IDF-Hamas War: ସମର୍ଥନରେ ବାହାରିଲା USA, ବିରୋଧିରେ ଆସିଲା Turkey
Advertisement
Article Detail0/zeeodisha/odisha900093

IDF-Hamas War: ସମର୍ଥନରେ ବାହାରିଲା USA, ବିରୋଧିରେ ଆସିଲା Turkey

 

ଆଇଡିଏଫ-ହମାସ ମଧ୍ୟରେ ଚାଲିଥିବା ସଂଘର୍ଷ ଉପରେ ସତର୍କ ନଜର ରଖିଛନ୍ତି ବିଭିନ୍ନ ଦେଶ ଆମେରିକା।

IDF-Hamas War: ସମର୍ଥନରେ ବାହାରିଲା USA, ବିରୋଧିରେ ଆସିଲା Turkey

ନୂଆଦିଲ୍ଲୀ: ରକେଟ ଆକ୍ରମଣ ଆକ୍ରମଣ ପରେ ହମାସ ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଇସ୍ରାଏଲ। ଏନେଇ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ଥରହର ହୋଇଉଠିଛି ଗାଜା ସହର। ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନରେ କମ୍ପିବାରେ ଲାଗିଛନ୍ତି ଆତଙ୍କବାଦୀ 

ହମାସ ଆତଙ୍କବାଦୀ ସଙ୍ଗଠନ (Hamas Terrorist Organisation) ପକ୍ଷରୁ ହୋଇଥିବା ରକେଟ ଆକ୍ରମଣ କରାଯିବା ପରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇସ୍ରାଏଲ ସେନା-ଆଇଡିଏଫ (Israel Defense Forces-IDF)। ଏହା ଉପରେ ପ୍ରତିକ୍ରିୟା ରଖି ଇସ୍ରାଏଲ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସେ ପର୍ଯ୍ୟନ୍ତ ଜାରି ରହିବ ଯେ ପର୍ଯ୍ୟନ୍ତ ଗାଜା ସହରରେ (Gaza City) ସକ୍ରିୟ ରହିଥିବା ସମସ୍ତ ଆତଙ୍କବାଦୀ ନିପାତ ହୋଇନାହାଁନ୍ତି। 

Also Read: 'ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହୁ ହମାସ, ଇଦ ପୂର୍ବରୁ ସମସ୍ତଙ୍କୁ ଶାନ୍ତ କରିଦିଆଯିବ'

ଆଇଡିଏଫ-ହମାସ ମଧ୍ୟରେ ଚାଲିଥିବା ସଂଘର୍ଷ ଉପରେ ସତର୍କ ନଜର ରଖିଛି ଆମେରିକା। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆମେରିକୀୟ ବୈଦେଶିକ ସଚିବ (USA Foreign Secretary) ଆଣ୍ଟନୀ ବ୍ଲିଙ୍କନ (Antony Blinken) ଆତ୍ମରକ୍ଷା ଲାଗି ଇସ୍ରାଏଲ ପ୍ରଧାନମନ୍ତ୍ରୀ (Israel Prime Minister) ବେଞ୍ଜାମିନ ନେତାନ୍ୟାହୁଙ୍କ (Benjamin Netanyahu) ଉଦ୍ଦେଶ୍ୟରେ ଆହ୍ୱାନ ଦେଇଛନ୍ତି। 

ବର୍ତ୍ତମାନ ଚାଲିଥିବା ବିବାଦ ପ୍ରାୟ ୧ ମାସ ପୂର୍ବରୁ ପବିତ୍ର ଜେରୁସେଲମ (Holy City Jerusalem) ସହରରେ ଅବସ୍ଥିତ ଅଲ ଅକ୍ସା ମସଜିଦ (Al-Aqsa Mosque) ଠାରୁ ଆରମ୍ଭ ହୋଇଥିଲା। ଯାହାକୁ ଉଭୟ ଇହୁଦୀ-ମୁସଲମାନ (Jewish-Muslim) ପବିତ୍ର ଧାର୍ମିକସ୍ଥଳ (Holy Place of Worship) ଭାବେ ମାନିଥାନ୍ତି।  

