ଭାରତର ଉପରାଷ୍ଟ୍ରପତିଙ୍କୁ ମିଳିଥାଏ କେତେ ଟଙ୍କା ଦରମା? ପାଇଥାନ୍ତି କେଉଁ ବିଶେଷ ସୁବିଧା
Advertisement
Article Detail0/zeeodisha/odisha1261956

ଭାରତର ଉପରାଷ୍ଟ୍ରପତିଙ୍କୁ ମିଳିଥାଏ କେତେ ଟଙ୍କା ଦରମା? ପାଇଥାନ୍ତି କେଉଁ ବିଶେଷ ସୁବିଧା

Vice President Election 2022: ଭାରତର ଉପରାଷ୍ଟ୍ରପତି ମଧ୍ୟ ରାଜ୍ୟସଭାର ସଭାପତି, ତେଣୁ ତାଙ୍କୁ ରାଜ୍ୟସଭା ସଭାପତିଙ୍କ ଦରମା ଓ ସୁବିଧା ଦିଆଯାଉଛି ।

ସାଙ୍କେତିକ ଫଟୋ

Vice President Salary: ଶନିବାର ବିଜେପି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ (Jagdeep Dhankhar) ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବରେ ମନୋନୀତ କରିଛି । ବିଜେପିର ସଂସଦୀୟ ବୋର୍ଡ ବୈଠକ ପରେ ଦଳର ଜାତୀୟ ସଭାପତି ଜେପି ନଡ୍ଡା (JP Nadda) ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ୭୧ ବର୍ଷୀୟ ଜଗଦୀପ ଧନଖରଙ୍କ ନାମ ଘୋଷଣା କରିଥିଲେ । ଓ ବିରୋଧୀ ମାର୍ଗରେଟ୍ ଆଲଭାଙ୍କ (Margaret Alva) ନାମ ନିଜର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଜାଣନ୍ତୁ ଭାରତର ଉପରାଷ୍ଟ୍ରପତି କେତେ ଦରମା ଓ ଅନ୍ୟ କେଉଁ ସୁବିଧା ପାଆନ୍ତି । 

ଦେଶର ଉପରାଷ୍ଟ୍ରପତିଙ୍କ ଦରମା 'ସଂସଦ ଅଧିକାରୀଙ୍କ ଦରମା ଓ ଭତ୍ତା, ୧୯୫୩ ଅଧିନିୟମ' ଅନୁଯାୟୀ ସ୍ଥିର ହୋଇଛି । ଉପରାଷ୍ଟ୍ରପତି କୌଣସି ବେତନ ପାଆନ୍ତି ନାହିଁ । ଉପରାଷ୍ଟ୍ରପତି ମଧ୍ୟ ରାଜ୍ୟସଭାର ସଭାପତି, ତେଣୁ ତାଙ୍କୁ ସଭାପତିର ଦରମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇଥାଏ ।

ଉପରାଷ୍ଟ୍ରପତିଙ୍କୁ ମିଳିଥାଏ କେତେ ଟଙ୍କା ଦରମା?
ଖବର ଅନୁଯାୟୀ ଉପରାଷ୍ଟ୍ରପତିଙ୍କୁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ଦରମା ମିଳିଥାଏ । ଏହା ବ୍ୟତୀତ ସେମାନେ ଅନେକ ପ୍ରକାରର ଭତ୍ତା ମଧ୍ୟ ପାଆନ୍ତି । ଉପରାଷ୍ଟ୍ରପତି ଦୈନିକ ଭତ୍ତା, ମାଗଣା ଆବାସ, ଚିକିତ୍ସା, ଭ୍ରମଣ ଓ ଅନ୍ୟାନ୍ୟ ସୁବିଧା ପାଇବାକୁ ହକଦାର । ଉପରାଷ୍ଟ୍ରପତିଙ୍କ ପେନ୍‌ସନ୍‌ ବେତନର ୫୦% ଅଟେ ।

ଜଗଦୀପ ଧନଖର ଉପରାଷ୍ଟ୍ରପତି ହେବା ନିଶ୍ଚିତ?
ଉପରାଷ୍ଟ୍ରପତି ନିର୍ବାଚନରେ ​​ରାଜ୍ୟସଭା ଓ ଲୋକସଭା ସଦସ୍ୟମାନେ ଦେଶର ଉପରାଷ୍ଟ୍ରପତି ଚୟନ କରିବାକୁ ଭୋଟ୍ ଦେଇଥାନ୍ତି । ସଂସଦର ବର୍ତ୍ତମାନର ଶକ୍ତି ହେଉଛି ୭୮୦, ଯେଉଁଥିରୁ ବିଜେପିରେ ୩୯୪ ସାଂସଦ ଅଛନ୍ତି । ଜିତିବା ପାଇଁ ପ୍ରାର୍ଥୀଙ୍କୁ ୩୯୦ ରୁ ଅଧିକ ଭୋଟ୍ ଆବଶ୍ୟକ । ଏଭଳି ପରିସ୍ଥିତିରେ ଜଗଦୀପ ଧନଖର ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ହେବେ ବୋଲି ବିଶ୍ୱାସ କରାଯାଉଛି ।

ଉପରାଷ୍ଟ୍ରପତି ନିର୍ବାଚନ କେବେ ହେବ?
ଭାରତର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୫ ରେ ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଥିଲେ । ବିଜ୍ଞପ୍ତି ଅନୁସାରେ ଅଗଷ୍ଟ ୬ ରେ ନିର୍ବାଚନ ହେବ ଓ ଜୁଲାଇ ୧୯ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଅଟେ । ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ରେ ଶେଷ ହେଉଛି ।

ଏହା ବି ପଢ଼ନ୍ତୁ: କମ୍ ବୟସରେ ମଦ୍ୟପାନ ଅଧିକ ବିପଦ, ଜାଣନ୍ତୁ କେଉଁ ବୟସ ପାଇଁ ଏହା ଲାଭଦାୟକ

ଏହା ବି ପଢ଼ନ୍ତୁ: PM ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିୱାଲ; କହିଲେ- ମୋତେ ସିଙ୍ଗାପୁର ଯିବାକୁ ଅନୁମତି ନଦେବା ଭୁଲ୍