ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କଲେ ସିଆ ସେଣ୍ଟ୍ରାଲ ୱାକଫ୍ ବୋର୍ଡ ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି
Advertisement
Article Detail0/zeeodisha/odisha1041955

ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କଲେ ସିଆ ସେଣ୍ଟ୍ରାଲ ୱାକଫ୍ ବୋର୍ଡ ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି

ହିନ୍ଦୁ ଧର୍ମ ଗ୍ରହଣ କରିବା ପରେ ସେ ତ୍ୟାଗୀ ଜାତିରେ ସାମିଲ ହେବେ। 

ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କଲେ ସିଆ ସେଣ୍ଟ୍ରାଲ ୱାକଫ୍ ବୋର୍ଡ ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି

ନୂଆଦିଲ୍ଲୀ: ସୋମବାର ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ସିଆ ସେଣ୍ଟ୍ରାଲ ୱାକଫ୍ ବୋର୍ଡ ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି। ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାସ୍ଥିତ ଡାସନା ମନ୍ଦିର ମହନ୍ତ ଯତି ନରସିଂହାନନ୍ଦ ସରସ୍ୱତୀ ତାଙ୍କୁ ସନାତନ ଧର୍ମରେ ସାମିଲ କରିଛନ୍ତି। ହିନ୍ଦୁ ଧର୍ମ ଗ୍ରହଣ କରିବା ପରେ ରିଜଭି କହିଛନ୍ତି ମୋତେ ଇସଲାମରୁ ବାହାର କରାଯାଇଛି। ବର୍ତ୍ତମାନ ମୁଁ ସନାତନ ଧର୍ମ ଗ୍ରହଣ କରୁଛି।

ଇସଲାମ (Islam) ଛାଡି ହିନ୍ଦୁ (Hindu) ଧର୍ମ ଗ୍ରହଣ କରିବା ନେଇ ପୂର୍ବରୁ ଘୋଷଣା କରିଥିଲେ ସିଆ ସେଣ୍ଟ୍ରାଲ ୱାକଫ୍ ବୋର୍ଡ (Shia Waqf Board) ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି (Wasim Rizvi)। ଏବେ ତ୍ୟାଗୀ ଜାତିରେ (Tyagi Caste) ସାମିଲ ହେବେ। ବର୍ତ୍ତମାନ ତାଙ୍କ ନାଁ ଜିତେନ୍ଦ୍ର ନାରାୟଣ ସିଂହ ତ୍ୟାଗୀ (Jitendra Narayan Singh Tyagi) ହୋଇଯାଇଛି।

Also Read: ଧାର୍ମିକ ସୁଧାର: ମାଲେସିୟାରେ ହିଁ, ଭାରତରେ ନାଁ

କିଛି ଦିନ ପୂର୍ବେ ନିଜ ବିଷୟରେ ଏକ ଇଚ୍ଛା ପ୍ରକାଶ କରିଥିଲେ ୱାସିମ ରିଜଭି। ଏନେଇ ସେ କହିଥିଲେ ଯେ ତାଙ୍କ ମୃତ୍ୟୁ ପରେ ତାଙ୍କୁ କବର ଦେବା ଠିକ୍ ନୁହେଁ। ବରଂ ହିନ୍ଦୁ ରୀତିନୀତି ଅନୁଯାୟୀ ମୋତେ ଶବଦାହ କରାଯିବା ଆବଶ୍ୟକ। ଉତ୍ତର ପ୍ରଦେଶ (Uttar Pr5adesh) ଗାଜିଆବାଦ (Ghaziabad ) ଜିଲ୍ଲାସ୍ଥିତ ଡାସନା ମନ୍ଦିର (Dasna Devi Mandir) ମହନ୍ତ ଯତି ନରସିଂହାନନ୍ଦ ସରସ୍ୱତୀ (Mahant Yati Narsinghanand Saraswati) ତାଙ୍କୁ ସନାତନ (Sanatan) ଧର୍ମରେ ସାମିଲ କରାଇବା ପରେ ଏହାକୁ ସ୍ୱାଗତ କରିଛନ୍ତି ହିନ୍ଦୁ ଧର୍ମଗୁରୁ (Hindu Religious Leader)। ମୃତ୍ୟୁ ପରେ ମୋର ଅନ୍ତିମ ସଂସ୍କାର କରାଯିବା ଦରକାର । ତାଙ୍କ ଚିତାରେ ଅଗ୍ନି ମହନ୍ତ ଯତି ନରସିଂହାନନ୍ଦ ସରସ୍ୱତୀ ଦେବା ଆବଶ୍ୟକ।

ଅତୀତରେ ସେ 'କୁରାନ' ର ୨୬ ଆୟତ (Ayat of  Quran) ଉପରେ ଦାବି କରି କହିଥିଲେ ଏହାକୁ ପରେ ଇସଲାମ ଧର୍ମଗ୍ରନ୍ଥରେ (Islamic Scripture) ଯୋଡା ଯାଇଛି ଏବଂ ଏହା ସମାଜକୁ ସଠିକ୍ ବାର୍ତ୍ତା ଦେଉନାହିଁ। ହେଲେ ଏହାକୁ ବିରୋଧ କରିଥିଲେ ସଂଖ୍ୟାଲଘୁ ସଙ୍ଗଠନ. ଏହି ଆୟତକୁ ଧର୍ମଗ୍ରନ୍ଥରୁ ହଟାଇବା ପାଇଁ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଯେଉଁଠାରେ ତାଙ୍କୁ କୋର୍ଟର କଠୋର ଆଭିମୁଖ୍ୟର ସାମ୍ନା କରିବାକୁ ପଡିଥିଲା। ଏପରିକି ତାଙ୍କୁ ଜରିମାନା କରାଯାଇଥିଲା। 

Also Read: ନୂଆ ଧର୍ମକୁ ନେଇ ଆରବ ଜଗତରେ ତେଜିଲା ବିବାଦ

କିଛି ଦିନ ପୂର୍ବେ ରିଜଭି ଏକ ଭିଡି଼ଓ ଜାରି କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି। ସୁପ୍ରିମକୋର୍ଟରେ କରିଥିବା ଏକ ଆବେଦନ ପାଇଁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଉଛି।  ରିଜଭି ଦୀର୍ଘ ସମୟ ଧରି ମୌଳବାଦୀଙ୍କ ଟାର୍ଗେଟରେ ରହିଆସିଛନ୍ତି। ସେ ମୌଲବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ ଜାରି ରଖିଛନ୍ତି। ତାଙ୍କୁ ଅନେକ ଥର ମୃତ୍ୟୁ ଧମକ ଦିଆଯାଇଛି।