ଏଠାରେ ଇହୁଦୀ ଶରଣାର୍ଥୀଙ୍କ (Jewish Refugee) ଦ୍ୱାରା ପାଲେଷ୍ଟାଇନ ଲୋକଙ୍କୁ (Palestinian) ନିର୍ବାସିତ କରିବା ନେଇ ଅଭିଯୋଗ ହୋଇଥିଲା। ଯଦିଓ ଏହାର କୌଣସି ବଳିଷ୍ଠ ପ୍ରମାଣ ସମ୍ନାକୁ ଆସିନାହିଁ। ରମଜାନ (Ramzan) ଚାଲିଥିବା ସମୟରେ ଏ ଘଟଣାକୁ ନେଇ ଜେରୁସେଲମ ସହରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଉଠିଥିଲା। ଶାନ୍ତି ରକ୍ଷା କରିବାକୁ ଯାଇ ପ୍ରାୟ ମାସେ ସମୟ ଧରି ସେଠାରେ ସଶସ୍ତ୍ର ଇସ୍ରାଏଲ ପୋଲିସ ବଳ ମୁତୟନ ହୋଇଥିଲା।

Also Read: Jerusalem Violence: ସ୍ଥିତି ଉପରେ ସତର୍କ ନଜର ରଖିଛି UN Security Council

 ହେଲେ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନଥିଲା। କଥିତ ନିର୍ବାସିତ ଘଟଣାକୁ ନେଇ ମୁହାଁମୁହାଁ ହୋଇଥିଲେ ଉଭୟ ଇହୁଦୀ-ପାଲେଷ୍ଟେନୀୟ। ଜେରୁସେଲମ ସହରର ଶାନ୍ତି ପ୍ରତିଷ୍ଠା କରିବାକୁ ଯାଇ ଇସ୍ରାଏଲ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ପାଲେଷ୍ଟାଇନ ବିକ୍ଷୋଭକାରୀ। ଜେରୁସେଲମସ୍ଥିତ ଅଲ ଅକ୍ସା ମସଜିଦ ଠାରେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଇସ୍ରାଏଲ ସୁରକ୍ଷା ବଳ। 

ଏପରି ପଦକ୍ଷେପକୁ ନେଇ ପ୍ରତିକ୍ରିୟାଶୀଳ ହୋଇଉଠିଥିଲା ଜେରୁସେଲମ ସହରକୁ ଇସ୍ରାଏଲ କବଳରୁ ମୁକ୍ତ କରିବାକୁ ସଂଘର୍ଷ କରୁଥିବା ହମାସ ଗୋଷ୍ଠୀ। ପାଲେଷ୍ଟାଇନ ବିକ୍ଷୋଭକାରୀଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପ୍ରଥମେ ଇସ୍ରାଏଲ ଉପରେ ରକେଟ ହମଲା କରିଥିଲା ଏହି ସଙ୍ଗଠନ। ଏହାର ଜବାବ ଦେବାକୁ ଯାଇ ଭୟାନକ ଆକ୍ରମଣ ଜାରିରଖିଛି ଇସ୍ରାଏଲ ସେନା। 

Also Read: Israel-Hamas ସଂଘର୍ଷରେ କମ୍ପିଉଠୁଛି Gaza City; ୭୪ ମୃତ, ୧୫୨ ଆହତ

ଆଇଡିଏଫ-ହମାସ ମଧ୍ୟରେ ଚାଲିଥିବା ସଂଘର୍ଷ ଜେରୁସେଲମ ଠାରୁ ଆରମ୍ଭ ହୋଇ ଗାଜା ସହର ପର୍ଯ୍ୟନ୍ତ ବ୍ୟାପିଯାଇଛି। ଏପରିକି ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ବିରୋଧି କରିଛି ତୁର୍କୀ (Turkey)। ଏ ପ୍ରସଙ୍ଗରେ  ତୁର୍କୀ ରାଷ୍ଟ୍ରପତି (Turkey President) ତୟୈପ ଏର୍ଦୋଗାନ (Tayyip Erdogan) ରଷୀୟ ପ୍ରତିପକ୍ଷ (Russian President) ଭ୍ଲାଦମିର ପୁଟିନଙ୍କ (Vladimir Putin) ସହ ବୁଧବାର ଫୋନ ଯୋଗେ ଆଲୋଚନା କରିଛନ୍ତି।  

