US Military Drone: ବିଫଳ ହେବ ଚୀନ୍ ଆକ୍ରମଣ; ପାଲଟା ଜବାବ ଦେବେ ହଜାର ହଜାର ସଶସ୍ତ୍ର ଡ୍ରୋନ୍ ବିମାନ
Advertisement

US Military Drone: ବିଫଳ ହେବ ଚୀନ୍ ଆକ୍ରମଣ; ପାଲଟା ଜବାବ ଦେବେ ହଜାର ହଜାର ସଶସ୍ତ୍ର ଡ୍ରୋନ୍ ବିମାନ

USA Taiwan China: ଏହି ଡ୍ରୋନ ଟେକ୍ନୋଲୋଜି ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ଏକ ଗୁପ୍ତଚର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଯାହାର ନାଁ ହେଉଛି ଏଏମଏଏସ ପ୍ରକଳ୍ପ।

US Military Drone: ବିଫଳ ହେବ ଚୀନ୍ ଆକ୍ରମଣ; ପାଲଟା ଜବାବ ଦେବେ ହଜାର ହଜାର ସଶସ୍ତ୍ର ଡ୍ରୋନ୍ ବିମାନ

USA Military Preparation Against China: ବିଶ୍ୱ ସ୍ତରରେ ଚୀନ୍‌ ପଟରୁ ବଢୁଥିବା ବିପଦକୁ ନଜରର ରଖି ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଏହାର ପ୍ରସ୍ତୁତି କରିବାରେ ଲାଗିପଡ଼ିଛି। ପ୍ରଥମେ ଆର୍ମେନିଆ-ଆଜରବୈଜାନ ଏବଂ ପରେ ଋଷିଆ-ୟୁକ୍ରେନ ଯୁଦ୍ଧରେ ଡ୍ରୋନ୍ ଯୁଦ୍ଧର ସଫଳତାକୁ ଦେଖି ଆମେରିକା ମଧ୍ୟ ଏହି ଟେକ୍ନୋଲୋଜି ଉପରେ କାମ କରୁଛି। ଆମେରିକା ଏପରି ଏକ ଟେକ୍ନୋଲୋଜି ଉପରେ କାମ କରୁଛି। ଯେଉଁଥିରେ ହଜାର ହଜାର ଡ୍ରୋନ୍ ଏକ ସମୟରେ ଶତ୍ରୁ ଦେଶ ଉପରେ ଆକ୍ରମଣ କରି ଯୁଦ୍ଧରେ ଏହାକୁ ନଷ୍ଟ କରିଦେବେ। ଏହି ଆକ୍ରମଣ ଏତେ ଭୟଙ୍କର ଏବଂ ଦ୍ରୁତ ହେବ ଯେ ଶତ୍ରୁ ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ଏହାର କୌଣସି ମୁକାବିଲା 
କରିପାରିବ ନାହିଁ। ଏହି ଡ୍ରୋନ ଶତ୍ରୁ ପକ୍ଷର ସମସ୍ତ ସାମରିକ ଘାଟିକୁ ସହଜରେ ନଷ୍ଟ କରିଦେବ।

ଏହି ଡ୍ରୋନ ଟେକ୍ନୋଲୋଜି (Drone Technology) ଉପରେ ଯୁକ୍ତରାଷ୍ଟ୍ର ଆମେରିକାର (United States of America) ୟୁଏସଏ ପ୍ରତିରକ୍ଷା ମୁଖ୍ୟାଳୟ (USA Defense Headquarter) ପେଣ୍ଟାଗନ୍ (Pentagon) ପକ୍ଷରୁ ଏକ ଗୁପ୍ତଚର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଯାହାର ନାଁ ହେଉଛି ଅଟୋନୋମସ ମଲ୍ଟି ଡୋମେନ ସ୍ୱାର୍ମସ୍ ଅଫ୍ ସ୍ୱାମର୍ସ (Autonomous Multi Domain Adaptive Swarms of Swarm)। ଏହି ପ୍ରକଳ୍ପ ସଂକ୍ଷେପରେ ଏଏମଏଏସ (AMAS Project) ନାମରେ ଜଣାଶୁଣା। ଆମେରିକୀୟ ପ୍ରତିରକ୍ଷା ଅନୁସନ୍ଧାନ ଏଜେନ୍ସି (Defense Advanced Research Projects Agency) ଡିଏଆରପିଏ (DARPA) ଏହି ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ ରହିଛି। ଆମେରିକା ଦ୍ୱାରା ବିକଶିତ ହେଉଥିବା ଏହି ଆକ୍ରମଣକାରୀ ଡ୍ରୋନ୍ (Attack Drone) ଏତେ ଶକ୍ତିଶାଳୀ ହେବ ଯେ, ଏହା ଏକ ଏକ ସମୟରେ ଜଳ, ସ୍ଥଳ, ବାୟୁ ମାର୍ଗରୁ ଆକ୍ରମଣ କରିବାକୁ ସମର୍ଥ ହେବେ। ପ୍ରତିରକ୍ଷା ଜଗତରେ ଚର୍ଚ୍ଚା ହେଉଛି ଏହି ପ୍ରକଳ୍ପର ସଫଳତା ପରେ ଆମେରିକୀୟ ସେନା (US Army) ପୁଣି ଥରେ ସାମରିକ ଡ୍ରୋନ୍ ଜଗତରେ ରାଜା ହୋଇଯିବ।

