ସାକ୍ଷୀ ରହିଲା ରାକ୍ଷୀ! କଲିଜା ଦେଇ ଭାଇର ଜୀବନ ବଞ୍ଚାଇଲେ ଦୁଇ ଭଉଣୀ
Advertisement
Article Detail0/zeeodisha/odisha970293

ସାକ୍ଷୀ ରହିଲା ରାକ୍ଷୀ! କଲିଜା ଦେଇ ଭାଇର ଜୀବନ ବଞ୍ଚାଇଲେ ଦୁଇ ଭଉଣୀ

ଦୁଇ ଭଉଣୀ ନିଜ ଅଙ୍ଗଦାନ କରି ଜୀବନ ଭାଇର ଜୀବନ ବଞ୍ଚାଇ ଦେଲେ। ଶନିବାର ଏହି ଚ୍ୟାଲେଞ୍ଜିଂ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ବିଷୟରେ ଡାକ୍ତରମାନେ ସୂଚନା ଦେଇଛନ୍ତି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ରାକ୍ଷୀ ପୂର୍ଣ୍ଣିମା ଗୋଟିଏ ଦିନ ପୂର୍ବରୁ ଭାଇ ଓ ଭଉଣୀଙ୍କ ଅଦମ୍ୟ ସ୍ନେହର ଏକ ନିଆରା ଉଦାହରଣ ସାମ୍ନାକୁ ଆସିଛି। ଯକୃତ କାମ କରୁନଥିବାରୁ ଜଣେ ୧୪ ବର୍ଷ ବୟସ୍କ ଗୁରୁତର ଅସୁସ୍ଥ ହୋଇପଡିଥିଲେ। କିନ୍ତୁ ତାଙ୍କ ଦୁଇ ଭଉଣୀ ନିଜ ଅଙ୍ଗଦାନ କରି ଜୀବନ ଭାଇର ଜୀବନ ବଞ୍ଚାଇ ଦେଲେ। ଶନିବାର ଏହି ଚ୍ୟାଲେଞ୍ଜିଂ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ବିଷୟରେ ଡାକ୍ତରମାନେ ସୂଚନା ଦେଇଛନ୍ତି।

ଗୁରୁଗାଓଁର ଏକ ଘରୋଇ ଡାକ୍ତରଖାନାରେ ଉତ୍ତର ପ୍ରଦେଶର ବଦାୟୁଂ ବାସିନ୍ଦା ଅକ୍ଷତଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଏହା କହିଥିଲେ ଯେ, ଏହା ହେଉଛି ଦେଶରେ ଶିଶୁର ପ୍ରଥମ ଯକୃତ ପ୍ରତ୍ୟାରୋପଣ, ଯେଉଁଥିରେ ଦୁଇଜଣ ଲୋକ ଅଙ୍ଗ ଦାନ କରିଛନ୍ତି।

Also Read: ରାକ୍ଷୀରେ ଭଉଣୀମାନେ କରନ୍ତୁ ଏହି ଛୋଟ କାମ, ବଦଳି ଯିବ ଭାଇର ଜୀବନ

ରାକ୍ଷୀ ପର୍ବର ଗୋଟିଏ ଦିନ ପୂର୍ବରୁ ଅକ୍ଷତ ଏବଂ ତାଙ୍କ ଭଉଣୀ ନେହା (୨୯) ଏବଂ ପ୍ରେରଣା (୨୨) ଗଣମାଧ୍ୟମ ସହିତ ବାର୍ତ୍ତାଳାପରେ ନିଜର ଭାବନା ବାଣ୍ଟିଥିଲେ। ଏହି ସମୟରେ ମେଦାନ୍ତା ହସ୍ପିଟାଲର କିଛି ଡାକ୍ତର ମଧ୍ୟ ଉପସ୍ଥିତ ଥିଲେ, ଯେଉଁଠାରେ ଜୁଲାଇ ମାସରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।

ଡାକ୍ତରଖାନା ଏକ ବିବୃତ୍ତିରେ କହିଛି ଯେ, ରୋଗୀ ପ୍ରାୟ ଏକ ମାସ ପୂର୍ବରୁ ଜୀବନ ପାଇଁ ସଂଗ୍ରାମ କରୁଥିଲେ। ଯକୃତ ବିଫଳତା ହେତୁ ସେ ଗୁରୁତର ଅସୁସ୍ଥ ହୋଇପଡିଥିଲେ ଏବଂ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ। ସେ ପ୍ରି-କୋମା ଅବସ୍ଥାରେ ଥିଲେ। ରୋଗୀର ଓଜନ ୯୨ କିଲୋଗ୍ରାମ ଥିବାରୁ ଏହି ମାମଲା ଆହୁରି ଜଟିଳ ହୋଇଥିଲା।

Also Read: ଭାରତୀୟ କଲେଜରେ Sharia Law! ଛାତ୍ରୀଙ୍କୁ Selfie ମନା, ଚୁଟି ଉପରେ ବି ଲାଗିଲା କଟକଣା

ଅକ୍ଷତର ଉଭୟ ଭଉଣୀଙ୍କ ଓଜନ ଅପେକ୍ଷାକୃତ କମ୍। ସେଥିପାଇଁ ସେ ଉଭୟ ଭଉଣୀଙ୍କ ଅଧା ଅଧା ଯକୃତ ଆବଶ୍ୟକ ଥିଲା। ବର୍ତ୍ତମାନ ଅକ୍ଷତଙ୍କ ଓଜନ ୬୫ କିଲୋଗ୍ରାମ ହୋଇଛି। ଡାକ୍ତରମାନେ ଦାବି କରିଛନ୍ତି ଯେ, ଅସ୍ତ୍ରୋପଚାର ପରେ ସେ ଏବଂ ତାଙ୍କ ଭଉଣୀମାନେ ଶୀଘ୍ର ସୁସ୍ଥ ହେଉଛନ୍ତି ଏବଂ ପ୍ରାୟ ଏକ ମାସ ପରେ ସାଧାରଣ ଜୀବନଯାପନ କରୁଛନ୍ତି।

ମେଦାନ୍ତା ଲିଭର ଟ୍ରାନ୍ସପ୍ଲାଣ୍ଟେସନ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ୍ ତଥା ମୁଖ୍ୟ ସର୍ଜନ ଡ. ଅରବିନ୍ଦର ସୋଏନ୍ କହିଛନ୍ତି, "ଗୁରୁତର ଅସୁସ୍ଥ ଶିଶୁ ଉପରେ ପ୍ରଥମ ଅସ୍ତ୍ରୋପଚାର ପାଇଁ, ତିନି ଭାଇଭଉଣୀଙ୍କୁ ଅପରେସନ୍ ଟେବୁଲରେ ଏକାଠି କରିବା କେବଳ ଦଳ ପାଇଁ ନୁହେଁ ବାପାଙ୍କ ପାଇଁ ମଧ୍ୟ ଏହା ବହୁତ କଷ୍ଟସାଧ୍ୟ ଥିଲା"