• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ସୀମାରେ କମିଛି ଚୀନ ସହ ସଂଘର୍ଷ: ଭାରତୀୟ ସେନା

ସୀମାରେ କମିଛି ଚୀନ ସହ ସଂଘର୍ଷ: ଭାରତୀୟ ସେନା

ସୀମାରେ ଚୀନ ସଂଘର୍ଷ କମ ହୋଇଥିବା ନେଇ ଜଣାଇଛି ଭାରତୀୟ ସେନା |

Published: May 12, 2020, 09:16 PM IST|Updated: May 12, 2020, 09:16 PM IST
joinshare
 ସୀମାରେ କମିଛି ଚୀନ ସହ ସଂଘର୍ଷ: ଭାରତୀୟ ସେନା

Trending

  • News
  • Photos
  • Videos
୭ଟି ମୋଟରସାଇକେଲ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୩ ଆହତ

୭ଟି ମୋଟରସାଇକେଲ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୩ ଆହତ

2

Top 10 News: ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା, ଦିଲ୍ଲୀରେ ବର୍ଷା ଓ ଅନ୍ୟ ଖବର

3

ଦିଲ୍ଲୀରେ ଆଜି କଂଗ୍ରେସ ଓ ସିଜେପିର ବିକ୍ଷୋଭ, କଡ଼ା ସୁରକ୍ଷା ମଧ୍ୟରେ ସହର

4

Cordelia Cruises: ୧୫୦୦ ଡ୍ରୋନ୍ ର ଆଲୋକରେ ଝଲସିଲା ପୂରା ମାୟାନଗରୀ,କର୍ଡେଲିଆ ସ୍କାଏରେ ମିଳିବ ଯ

5

Top 10 News Today: ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ବୋମାମାଡ଼,ତୃତୀୟ ଟ୍ବି-୨୦

ନୂଆଦିଲ୍ଲୀ: ଲଦାଖ ସୀମାରେ ସମୟ ସମୟରେ ଚୀନ ସହ ହେଉ ଥିବା ସଂଘର୍ଷ ହ୍ରାସ ପାଇଥିବା ନେଇ ଭାରତୀୟ ସେନା ପକ୍ଷରୁ କୁହାଯାଇଛି | ଚଳିତ ବର୍ଷ ମେ ପ୍ରଥମ ସପ୍ତାହରେ ଉଭୟ ଦେଶର ସେନା ମଧ୍ୟରେ ହେଉଥିବା ମୁହାଁମୁହିଁ ଭଳି ପରିସ୍ଥିତି କମିଛି | ପୂର୍ବ ଲଦାଖର ପେଙ୍ଗାମ ହ୍ରଦ ଅଞ୍ଚଳରେ ଭାରତ ଏବଂ ଚୀନ ନିଜ ଅଧିନସ୍ଥ କ୍ଷେତ୍ରରେ ଉପସ୍ଥିତି ଜାରି ରଖିବା ସହ ସେନା ମୁତୟନକୁ ବଢାଇ ଦେଇଛନ୍ତି| 

ଏଲଓସି ନିକଟରେ ଏକ ଚାଇନିଜ ହେଲିକପ୍ଟର ଉଡୁଥିବାର ଦେଖାଯିବା ପରେ ସେଠାକୁ ତତକ୍ଷଣାତଚ ଯୁଦ୍ଧ ବିମାନ ପଠାଇଥିଲା ଭାରତୀୟ ବାୟୁସେନା | ପୂର୍ବ ଲଦାଖରେ ଅବସ୍ଥିତ ଥିବା ପେଙ୍ଗାମ ହ୍ରଦ ନିକଟରେ ଗତ ଫବୃଆରୀରୁ ଆରମ୍ଭ ହୋଇଥିଲା ବିବାଦ |  ଏଠାରେ ଅବସ୍ଥିତ ଫିଙ୍ଗର ୨ ଅଞ୍ଚଳକୁ ଭାରତୀୟ ସୈନ୍ୟଙ୍କ ଯିବା ଆସିବା ଉପରେ ରୋକ ଲଗାଇଥିଲା ଚୀନ | ଏହା ୫ଟି ପାହାଡିଆ ହ୍ରଦ ପର୍ଯ୍ୟନ୍ତ ଯାଇଛି ଯାହା ଫିଙ୍ଗର 1ରୁ ଫିଙ୍ଗର 5  ଭାବେ ଜଣାଶୁଣା |           