ଆମେରିକୀୟ ସାମରିକ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ସମ୍ପୂର୍ଣ୍ଣ ପ୍ରକଳ୍ପର ମୂଲ୍ୟ ହେଉଛି ୭୮ ମିଲିୟନ ଡଲାର। ବର୍ତ୍ତମାନ ଏହି ପ୍ରକଳ୍ପ ଉପରେ ଗବେଷଣା ଚାଲିଛି। ଅନୁସନ୍ଧାନ ସମାପ୍ତ ହେବା ପରେ ଏହାକୁ ଡ୍ରୋନ୍ ତିଆରି ପାଇଁ କୌଣସି ସଂସ୍ଥାକୁ ଏକକ ଘରୋଇ ଠିକା ହସ୍ତାନ୍ତର କରାଯବ। ଯଦି ଏହା ହୁଏ, ତାହେଲେ ଏହା ସବୁଠୁ ବଡ ଡ୍ରୋନ୍ ନିର୍ମାଣ ଚୁକ୍ତି ହେବ। ଏକ ରିପୋର୍ଟ ଅନୁଯାୟୀ ଆମେରିକୀୟ ସେନା ଗୁପ୍ତରେ ଏହା ଉପରେ ଅନୁସନ୍ଧାନ କରୁଛି। ଆମେରିକୀୟ ପ୍ରତିରକ୍ଷା ଅନୁସନ୍ଧାନ ଏଜେନ୍ସି ଏହାର ପରୀକ୍ଷଣ କରୁଛି। ହଜାର ହଜାର ଡ୍ରୋନ୍ ଏକ ସମୟରେ ଉଡାଣ ଭରିବା ପରେ ଶତ୍ରୁ ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ତୋପ, ମିସାଇଲ୍ ଲଞ୍ଚର୍ ଏବଂ ସିସିଟିଭି ସିଷ୍ଟମ ବ୍ୟବସ୍ଥାକୁ କିପରି ନଷ୍ଟ କରିପାରିବେ?

ଯୁକ୍ତରାଷ୍ଟ୍ର ଆମେରିକା ସରକାର କିମ୍ବା ସେନା ଏହି ପ୍ରକଳ୍ପ ବିଷୟରେ କୌଣସି ବିବୃତ୍ତି ଦେଇନାହାଁନ୍ତି। ହେଲେ କୁହାଯାଉଛି ଯେ ଏବେ ଆମେରିକା ନଜର ଚୀନ ଉପରେ ରହିଛି। ତାଇୱାନ ଉପରେ ଚୀନ୍ ପକ୍ଷରୁ ହେବାକୁ ଥିବା ସାମ୍ଭାବ୍ୟ ଆକ୍ରମଣକୁ ନଜରରେ ରଖି ଆମେରିକା ଯଥାଶୀଘ୍ର ଏହାର ସାମରିକ ପ୍ରସ୍ତୁତିରେ ଅଗ୍ରଗତି କରୁଛି। ଆମେରିକାର ଯୋଜନା ହେଉଛି ଯଦି ତାଇୱାନ ଉପରେ ଚୀନ୍ ଆକ୍ରମଣ କରେ, ତାହେଲେ ହଜାର ହଜାର ଡ୍ରୋନ୍ ବିସ୍ଫୋରକ ସହିତ ବାନ୍ଧି ଏହାକୁ ଚୀନ ସୀମାରେ ଛାଡି ଦିଆଯିବ। ଯାହା ଦ୍ୱାରା ଏହାର ସମସ୍ତ ପ୍ରମୁଖ ସାମରିକ ଘାଟି ସହଜରେ ନଷ୍ଟ ହୋଇପାରିବ। ରିପୋର୍ଟ ଅନୁଯାୟୀ ଏହି ଡ୍ରୋନ୍ ଏପରି ସେନ୍ସର ସହିତ ସଜ୍ଜିତ ହେବ ଯେ, ଯାହା ନିର୍ଦ୍ଦେଶ ପାଇବା ପରେ ସେମାନେ ସ୍ୱୟଂଚାଳିତ ଭାବେ ନିଜେ ଉଡ଼ି ଶତ୍ରୁ ଦେଶ ଉପରେ ଆକ୍ରମଣ କରିପାରିବେ।