ଚୀନକୁ ଘେରିବ ଭାରତୀୟ ନୌସେନା ! ବଡ଼ ଧରଣର ପ୍ରସ୍ତୁତି
Advertisement

ଚୀନକୁ ଘେରିବ ଭାରତୀୟ ନୌସେନା ! ବଡ଼ ଧରଣର ପ୍ରସ୍ତୁତି

Aircraft carrier Nimitz ପ୍ରଥମରୁ ହିଁ ମଲକ୍କା ଷ୍ଟ୍ରେଟ ରାସ୍ତାରେ ଭାରତ ମହାସାଗରରେ ନିୟୋଜିତ ଅଛି ।

ଚୀନକୁ ଘେରିବ ଭାରତୀୟ ନୌସେନା ! ବଡ଼ ଧରଣର ପ୍ରସ୍ତୁତି

ନୂଆଦିଲ୍ଲୀ: ଚୀନ ସହ ବିବାଦ ମଧ୍ୟରେ ଭାରତ ଓ ଆମେରିକାର ନୌସେନା ମିଶି ଯୁଦ୍ଧାଭ୍ୟାସ କରିପାରନ୍ତି । ସୂଚନା ଅନାସାରେ, ଆମେରିକାର ବିମାନ ବାହକ ଜାହାଜ (Aircraft carrier) USS Nimitz ମଧ୍ୟ ଏଥିରେ ସାମିଲ ହୋଇପାରେ । Nimitz ଏବେ ଭାରତୀୟ ମହାସାଗରରେ ନିୟୋଜିତ ଅଛି । ଆଣ୍ଟାମାନ ଓ ନିକୋବର ଦ୍ୱୀପପୁଞ୍ଜ ନିକଟରେ ଏହି ଯୁଦ୍ଧାଭ୍ୟାସ ହୋଇପାରେ । 

Aircraft carrier Nimitz ପ୍ରଥମରୁ ହିଁ ମଲକ୍କା ଷ୍ଟ୍ରେଟ ରାସ୍ତାରେ ଭାରତ ମହାସାଗରରେ ନିୟୋଜିତ ଅଛି । ମଲକ୍କା ମାଲେସିଆ ଏବଂ ଇଣ୍ଡୋନେସିଆ ମଧ୍ୟରେ ଏକ ସଂକୀର୍ଣ୍ଣ ରାସ୍ତା । ଏହି ରାସ୍ତା ଚୀନ ସମେତ ସମଗ୍ର ଏସିଆ ପାଇଁ ଗୁରୁତ୍ୱପୂର୍ଣ୍ଣ । କାହିଁକିନା ଏହି ରାସ୍ତା ଦେଇ ସମଗ୍ର ଏସିଆ ମହାଦେଶର ଦେଶଗୁଡ଼ିକୁ ତେଲ ଯୋଗାଣ ହୋଇଥାଏ । 

ଜୁନ ୨୦୨୦ରେ ଭାରତ ଓ ଜାପାନର ନେଭି ମିଶି ଯେମିତି ଯୁଦ୍ଧାଭ୍ୟାସ କରିଥିଲେ, ସେହିପରି ସମ୍ଭାବିତ ଭାରତ ଓ ଆମେରିକାର ନୌସେନା ମଧ୍ୟରେ ଯୁଦ୍ଧାଭ୍ୟାସ ହେବ । ଭାରତ ଓ ଜାପାନର ମିଳିତ ଯୁଦ୍ଧାଭ୍ୟାସକୁ 'ପାସେକ୍ସ' ନାଁ ଦିଆଯାଇଥିଲା । ପାସିଂଗ ଏକ୍ସରସାଇଜ ୟୁଏସ ନେଭିର ଏପରି ଏକ ଯୁଦ୍ଧାଭ୍ୟାସ, ଯାହା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଡିଜିଟାଲ କିମ୍ବା ଇଲେକ୍ଟ୍ରୋନିକ୍ ତରିକାରେ ସମ୍ପର୍କ ରଖିବା ଓ ସହଯୋଗ କରିବାର ଅଭ୍ୟାସ ହୋଇଥାଏ । 

ତେବେ ଏହି ଖବର ଏଇଥିପାଇଁ ଗୁରୁତ୍ୱବହନ କରୁଛି, କାହିଁକିନା ଚୀନ ଭାରତ ମହାସାଗରରେ ନିଜର ଉପସ୍ଥିତିକୁ ବଢ଼ାଉଛି । ଦେଶ ବାହାରେ ଚୀନର କେବଳ ଗୋଟିଏ ମିଲିଟାରୀ ବେସ୍ ରହିଛି । ଲୋହିତ ସାଗର, ସୁଏଜ କେନାଲ ଓ ଭାରତ ମହାସାଗରକୁ ସଂଯୋଗ କରୁଥିବା ସମୁଦ୍ର ପଥ ମୁହାଣରେ ଏହି ମିଲିଟାରୀ ବେସ୍ ରହିଛି । 

ଗତ ମାସ ଭାରତ ଓ ଚୀନ ମଧ୍ୟରେ ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଭାରତ ସହ ଚୀନ ଯେଉଁପ୍ରକାର ଭାବେ ବିଶ୍ୱାସଘାତକତା କଲା, ଭାରତ ସବୁ କ୍ଷେତ୍ରରେ ସଜାଗ ହୋଇଯାଇଛି । କେବଳ ଜାପାନ ଓ ଆମେରିକା କାହିଁକି ଅଷ୍ଟ୍ରେଲିଆ ସହ ମଧ୍ୟ ଏହି ବର୍ଷ ଶେଷ ଆଡ଼କୁ ଭାରତ ଯୁଦ୍ଧାଭ୍ୟାସ କରିବ ବୋଲି କୁହାଯାଉଛି । ଏହି ୪ ଦେଶ ମଧ୍ୟରେ ପୂର୍ବରୁ ହିଁ ଏକ ବୁଝାମଣା QUAD (The Quadrilateral Security Dialogue) ହୋଇଥିଲା । ଆଉ ଏନେଇ ଗତ ବର୍ଷ ଉକ୍ତ ୪ ଦେଶର ବୈଦେଶିକ ମନ୍ତ୍ରୀ ଏକାଠି ହୋଇଥିଲେ ।