ଫିଙ୍ଗର ୨ ଅଞ୍ଚଳରେ ସଡକ ନିର୍ମାଣ ହୋଇସାରିଛି | ଯେଉଁଥିରେ ଭାରତୀୟ ସୈନ୍ୟଙ୍କ ଗାଡି ଯିବା ଆସିବା କରିଥାଏ |  ଗତ ମାସର ଶେଷ ସପ୍ତାହରେ ଉଭୟ ଚୀନ ଏବଂ ଭାରତ ନିଜର ସୈନ୍ୟ ଉପସ୍ଥିତିକୁ ବୃଦ୍ଧି କରିଥିଲେ | ଚଳିତ ମାସ ୫-୬ ମଧ୍ୟରାତ୍ରୀରେ ଦୁଇ ଦେଶରେ ସୈନିକଙ୍କ ମଧ୍ୟରେ ସାମ୍ନାସାମ୍ନି ହୋଇଥିଲା | ଭାରତୀୟ ସୈନ୍ୟଙ୍କ ପକ୍ଷରୁ ନିଜ ଅଧିନସ୍ଥ କ୍ଷେତ୍ର ମଧ୍ୟରେ  କୌଣସି ଏକ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ, ଯାହାର ବିରୋଧ କରିଥିଲେ ଚାଇନିଜ ସୈନ୍ୟ | ଯାହାକୁ ନେଇ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ବିବାଦ ବଢିବାରୁ ହାତାହାତି ପରିସ୍ଥିତି ଉପୁଜିଥିଲା |  ଯେଉଁଥିରେ କେତେକ ସୈନିକ ଘାୟଲ ହୋଇଥିଲେ |            

ଏ ଘଟଣା ପରେ ଉଭୟ ଚାଇନା ଏବଂ ଭାରତୀୟ କମାଣ୍ଡର ବିବାଦର ସମାଧାନ କରିଥିଲେ |  ପରେ ପରେ ନିଜ ନିଜ ସ୍ଥାନରେ ମୁତୟନ ହୋଇଥିଲେ ଉଭୟ  ଦେଶର ସେନା | ନିକଟରେ ଏକ ଚାଇନିଜ ହେଲିକପ୍ଟର  ଏଲଓସି ନିକଟରେ ଦେଖାଯାଇଥିଲା | ଏ ଘଟଣା  ସମ୍ପର୍କରେ ଜଣାପଡିବା ପରେ  ଭାରତୀୟ ବାୟୁସେନାର ୨ ସୁଖୋଇ-30 ଯୁଦ୍ଧ ବିମାନ ସେଠାକୁ ପଠାଯାଇଥିଲା | ଲଦାଖର ଲେହ ଏବଂ ଥୋଇସରେ ଦୁଇଟି ଏୟାରବେସ ରହିଛି |  ମାତ୍ର ସେଠାରେ ସ୍ଥାୟୀ ରୂପେ କୌଣସି  ଫାଇଟର ଏୟାରକ୍ରାଫ୍ଟର ମୁତୟନ ହୋଇନଥାଏ | ସମୟ ସମୟରେ କରାଯାଇଥାଏ | 

ଗତ ୨୦୧୭ରେ ଡୋକଲାମରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା | ଏହି ଘଟଣାକୁ ନେଇ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା |  ସେହି ବର୍ଷ ଜୁନ ୧୬ ତାରିଖରେ  ଭାରତ-ଭୂଟାନ-ଚୀନ ସୀମାର ସଂଯୋଗ ସ୍ଥଳ କୁହାଯାଉଥିବା ଟ୍ରାଇଜଙ୍କସନ ଠାରେ ଚାଇନିଜ ସୈନ୍ୟ ଆଗକୁ ବଢିବା ପାଇଁ ଉଦ୍ୟମ କରିଥିଲେ |  ମାତ୍ର  ଭାରତୀୟ ସେନା ସେମାନଙ୍କୁ ଅଟକାଇଥିଲା |   ବେଶ ଦୀର୍ଘଲ ଦିନ ଧରି ଚାଲିଥିବା ଏହି ବିବାଦର ସମାଧାନ ୨୮ ଅଗଷ୍ଟରେ ହୋଇଥିଲା |  ଗତ ବର୍ଷ ସେପ୍ଟମ୍ବରେ ଲଦାଖ ଠାରେ ଚୀନ-ଭାରତୀୟ ସୈନ୍ୟଙ୍କ ମଧ୍ୟରେ ହୋଇଥିବା  ବିବାଦର ସମାଧାନ କରାଯାଇଥିଲା |

Add Zee News as a Preferred Source
TAGS:
Indian Army
border conflict