US President Election: ରାଷ୍ଟ୍ରପତି ହେବା ପାଇଁ ତୃତୀୟ ଥର ନିର୍ବାଚନ ଲଢ଼ିବେ ଡୋନାଲ୍ଡ ଟ୍ରମ୍ପ, ହ୍ୱାଇଟ ହାଉସରେ ଦାଖଲ କଲେ ଡକ୍ୟୁମେଣ୍ଟ
Advertisement

US President Election: ରାଷ୍ଟ୍ରପତି ହେବା ପାଇଁ ତୃତୀୟ ଥର ନିର୍ବାଚନ ଲଢ଼ିବେ ଡୋନାଲ୍ଡ ଟ୍ରମ୍ପ, ହ୍ୱାଇଟ ହାଉସରେ ଦାଖଲ କଲେ ଡକ୍ୟୁମେଣ୍ଟ

US President Election: ଡୋନାଲ୍ଡ ଟ୍ରମ୍ପ ୨୦୨୪ ରେ ପୁନର୍ବାର ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ସେ ନିଜେ ପ୍ରାର୍ଥୀ ହେବାର ଘୋଷଣା ମଧ୍ୟ କରି ସାରିଛନ୍ତି । ନିକଟ ଅତୀତରେ ଟ୍ରମ୍ପ ମଧ୍ୟ ଏହାର ସଂକେତ ଦେଇଥିଲେ ।

ସୌ: ସୋସିଆଲ ମିଡିଆ

US President Election 2024: ଆମେରିକାର (America) ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ପୁଣି ଥରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ୨୦୨୪ ରେ ପୁନର୍ବାର ରାଷ୍ଟ୍ରପତି ନିର୍ବାଚନରେ ​​(US President Election) ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି । ଏଥିସହ ସେ ନିଜେ ପ୍ରାର୍ଥୀ ହେବାର ଘୋଷଣା କରିଛନ୍ତି । ନିକଟ ଅତୀତରେ ଟ୍ରମ୍ପ ମଧ୍ୟ ଏହାର ସୂଚନା ଦେଇଥିଲେ । ନିକଟରେ ସେ କହିଥିଲେ ଯେ ସେ ପୁଣି ଥରେ ନିର୍ବାଚନ ରଣାଙ୍ଗନରେ ପ୍ରବେଶ କରିବେ ଓ ଖୁବ ଶୀଘ୍ର ଜନସାଧାରଣଙ୍କ ଆଗରେ ତାଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ କରିବେ ।

ଶେଷ ନିର୍ବାଚନରେ ​​ଟ୍ରମ୍ପଙ୍କୁ ଜୋ ବାଇଡେନଙ୍କ (Joe Biden) ସମ୍ମୁଖରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ସେ ୨୦୨୪ ରେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ମୈଦାନକୁ ଓହ୍ଲାଇବେ । ନିଜର ପ୍ରାର୍ଥୀ ଘୋଷଣା କରି ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ ଏଥର ତାଙ୍କର ନିର୍ବାଚନ ପ୍ରଚାର ପୂର୍ବ ଦୁଇଥର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ଟ୍ରମ୍ପ କହିଛନ୍ତି ଯେ ସେ ଆଜି ରାତିରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ପାଇଁ ଘୋଷଣା କରୁଛନ୍ତି । ସେ କହିଛନ୍ତି ଯେ ସେ ସମଗ୍ର ବିଶ୍ୱରେ ଆମେରିକାର ଶକ୍ତି ଓ ଚମକ ପୁନର୍ବାର ଫେରାଇ ଆଣିବାକୁ ଚାହୁଁଛନ୍ତି ।

ଟ୍ରମ୍ପ ଏହି ଘୋଷଣା ସେତବେଳେ କରିଛନ୍ତି, ଯେତେବେଳେ ମଧ୍ୟବର୍ତ୍ତୀ ନିର୍ବାଚନରେ ​​ରିପବ୍ଲିକାନ୍ ପାର୍ଟି ଲଜ୍ଜାଜନକ ଭାବେ ପରାସ୍ତ ହୋଇଛି । ଏହି ପରାଜୟ ପାଇଁ କିଛି ଲୋକ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି । ଆଶା କରାଯାଏ ଯେ ୨୦୨୪ ମସିହାରେ ଟ୍ରମ୍ପ ପୁଣି ଥରେ ବାଇଡେନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପଙ୍କୁ ବାଇଡେନଙ୍କ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେବେ ଟ୍ରମ୍ପ ତାଙ୍କ ପରାଜୟକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ ।

ନିଜ ଦାବି ଘୋଷଣା କରିବାବେଳେ ଟ୍ରମ୍ପ ବାଇଡେନ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ । ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ବାଇଡେନ ସରକାରରେ ଆମେରିକାର ଭାବମୂର୍ତ୍ତି ନଷ୍ଟ ହୋଇଯାଇଛି । ସେ କହିଛନ୍ତି ମୁଁ ଚେଷ୍ଟା କରିବି ଯେ ବାଇଡେନ ସରକାର ଯେପରି ଆଉ ୪ ବର୍ଷ ମିଳିବ ନାହିଁ । ସେ କହିଛନ୍ତି ଯେ ବାଇଡେନ ସରକାର ଲକ୍ଷ ଲକ୍ଷ ଆମେରିକୀୟଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ଦୁନିଆରେ ଆମେରିକାର ଯେଉଁ ପରିଚୟ ଥିଲା, ତାହାର ବହୁତ କ୍ଷତି ହୋଇଛି ।

ଏହା ବି ପଢ଼ନ୍ତୁ: PM Modi on Cuttack Bali Jatra: କଟକର ବାଲିଯାତ୍ରାକୁ କାହିଁକି ମନେପକାଇଲେ ପିଏମ ମୋଦି, ଜାଣନ୍ତୁ ଇଣ୍ଡୋନେସିଆର ବାଲି ସହ କ'ଣ ରହିଛି ଏହାର କନେକଶନ୍

ଏହା ବି ପଢ଼ନ୍ତୁ: Space Programme: ଆସନ୍ତା ୨୦୩୫ ସୁଦ୍ଧା ସ୍ପେସ୍ ଷ୍ଟେସନ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ଭାରତ, ଜାଣନ୍ତୁ କ'ଣ ରହିଛି ଯୋଜନା