ଏନେଇ ପ୍ରତିକ୍ରିୟା ରଖି ତୁର୍କୀ ରାଷ୍ଟ୍ରପତିଙ୍କ ସଞ୍ଚାର ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଇସ୍ରାଏଲକୁ ଏବେ ଜବାବ ଦେବାର ସମୟ ଆସିଯାଇଛି। ଏ ଘଟଣାରେ ମିଳିତ ଜାତିସଂଘର ନିରାପତ୍ତା ପରିଷଦ ତତ୍କାଳ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି। ପାଲେଷ୍ଟାଇନ ଲୋକଙ୍କ ସୁରକ୍ଷା ଲାଗି ବିଶ୍ୱସ୍ତରୀୟ ସୁରକ୍ଷା ବଳ ଉପରେ ବିଚାର କରିବାର ଆବଶ୍ୟକତା ରହିଛି। ପାଲେଷ୍ଟାଇନ ସମର୍ଥନରେ ଦେଶରେ ଅବସ୍ଥିତ ଇସ୍ରାଏଲ ଦୂତାବାସ କାର୍ଯ୍ୟାଳୟ ନିକଟରେ ପ୍ରଦର୍ଶନ କରିଛନ୍ତି ତୁର୍କୀ ନାଗରିକ।  

ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ୟୁଏସଏ ରାଷ୍ଟ୍ରପତି ଜୋ ବାଇଡେନ (USA President Joe Biden)। ଏନେଇ ସେ କହିଛନ୍ତି ଦେଶର ସୁରକ୍ଷା ଲାଗି ଇସ୍ରାଏଲୀ ସେନା ନିକଟରେ ସମସ୍ତ ଅଧିକାର ରହିଛି। ଏପରି ବୟାନ ଜାରି କରି ଆମେରିକୀୟ ରାଷ୍ଟ୍ରମୁଖ୍ୟ ଇସ୍ରାଏଲକୁ ଖୋଲାଖୋଲି ଭାବେ ସମର୍ଥନ ଜଣାଇଛନ୍ତି। 

Also Read: ଇସ୍ରାଏଲ ଆକ୍ରମଣରେ ଥରହର ପାଲେଷ୍ଟାଇନ, ଏୟାରଷ୍ଟ୍ରାଇକରେ ଧ୍ୱଂସ ହେଲା ହମାସ ବେସ

ଯଦି ଏହି ବିବାଦ ବିଶ୍ୱଯୁଦ୍ଧ ଭଳି ସ୍ଥିତି ଆଡକୁ ଗତି କରେ ତାହେଲେ ଆମେରିକା ଇସ୍ରାଏଲକୁ ସହଯୋଗ କରିବ। ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ହୋଇଥିବା ରକେଟ ଆକ୍ରମଣ କବଳରୁ ଦେଶକୁ ରକ୍ଷା କରିବାର ସମସ୍ତ ଅଧିକାର ଇସ୍ରାଏଲ ସେନା ନିକଟରେ ରହିଛି। ଏ ପ୍ରସଙ୍ଗରେ ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥାବାର୍ତ୍ତା କରିଛନ୍ତି। 

ଇସ୍ରାଏଲ-ପାଲେଷ୍ଟାଇନ ସମସ୍ୟାର ସମଧାନ କରିବାକୁ ଆଗେଇ ଆସିଛନ୍ତି ପଡୋଶୀ ଇଜିପ୍ଟ-କତାର (Egypt-Qatar) ଭଳି ଦେଶ। ଅନ୍ୟପଟେ ଋଷିଆ (Russia) ଏ ମାମଲାରେ ମିଳିତ ଜାତିସଂଘ-ୟୁଏନଓ (United Nations Organisation) ଅଧିନସ୍ଥ ସୁରକ୍ଷା ପରିଷଦ (United Nations Security Council) ହସ୍ତକ୍ଷେପ କରିବାକୁ ଦାବି କରିଛି ଋଷୀୟ ବୈଦେଶିକ ମନ୍ତ୍ରୀ (Russian Foreign Minister) ସର୍ଗି ଲାଭରୋଭ (Sergey Lavrov)। 

Also Read: ବଦଲା ନେଲା ଇସ୍ରାଏଲ; ଏୟାରଷ୍ଟ୍ରାଇକରେ ଥରହର ହୋଇଉଠିଲା ହମାସ ଆତଙ୍କବାଦୀ କ୍ୟାମ୍ପ

ଏନେଇ ୟୁଏନଓ ପକ୍ଷରୁ ଏକ ଜରୁରକାଳୀନ ବୈଠକ ଡକାଯିବାର ଆବଶ୍ୟକତା ରହିଛି। ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ ମାମଲାରେ ୟୁଏନ ମହାସଚିବ (UNO General Secretary) ଆଣ୍ଟେନିଓ ଗୁଟେରିସଙ୍କ (Antonio Guterres) ସହ ଆଲୋଚନା କରିଛନ୍ତି ଋଷିଆ ବୈଦେଶିକ ମନ୍ତ୍ରୀ।