Uttarakhand: ନିର୍ଜନ ହୋଇଗଲାଣି ୧୭୦୨ ଗ୍ରାମ, ରାଜ୍ୟ ଗଠନ ହେବାର ୨୨ ବର୍ଷ ପରେ ମଧ୍ୟ ଦୂର ହୋଇ ପାରୁନାହିଁ ଏହି ସମସ୍ୟା
Advertisement
Article Detail0/zeeodisha/odisha1439987

Uttarakhand: ନିର୍ଜନ ହୋଇଗଲାଣି ୧୭୦୨ ଗ୍ରାମ, ରାଜ୍ୟ ଗଠନ ହେବାର ୨୨ ବର୍ଷ ପରେ ମଧ୍ୟ ଦୂର ହୋଇ ପାରୁନାହିଁ ଏହି ସମସ୍ୟା

Migration Problem in Uttarakhand:  ରାଜ୍ୟ ଗଠନ ହେବାକୁ ୨୨ ବର୍ଷ ପୂରଣ ହୋଇଥିଲେ ମଧ୍ୟ ପଳାୟନ ସମସ୍ୟାର ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ। 

Uttarakhand: ନିର୍ଜନ ହୋଇଗଲାଣି ୧୭୦୨ ଗ୍ରାମ, ରାଜ୍ୟ ଗଠନ ହେବାର ୨୨ ବର୍ଷ ପରେ ମଧ୍ୟ ଦୂର ହୋଇ ପାରୁନାହିଁ ଏହି ସମସ୍ୟା

Uttarakhand Migration Problem: ଲକଡାଉନ୍ ସମୟରେ ଏକ ଭଲ ଜୀବନ ଆଶା ଭାଙ୍ଗିଯିବାରୁ ନିଜ ନିଜ ଗ୍ରାମକୁ ଫେରି ଆସିଥିଲେ ଲୋକେ। କୋରୋନା ମହାମାରୀ ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ ଡାଉନ ବେଳେ ଦେଶର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ଏଭଳି ଅବସ୍ଥା। ଯେଉଁଥିରୁ ବାଦ ପଡିନଥିଲା ପାହାଡ଼ି ରାଜ୍ୟ ଉତ୍ତରାଖଣ୍ଡ। ହେଲେ ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶ ପୁନର୍ବାର ଜୀବିକା ନିର୍ବାହ ପାଇଁ ଘରୁ ବାହାରି ଆସିଥିଲେ। କାରଣ ସେମାନଙ୍କର ମୂଳସ୍ଥାନରେ ରୋଜଗାରର ପର୍ଯ୍ୟାପ୍ତ ସୁଯୋଗ ଉପଲବ୍ଧ ନ ଥିଲା। 

ଗ୍ରାମୀଣ ବିକାଶ ଏବଂ ସ୍ଥାନାନ୍ତରଣ ନିରାକରଣ ଆୟୋଗ (Rural Development and Migration Prevention Commission) ଆରଡିଏମପିସି (RDMPC) ଉପାଧ୍ୟକ୍ଷ ଏସ.ଏସ ନେଗି କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ କେବଳ ୫-୧୦ ପ୍ରତିଶତ ଲୋକ ଏଠାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସେହି ବ୍ୟକ୍ତି ଯେଉଁମାନେ ସହରରେ ନିର୍ଭରଯୋଗ୍ୟ ଚାକିରି ପାଇନଥିଲେ। ଗତ ନଭେମ୍ବର ୯ ତାରିଖରେ ଉତ୍ତରାଖଣ୍ଡ ଏହାର ୨୨ତମ ବାର୍ଷିକୀ ପାଳନ କରିଥିଲା। ହେଲେ ବର୍ତ୍ତମାନ ରାଜ୍ୟର ପାହାଡ଼ିଆ ଅଞ୍ଚଳର ଲୋକ ଶିକ୍ଷା ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଖରାପ ଭିତ୍ତିଭୂମି ତଥା ରୋଜଗାରର ଅଭାବ ହେତୁ ନିଜ ଭିଟାମାଟି ଛାଡ଼ି ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। 

ସୀମାବର୍ତ୍ତୀ ରାଜ୍ୟର ପ୍ରାୟ ୧୭୦୨ ଗ୍ରାମ ନିର୍ଜନ ହୋଇ ଯାଇଥିବା କହିଛନ୍ତି ଆରଡିଏମପିସି ଉପାଧ୍ୟକ୍ଷ। କାରଣ ଏଠାକାର ସ୍ଥାନୀୟ ବାସିନ୍ଦା ଚାକିରୀ ତଥା ଉନ୍ନତ ଶିକ୍ଷା ଏବଂସ୍ୱାସ୍ଥ୍ୟ ସୁବିଧା ସନ୍ଧାନରେ ସହରାଞ୍ଚଳକୁ ପଳାନନ କରିଛନ୍ତି। ପଳାୟନ କାରଣରୁ ଉତ୍ତରାଖଣ୍ଡର ପୌଡୀ ଏବଂ ଆଲମୋରା ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଏହି ପାହାଡି଼ ରାଜ୍ୟର  ଗ୍ରାମଞ୍ଚଳରୁ ମୋଟ ୧.୧୮ ଲକ୍ଷ ଲୋକ ପଳାୟନ କରିଛନ୍ତି। ଏକ ଉନ୍ନତ ଜୀବନଯାପନ କରିବାର ଲୋକେ ନିଜ ମୂଳସ୍ଥାନ ଛାଡ଼ି ପଳାୟନ କରିଛନ୍ତି। 

