ଏଠାରେ ଘର ବାହାରେ ଏପରିକି ରାସ୍ତାରେ ଜୋତା ଚପଲ ପିନ୍ଧି ଚାଲି ନ ଥାନ୍ତି। ଖାଲି ପାଦରେ ଚଲାବୁଲା କରିଥାନ୍ତି ଏଠାକାର ଲୋକ।
Trending Photos
Shocking News of Andaman Village: ପୌରାଣିକ ଯୁଗର କଠାଉ ଠାରୁ ଆରମ୍ଭ କରି ବର୍ତ୍ତମାନ ସମୟରେ ଜୋତା ଚପଲ ବ୍ୟବହାର କରୁଛି ମଣିଷ। ଘରୁ କୌଣସି କାମରେସ ପଦାକୁ ବାହାରିଲେ ପାଦକୁ ସୁରକ୍ଷିତ ରଖିବା ପାଇଁ ଜୋତ ଚପଲ ବ୍ୟବହାର କରିଥାନ୍ତି ଲୋକେ। ମାତ୍ର ଦେଶରେ ଏପରି ଗାଁ ରହିଛି ଯେଉଁଠି ରାସ୍ତାରେ ଜୋତା ଚପଲ ପିନ୍ଧି ଚାଲିବା ପାଇଁ ଲୋକଙ୍କୁ ମିଳି ନ ଥାଏ ଅନୁମତି। ଏଠାରେ ଘର ବାହାରେ ଏପରିକି ରାସ୍ତାରେ ଜୋତା ଚପଲ ପିନ୍ଧି ଚାଲି ନ ଥାନ୍ତି। ଖାଲି ପାଦରେ ଚଲାବୁଲା କରିଥାନ୍ତି ଏଠାକାର ଲୋକ। ଯଦି କାହାକୁ ରାସ୍ତାରେ ଜୋତା ଚପଲ ପିନ୍ଧିଥିବାକ ଦେଖାଯାଏ ତାହେଲେ ତାକୁ ଦଣ୍ଡିତ କରାଯାଏ।
ତାମିଲନାଡୁ ରାଜଧାନୀ ଚେନ୍ନାଇ ଠାରୁ ପ୍ରାୟ ୪୫୦ କିମି ଦୂରରେ ଅଣ୍ଡାମାନ ନାମକ ଏକ ଗାଁ ରହିଛି। ଏହି ଗ୍ରାମରେ ୧୩୦ ପରିବାରର ୫୦୦ ଲୋକ ବସବାସ କରିଥାନ୍ତି। ଏହି ଗ୍ରାମର ପ୍ରବେଶ ଦ୍ୱାରରେ ଗୋଟିଏ ବଡ଼ ଗଛ ପୂଜା କରାଯାଇଥାଏ। ଏହାର ସାମ୍ନାରେ ଜୋତା ଚପଲ ପିନ୍ଧି ଯିବା ଆସିବା କରିବା ପାଇଁ ଅନୁମତି ମିଳି ନ ଥାଏ। ଯଦି କୌଣସି ବାହାର ଲୋକ ଏହି ଗ୍ରାମକୁ ଆସନ୍ତି ତାହେଲେ ତାଙ୍କୁ ଜୋତା ଚପଲ ଖୋଲିବାକୁ ପଡି଼ଥାଏ। ଏପରିକି ଗାଁ ରାସ୍ତାରେ ଲୋକେ ଖାଲି ପାଦରେ ଚାଲିଥାନ୍ତି।
ଏହା ପଛରେ ଧାର୍ମିକ ମାନ୍ୟତା ରହିଛି। ଏଠାକାର ଲୋକ ଗ୍ରାମର ସମସ୍ତ ଜମିକୁ ପବିତ୍ର ମାନିବା ସହ ଏହାକୁ ଭଗବାନଙ୍କ ଘର ବୋଲି ମାନିଥାନ୍ତି। ଏହି କାରଣରୁ ଲୋକେ ଗାଁ ରାସ୍ତାରେ ଖାଲି ପାଦରେ ଚାଲିଥାନ୍ତି। ଏନେଇ ଗ୍ରାମବାସୀଙ୍କ କହିବା କଥା ଯଦି ସେମାନେ ଗାଁ ରାସ୍ତାରେ ଜୋତା ଚପଲ ପିନ୍ଧି ଚାଲିବେ ତାହେଲେ ଭଗବାନ ଅସନ୍ତୁଷ୍ଟ ହେବେ। କେବଳ ଗ୍ରାମର ବୟସ୍କ ବ୍ୟକ୍ତିଙ୍କୁ ଅଧିକ ଗରମ ହେଲେ ଦ୍ୱିପ୍ରହର ସମୟରେ ଚପଲ ପିନ୍ଧିବାକୁ ଅନୁମତି ମିଳିଥାଏ। ଯଦି କେହି ଏହି ନିୟମ ଭାଙ୍ଗେ ତାହେଲେ ତାକୁ ସ୍ଥାନୀୟ ପଞ୍ଚାୟତ ଦଣ୍ଡିତ କରିଥାଏ।
ଯଦିଓ ଘର ଭିତରେ କିମ୍ବା ପରିସରରେ ଜୋତା ଚପଲ ପିନ୍ଧି ଆସିବାକୁ ଅନୁମତି ମିଳି ନଥାଏ ମାତ୍ର ଅଣ୍ଡାମାନ ଗ୍ରାମର ଏହି ଅଜବ ପରମ୍ପରା କୌଣସି ବିରଳ ଘଟଣା ଠାରୁ କମ ନୁହେଁ।
Also Read: Shocking News: ମୁସଲିମ ନାଁ ବ୍ୟବହାର କରି ଗର୍ବିତ ଏହି ଗ୍ରାମର ହିନ୍ଦୁ
Also Read: ଦେଶର ରହସ୍ୟମୟ ଗାଁ; ଯେଉଁଠୁ ରାତାରାତି ଗାଏବ ହୋଇଯାଇଥିଲେ ହଜାର ହଜାର ଲୋକ