Advertisement
Article Detail0/zeeodisha/odisha701815
Zee OdishaOdisha National-Internationalଭାରତରେ ସେନା ନିୟୋଜିତ କରି ଆମେରିକା

ଭାରତରେ ସେନା ନିୟୋଜିତ କରି ଆମେରିକା

ଭାରତ ଓ ଚୀନ ମଧ୍ୟ ଦେଖା ଦେଇଥିବା ସୀମା ବିବାଦରେ ହସ୍ତକ୍ଷେପ କରିଛି ଆମେରିକା। ଆମେରିକା କହିଛି ଯେ, ଚୀନ ଦକ୍ଷିଣ ଏସୀୟ ରାଷ୍ଟ୍ର ଗୁଡ଼ିକ ଧମକାଇବା ସହିତ ଜବରଦସ୍ତି ଭାବରେ ଅକ୍ତିଆର କରିବାକୁ ଉଦ୍ୟମ ଆରମ୍ଭ କରିନେଇଛି। ଏପରିକି ଭାରତର ଲଦାଖ ଅଞ୍ଚଳରେ ମଧ୍ୟ ଅନୈତିକ ଭାବେ ପ୍ରବେଶ କରିଛି ବୋଲି ଆମେରିକା କହିଛି। ଏଭଳି ସ୍ଥିତିରେ ଆମେରିକା ଭାରତକୁ ସହ

ଭାରତରେ ସେନା ନିୟୋଜିତ କରି ଆମେରିକା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟ ଦେଖା ଦେଇଥିବା ସୀମା ବିବାଦରେ ହସ୍ତକ୍ଷେପ କରିଛି ଆମେରିକା। ଆମେରିକା କହିଛି ଯେ, ଚୀନ ଦକ୍ଷିଣ ଏସୀୟ ରାଷ୍ଟ୍ର ଗୁଡ଼ିକ ଧମକାଇବା ସହିତ ଜବରଦସ୍ତି ଭାବରେ ଅକ୍ତିଆର କରିବାକୁ ଉଦ୍ୟମ ଆରମ୍ଭ କରିନେଇଛି। ଏପରିକି ଭାରତର ଲଦାଖ ଅଞ୍ଚଳରେ ମଧ୍ୟ ଅନୈତିକ ଭାବେ ପ୍ରବେଶ କରିଛି ବୋଲି ଆମେରିକା କହିଛି। ଏଭଳି ସ୍ଥିତିରେ ଆମେରିକା ଭାରତକୁ ସହାୟତା ଯୋଗାଇ ଦେବ ବୋଲି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓ ସୂଚନା ଦେଇଛନ୍ତି। 

ପାମ୍ପିଓ କହିଛନ୍ତି କି, ଭାରତ, ମାଲେସିଆ, ଇଣ୍ଡୋନେସିଆ, ଫିଲିପାଇନ ଦକ୍ଷିଣ ଏସିୟ ରାଷ୍ଟ୍ର ଗୁଡ଼ିକ ପ୍ରତି ଚୀନ ପକ୍ଷରୁ ମାତ୍ରାଧିକ ଭାବେ ବିପଦ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଚୀନର ପିପୁଲ୍ସ ଲିବରେସନ ଆର୍ମିର ସାମ୍ନା କରିବାକୁ ଆମେରିକା ତାର ସେନାକୁ ଲଦାଖ ଓ ବିବାଦୀୟ ସ୍ଥାନରେ ନିୟୋଜିତ କରିବାକୁ ସୂଚନା ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି କି, ଆମେ ଭାରତକୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ, ଆମର ସେନାକୁ ଭାରତର ସହଯୋଗ ପାଇଁ ପଠାଇବାକୁ ପ୍ରସ୍ତୁତ ଅଛୁ। ଏପରିକି ଚୀନର ପିଏଲଏର ସେନା ସହିତ ସାମ୍ନା କରିବାକୁ ସମର୍ଥ ହୋଇ ପାରିବ ଭାରତ। 

ତେବେ ଭାରତରେ ସେନା ନିୟୋଜନ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ କ୍ରମେ ଆମେରିକା ସେନା ଏହି ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି। ସେପଟେ ଜର୍ମାନୀରୁ ଆମେରିକା ତାର ସୈନ୍ୟ ସଂଖ୍ୟାକୁ ମଧ୍ୟ କମ କରିଛି। ଜର୍ମାନୀରେ ନିୟୋଜିତ ଥିବା ୫୨ ହଜାର ସୈନ୍ୟରୁ ୨୫ ହଜାର କରିଦେଇଛି। ପାମ୍ପିଓ ଆହୁରି ମଧ୍ୟ କହିଛନ୍ତି କି, ଜର୍ମାନୀର ସ୍ଥିତିର ବାସ୍ତବିକ ସ୍ଥିତି ପରଖିବା ପରେ ସେଠାରେ ସେନାଙ୍କ ସଂଖ୍ୟା ବୃଦ୍ଧି ନେଇ ଆଲୋଚନା କରାଯିବ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆମେରିକା ତାର ସେନା ସଂଖ୍ୟାକୁ କମାଇବାକୁ ନିଷ୍ପତ୍ତି ନେଇଥିବା ନେଇ ସେ ସୂଚନା ଦେଇଛନ୍ତି। 

Add Zee News as a Preferred Source

ସେ ଆହୁରି ମଧ୍ୟ କହିଛନ୍ତି କି, ଚୀନ ପକ୍ଷରୁ ଏବେ ଦକ୍ଷିଣ ଏସୀୟ ରାଷ୍ଟ୍ର ଯଥା ଭାରତ, ଭିଏତନାମ, ମାଲେସିଆ, ଇଣ୍ଡୋନେସିଆ ଆଦି ରାଷ୍ଟ୍ର ଗୁଡ଼ିକୁ ବିପଦ ରହିଥିବାରୁ ଆମେରିକା ସହାୟତାର ହାତ ବଢାଇଛି ବୋଲି ସେ କହିଛନ୍ତି। 

About the Author