Uttarakhand ବିପର୍ଯ୍ୟୟ : DRDO ଓ ISROର ସାହାଯ୍ୟ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha844681

Uttarakhand ବିପର୍ଯ୍ୟୟ : DRDO ଓ ISROର ସାହାଯ୍ୟ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ନନ୍ଦାଦେବୀ ଜାତୀୟ ଉଦ୍ୟାନ ନିକଟରେ ଘଟିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ରୈଣୀଗାଓଁସ୍ଥିତ ଋଷିଗଙ୍ଗା ତପୋବନ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ବନ୍ଧ ମଧ୍ୟ ଭାଙ୍ଗିଯାଇଛି ।  

Uttarakhand ବିପର୍ଯ୍ୟୟ : DRDO ଓ ISROର ସାହାଯ୍ୟ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:  ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହୋଇଥିବା ଗ୍ଲେସିୟର ବିସ୍ଫୋରଣ ଘଟଣାରେ ଖବର ଲେଖା ହେବା ସୁଦ୍ଧା ୧୫ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପାଖାପାଖି ୨୦୦ ଲୋକ ନିଖୋଜ ଅଛନ୍ତି। ଯେଉଁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଜୋରସୋରରେ ଚାଲିଛି ସର୍ଚ୍ଚ ଅପରେସନ । ଘଟଣାକୁ ୨୪ ଘଣ୍ଟା ଉପରେ ବିତିଯାଇଥିବା ବେଳେ ରାଜ୍ୟର ନନ୍ଦାଦେବୀ ଜାତୀୟ ଉଦ୍ୟାନ ନିକଟରେ ଘଟିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ରୈଣୀଗାଓଁସ୍ଥିତ ଋଷିଗଙ୍ଗା ତପୋବନ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ବନ୍ଧ ମଧ୍ୟ ଭାଙ୍ଗିଯାଇଛି ।  

ସେପଟେ ଘଟଣାର ଖବର ପାଇ ତୁରନ୍ତ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ । ଉଦ୍ଧାର କାର୍ଯ୍ୟରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ (National Disaster Response Force-NDRF) ୨୦୦ ଯବାନ ନିୟୋଜିତ ହୋଇଛନ୍ତି । ଉଦ୍ଧାର ଅଭିଯାନରେ ଏନଡିଆରଏଫ, ଆଇଟିବିପି (ITBP) ବ୍ୟତିତ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏସଡିଆରଏଫ (State Disaster Response Force-SDRF) ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛନ୍ତି।  

Also Read: ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ୨୦୦ ନିଖୋଜ, ୧୫ ମୃତ

ସେପଟେ ଏବେ ବି ୨୦୩ ଜଣ ଲୋକ ନିଖୋଜ ଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ (chief minister Trivendra Singh Rawat) କହିଛନ୍ତି ଯେ, ନିଖୋଜ ସଂଖ୍ୟା ଆଗକୁ ବଢିପାରେ । ସେପଟେ ୨.୫ କିଲୋମିଟର ଟନେଲ (Tunnel) ଭିତରେ ଅନେକ ଲୋକ ପ୍ରାୟ ୩୦ ଜଣ ଫସିରହିଥିବା ଅନୁମାନ କରାଯାଉଛି । ଉଦ୍ଧାର ସମୟରେ ଅନ୍ୟ ଏକ ଟନେଲରୁ ଗତକାଲି ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେହିପରି ଆଗକୁ ଯେଭଳି ଏମିତି  ଘଟଣା ନଘଟେ, ସେ ସମସ୍ତ ତଥ୍ୟ ଉପରେ ବିସ୍ତୃତ ଭାବେ ବିଶ୍ଳେଷଣ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ।

Also Read: କାହିଁକି ଇସ୍ତଫା ଦେଲେ ଟ୍ୱିଟର ପବ୍ଲିକ ପଲିସି ଡାଇରେକ୍ଟର ?

ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାରରେ ଦେଇଥିବା ସୂଚନାନୁଯାୟୀ, ଗ୍ଲେସିୟର (  Glacier) ଭାଙ୍ଗିବା କାରଣରୁ ଏହି ଘଟଣା ଘଟିଥିବା ଜଣାପଡିଛି ଏବଂ ପ୍ରକୃତ କାରଣ ଜାଣିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ଘଟଣାର ମୂଳଦୁଆ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ DRDO ଓ ISRO ବିଶେଷଜ୍ଞ ଓ ବୈଜ୍ଞାନିକଙ୍କ ସାହାଯ୍ୟ ଲୋଡ଼ାଯାଇଥିବା କହିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ । ଖବରନୁଯାୟୀ, ଆସନ୍ତାକାଲି ଜୋଶୀମଠ କ୍ଷତିଗ୍ରସ୍ତ ଅଞ୍ଚଳକୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ।