ପ୍ରିନ୍ସପାଲଙ୍କୁ ଗୋଡ଼ାଇ ଗୋଡ଼ାଇ ଚପଲରେ ପିଟିଲେ ମହିଳା ଶିକ୍ଷୟତ୍ରୀ, ଭିଡ଼ିଓ ଭାଇରଲ
Advertisement

ପ୍ରିନ୍ସପାଲଙ୍କୁ ଗୋଡ଼ାଇ ଗୋଡ଼ାଇ ଚପଲରେ ପିଟିଲେ ମହିଳା ଶିକ୍ଷୟତ୍ରୀ, ଭିଡ଼ିଓ ଭାଇରଲ

Lady Teacher Beat Principal In The School: ମହିଳା ଶିକ୍ଷୟତ୍ରୀ ପ୍ରିନ୍ସପାଲଙ୍କ ବିରୋଧରେ ଅସଦାଚରଣ କରିଥିବାର ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତୀକାତ୍ମକ ଛବି (ଫଟୋ କ୍ରେଡିଟ୍: ରଏଟର୍ସ)

ସିଦ୍ଧାର୍ଥନଗର: ଉତ୍ତରପ୍ରଦେଶର (Uttar Pradesh) ସିଦ୍ଧାର୍ଥନଗର (Siddharth Nagar) ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ମହିଳା ଶିକ୍ଷୟତ୍ରୀ ସ୍କୁଲ ପ୍ରିନ୍ସିପାଲଙ୍କୁ ଗୋଡ଼ାଇ ଗୋଡ଼ାଇ ଚପଲରେ (Woman Teacher Beat School Principal) ପିଟିଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ମଧ୍ୟ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସ୍କୁଲ ପ୍ରିନ୍ସପାଲଙ୍କୁ ମାରପିଟ
ସିଦ୍ଧାର୍ଥନଗରର ଏଟାୱା ତହସିଲରେ ଥିବା ଅଗାର୍ଡି ପ୍ରାଥମିକ ବିଦ୍ୟାଳୟର ପ୍ରିନ୍ସପାଲଙ୍କୁ ଜଣେ ମହିଳା ଶିକ୍ଷୟତ୍ରୀ ମାଡ ମାରିଛନ୍ତି । ଏହା ସମେତ ପ୍ରିନ୍ସପାଲ ତାଙ୍କୁ ଅସଦାଚରଣ କରିଥିବାର (Principal Harassed The Woman Teacher) ଅଭିଯୋଗ ଆଣିଛନ୍ତି । ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ମୌଳିକ ଶିକ୍ଷା ଅଧିକାରୀ (BSA) ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ, ନିଜ ନାଗରିକମାନଙ୍କୁ ଆଫଗାନିସ୍ତାନ ଛାଡିବାକୁ କହିଲା ଭାରତ

ଘଟଣା ଦିନ କ’ଣ ହୋଇଥିଲା?
ମହିଳା ଶିକ୍ଷୟତ୍ରୀ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ପ୍ରିନ୍ସପାଲ ମନୋଜ କୁମାର ତାଙ୍କ କାର୍ଯ୍ୟାଳୟକୁ ଡାକି ତାଙ୍କ ସହ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ସେ ଏହାର ପ୍ରତିବାଦ କରିଥିଲେ, ପ୍ରିନ୍ସିପାଲ ତାଙ୍କୁ ଦୁର୍ବ୍ୟବହାର କରି ଅଫିସରୁ ବାହାର କରିଦେଇଥିଲେ ।

ଅଧିକ ପଢ଼ନ୍ତୁ: NASA ଦେଲା ଚେତାବନୀ; ସମୁଦ୍ରରେ ବୁଡିଯିବ ଭାରତର ଏହି ୧୨ ଟି ସହର

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ 
ସୂଚନାଯୋଗ୍ୟ, ଭାଇରାଲ ଭିଡିଓରେ ମହିଳା ଶିକ୍ଷୟତ୍ରୀ ଜଣକ ସ୍କୁଲର ପ୍ରିନ୍ସପାଲଙ୍କୁ ଚପଲରେ ପିଟୁଥିବା ନଜର ଆସୁଛନ୍ତି । ଭିଡିଓରେ ପ୍ରିନ୍ସିପାଲ୍ ସ୍କୁଲ ପରିସରରେ ଦୌଡୁଥିବାର ଦେଖିବାକୁ ମିଳୁଛି ଓ ମହିଳା ଶିକ୍ଷୟତ୍ରୀ ଜଣକ ନିଜ ହାତରେ ଚପଲ ଧରି ତାଙ୍କ ପଛରେ ଦୌଡୁଛନ୍ତି ।

ଏହି ମାମଲାରେ କ’ଣ କହିଛି ବିଏସଏ?

ଏ ବାବଦରେ ଜିଲ୍ଲା ମୌଳିକ ଶିକ୍ଷା ଅଧିକାରୀ (ବିଏସଏ) କହିଛନ୍ତି ଯେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଯିଏ ଦୋଷୀ ସାବ୍ୟସ୍ତ ହେବ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।