ବାର୍ଷିକ ୭ ପ୍ରତିଶତ ସୁଧ ହାରରେ କୃଷି ଋଣ ନେଉଥିଲେ। ହେଲେ ଏହାର ପରିମାଣକୁ ୪ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। କେସିସି କାର୍ଡରେ ସୁଧ ହାର ହ୍ରାସ ପାଇବା ଦ୍ୱାରା ଏହାର ପ୍ରତ୍ୟେକ୍ଷ ଲାଭ କୃଷକଙ୍କୁ ମିଳିବ।         

କେସିସି ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଏ ଯାହା ବଜାର ତୁଳନାରେ ବହୁତ କମ୍ ସୁଧ ହାରରେ ମିଳିଥାଏ। ଏହା ଦ୍ୱାରା ଜଣେ କୃଷକଙ୍କୁ ବାର୍ଷିକ ୭ ପ୍ରତିଶତ ସୁଧ ହାରରେ ଋଣ ମିଳିଥାଏ। କେସିସି ମାଧ୍ୟମରେ ନିଆଯାଇଥିବା କୃଷି ଋଣ ଯଦି ସମୟ ପୂର୍ବରୁ ପରିଶୋଧ କରାଯାଏ ତାହେଲେ ୩ ପ୍ରତିଶତ ଅତିରିକ୍ତ ଛାଡ ମିଳିଥାଏ। ଏହାର ଅର୍ଥ ହେଉଛି କୃଷକ ବର୍ଷକୁ ମାତ୍ର ୪ ପ୍ରତିଶତ ସୁଧ ହାରରେ ଋଣ ମିଳିଥାଏ।  

Alsop Read: ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ,ଜାଣନ୍ତୁ ବଜେଟ ସମ୍ପର୍କିତ ୧୦ ଗୁରୁତ୍ୱପୂର୍ଣ୍ଣ କଥା...

 

କେବଳ କୃଷି ଋଣ ନୁହେଁ କେସିସି ମାଧ୍ୟମରେ ଜଣେ କୃଷକ ଫସଲ ବୀମା ମଧ୍ୟ କରିପାରିବେ। ଯଦି କୌଣସି କାରଣରୁ ଫସଲ ନଷ୍ଟ ହୋଇଯାଏ ତାହେଲେ ପ୍ରଭାବିତ କୃଷକଙ୍କୁ ଫସଲ ବୀମା ମାଧ୍ୟମରେ କ୍ଷତିପୂରଣ ମିଳିଥାଏ।      

କିସାନ୍ କ୍ରେଡିଟ୍ କାର୍ଡ ଯୋଜନା କୃଷକଙ୍କୁ ମିଳିବାକୁ ଥିବା ନୂଆ ସୁବିଧା

  • ଦେଶର ସମସ୍ତ କୃଷକ କିସାନ କ୍ରେଡିଟ କାର୍ଡ ଯୋଜନାର ଲାଭ ପାଇପାରିବେ।
  • ସମସ୍ତ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିସାନ୍ ସାମ୍ମାନ ନିଧି ଯୋଜନା ଦ୍ୱାରା ମିଳିବ ଫାଇଦା 
  • ଏଣିକି କିସାନ୍ କ୍ରେଡିଟ୍ କାର୍ଡ ଦ୍ୱାରା ବିନା ବନ୍ଧକରେ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ 
  • ୧୪ କୋଟିରୁ ଅଧିକ କୃଷକଙ୍କୁ କେସିସି ଦେବେ କେନ୍ଦ୍ର ସରାକାର