କାଳ ସାଜିଲା କୁହୁଡ଼ି: ଗୁଜୁରାଟ ପରେ ପଶ୍ଚିମବଙ୍ଗରେ ସିରିଜ ଦୁର୍ଘଟଣା, ୧୩ ମୃତ
Advertisement
Article Detail0/zeeodisha/odisha831453

କାଳ ସାଜିଲା କୁହୁଡ଼ି: ଗୁଜୁରାଟ ପରେ ପଶ୍ଚିମବଙ୍ଗରେ ସିରିଜ ଦୁର୍ଘଟଣା, ୧୩ ମୃତ

ଜଲପାଇଗୁଡ଼ି (Jalpaiguri) ଅଞ୍ଚଳରେ ମଙ୍ଗଳବାର ରାତିରେ ସମୟରେ ପ୍ରବଳ କୁହୁଡ଼ି (Heavy Fog) ହୋଇଥିବା ଦେଖିବାକୁ ମିଳିଛି। 

କାଳ ସାଜିଲା କୁହୁଡ଼ି: ଗୁଜୁରାଟ ପରେ ପଶ୍ଚିମବଙ୍ଗରେ ସିରିଜ ଦୁର୍ଘଟଣା, ୧୩ ମୃତ

କୋଲକାତା: ଗତକାଲି ଗୁଜୁରାଟର ସୁରତରେ (Surat) ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident) ମନରୁ ନ ଲିଭୁଣୁ ଆଜି ଅନୁରୂପ ଘଟଣା ଘଟିଛି ପଶ୍ଚିମବଙ୍ଗର (Westbengal) ଜଲପାଇଗୁଡ଼ିକ (Jalpaiguri) ଅଞ୍ଚଳରେ । ମଙ୍ଗଳବାର ରାତିରେ ସମୟରେ ଘନ କୁହୁଡ଼ି ଯୋଗୁଁ ସିରିଜ ଦୁର୍ଘଟଣା ଘଟିଛି । ସଦ୍ୟ ପ୍ରାପ୍ତ ମୁତାବକ ଏହି ଦୁର୍ଘଟଣାରେ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିବାରେ ଲାଗିଛି । ସେହିପରି ୧୮ ଜଣ ଗୁରୁତର ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । 

ଅଧିକ ପଢନ୍ତ: ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୫ ମୃତ

ମିଳିଥିବା ସୂଚନା ମୁତାବକ ଜଲପାଇଗୁଡ଼ି (Jalpaiguri) ଅଞ୍ଚଳରେ ମଙ୍ଗଳବାର ରାତିରେ ସମୟରେ ପ୍ରବଳ କୁହୁଡ଼ି (Heavy Fog) ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଏକ ପଥର ବୋଝେଇ ଟ୍ରକ ଦ୍ରୁତ ଗତିରେ ଯିବା ସମୟରେ ନିୟନ୍ତ୍ରଣ ହରାଇ ଅନ୍ୟ ଗାଡ଼ି ସହିତ ଧକ୍କା ହୋଇଥିଲା । ଏକ ସଂଗେ ଏକାଧିକ ଗାଡ଼ି ସହିତ ଧକ୍କା ହେବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା ।ଆହତ ବ୍ୟକ୍ତିବିଶେଷ ମାନଙ୍କୁ ଜଲପାଇଦଗୁଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ଜଲପାଇଗୁଡ଼ିକ ଏଏସପି ଡା. ସୁମନ୍ତ ରାୟ କହିବା ମୁତାବକ ମଙ୍ଗଳବାର ରାତି ପ୍ରାୟ ସାଢେ ନଅଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଏକ ପଥର ବୋଝେଇ ଏକ ଟ୍ରକ ମାୟାନାଲୀରୁ ମୟନାଗୁଡ଼ି ଆସୁଥିଲା । ଏହି ସମୟରେ ବିପରୀତ ଦିଗରୁ ଟାଟା ମ୍ୟାଡଜିକ ଓ ଭ୍ୟାନ ଆସୁଥିଲେ । ତେବେ ଘନ କୁହୁଡ଼ି କାରଣରୁ ଟ୍ରକଟି ପ୍ରଥମେ ଟାଟା ମ୍ୟାଜିକ ଓ ପରେ ମାରୁତି କାରକୁ ଧକ୍କା ଦେଇଥିଲା ଟ୍ରକ । 

ଅଧିକ ପଢନ୍ତୁ: ଏମିତି ଏକ ଦେଶ, ଯେଉଁଠି ରାସ୍ତା ମଝିରେ ଗାଡ଼ିରୁ ପେଟ୍ରୋଲ ସରିଗଲେ ମିଳେ କଠୋର ଦଣ୍ଡ

ଏହି ସମୟରେ ଟ୍ରକରୁ କିଛି ପଥର ଅନ୍ୟ ଗାଡ଼ି ଉପରେ ମଧ୍ୟ ପଡ଼ିଥିଲା । ଫଳରେ ଘଟଣା ସ୍ଥଳେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ୧୮ ଜଣ ଲୋକ ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ପଥର ବୋଝେଇ ଟ୍ରକ ଅନ୍ୟ ଏକ ଗାଡିକୁ ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଗାଡ଼ିକୁ ଧକ୍କା ଦେଇଥିଲେ । 

ତେବେ ଏସମ୍ପର୍କରେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହିତ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭରକୁ ମଧ୍ୟ ଗିରଫ କରିଥିବା ଜଣାପଡ଼ିଛି ।