Also Read: Diwali: ଦେଶର ଏପରି ଗାଁ, ଯେଉଁଠି ପାଳନ ହୁଏ ନାହିଁ ଆଲୋକର ପର୍ବ, ଜାଣନ୍ତୁ ଏହାର କାରଣ

ଅଧିକାଂଶ ପଳାୟନ ଉନ୍ନତ ନିଯୁକ୍ତି ସୁଯୋଗର ସନ୍ଧାନ ହେତୁ ହୋଇଥିବା ଜଣାପଡ଼ିଛି। ଖରାପ ଶିକ୍ଷା ସୁବିଧା, ଖରାପ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, କୃଷି ଅମଳ କମ୍ କିମ୍ବା ବଣୁଆ ଜନ୍ତୁ ଦ୍ୱାରା କରାଯାଉଥିବା ଫସଲ ନଷ୍ଟ ହେତୁ ଲୋକେ ନିଜ ଭିଟାମାଟି ଛାଡ଼ି ପଳାୟନ କରିଛନ୍ତି। ପୂର୍ବରୁ ଏଠାକାର ଲୋକେ ରାଜ୍ୟ ଛାଡ଼ି ମୁମ୍ବାଇ ଏବଂ ଦିଲ୍ଲୀ ଭଳି ବଡ ସହର ଅଭିମୁଖେ ପଳାୟନ କରୁଥିଲେ। ନିକଟ ଅତୀତରେ ପଳାୟନ ସ୍ଥାନୀୟ ଭାବରେ ହୋଇଆସୁଥିଲା।  କାରଣ ଲୋକେ ଗ୍ରାମରୁ ନିକଟସ୍ଥ ସହର କିମ୍ବା ରାଜ୍ୟର ଅନ୍ୟ କୌଣସି ଜିଲ୍ଲାକୁ ମଧ୍ୟ ପଲାଉଥିଲେ। 

ବର୍ତ୍ତମାନ ଆରଡିଏମପିସି ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାରେ ବିଭିନ୍ନ ଗାଁ ଗଣ୍ଡା ପରିଦର୍ଶନ କରୁଛୁ। ଲୋକେ କେବଳ ରାଜ୍ୟ ବାହାରକୁ ନୁହେଁ ଜିଲ୍ଲାରେ ଅବସ୍ଥିତ ବିଭିନ୍ନ ସହରକୁ ମଧ୍ୟ ପଳାୟନ କରୁଛନ୍ତି। ହରିଦ୍ୱାରା ଜିଲ୍ଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକେ ରୁଡକୀ କିମ୍ବା ଭଗବାନପୁର ଅଭିମୁଖେ ପଳାୟନ କରୁଛନ୍ତି। ସେହିପରି ପୌଡ଼ି ଜିଲ୍ଲାର ଗାଁ ଗଣ୍ଡାରେ ରହୁଥିବା ଲୋକେ କୋଟଦ୍ୱାର, ଶ୍ରୀନଗର ଅଭିମୁଖେ ପଳାୟନ କରୁଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପଳାୟନ ଜାରି ରହିଛି। ହେଲେ ସ୍ଥିତି ସେତେ ଖରାପ ହୋଇନାହିଁ ଯାହା ବିଗତ ବର୍ଷରେ ହୋଇଥିଲା। ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରମାଣ କରିବାକୁ ଆମ ପାଖରେ କୌଣସି ଠୋସ୍ ତଥ୍ୟ ନାହିଁ। 

Also Read: ଗ୍ରାମରେ ନାହିଁ ଜୋତା ଚପଲ ପିନ୍ଧିବାର ଅନୁମତି; ଖରାରେ ଖାଲି ପାଦରେ ଚାଲନ୍ତି ଲୋକ

ଲକଡାଉନ ଲାଗୁ ହେବା ପରେ ନିଜ ଗ୍ରାମକୁ ଫେରି ଆସିଥିବା ଲୋକଙ୍କୁ ରୋଜଗାର ଯୋଗାଇଦେବା ରାଜ୍ୟ ସରକାରଙ୍କ ଲାଗି ସବୁଠାରୁ ବଡ ଆହ୍ୱାନ ଭାବେ ଉଭା ହୋଇଥିଲା। କେନ୍ଦ୍ର ସରକାରଙ୍କ ସର୍ବ-ପାଣିପାଗ ସଡକ ପ୍ରକଳ୍ପ ଆଗାମୀ ବର୍ଷରେ ପର୍ଯ୍ୟଟନକୁ ଏକ ବଡ଼ ଉତ୍ସାହ ଦେବ। ଏହି ପ୍ରକଳ୍ପ ଶେଷ ହେବାକୁ ଯାଉଥିବା କହିଛନ୍ତି ଆରଡିଏମପିସି ଉପାଧ୍ୟକ୍ଷ।