କ’ଣ ଏହି କୋରନାର XE ଭାରିଏଣ୍ଟ, କେତେ ଶୀଘ୍ର ହୋଇଥାଏ ବିସ୍ତାର? ଜାଣନ୍ତୁ ବିଶେଷଜ୍ଞଙ୍କ ଜବାବ
Advertisement
Article Detail0/zeeodisha/odisha1145727

କ’ଣ ଏହି କୋରନାର XE ଭାରିଏଣ୍ଟ, କେତେ ଶୀଘ୍ର ହୋଇଥାଏ ବିସ୍ତାର? ଜାଣନ୍ତୁ ବିଶେଷଜ୍ଞଙ୍କ ଜବାବ

ଭାରତରେ XE ଭାରିଆଣ୍ଟର ପ୍ରଥମ ମାମଲା ପଞ୍ଜିକୃତ ହୋଇଛି । ବିଏମସି ପକ୍ଷରୁ ଏଭଳି ରିପୋର୍ଟ ଦିଆଯାଇଛି । ତେବେ କେନ୍ଦ୍ର ସରକାର ଆନୁଷ୍ଠାନିକ ଭାବରେ XE ଭାରିଏଣ୍ଟର କୌଣସି ନିଶ୍ଚିତ ମାମଲା ରିପୋର୍ଟ କରିନାହାଁନ୍ତି ଏବଂ ଏହି ଖବରକୁ ଖଣ୍ଡନ କରିଛନ୍ତି ।

କ’ଣ ଏହି କୋରନାର XE ଭାରିଏଣ୍ଟ, କେତେ ଶୀଘ୍ର ହୋଇଥାଏ ବିସ୍ତାର? ଜାଣନ୍ତୁ ବିଶେଷଜ୍ଞଙ୍କ ଜବାବ

Corana XE Variant: କୋରୋନା ଭୂତାଣୁ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏସିଆ ଏବଂ ୟୁରୋପର ଅନେକ ଦେଶ କୋରୋନାର ଚତୁର୍ଥ ଲହରର ସମ୍ମୁଖୀନ ହେଉଛନ୍ତି ।କୋରୋନାର ଅନେକ ନୂତନ ଭାରିଏଣ୍ଟ ଯୋଗୁଁ, ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

ଏହି ସମୟରେ, XE ଭାରିଆଣ୍ଟର ପ୍ରଥମ ମାମଲା ଭାରତରେ ପଞ୍ଜିକୃତ ହୋଇଛି । ମୁମ୍ବାଇର ବିଏମସି ପକ୍ଷରୁ ଏଭଳି ରିପୋର୍ଟ ଦିଆଯାଇଛି । ତେବେ କେନ୍ଦ୍ର ସରକାର ଆନୁଷ୍ଠାନିକ ଭାବରେ XE ଭାରିଏଣ୍ଟର କୌଣସି ନିଶ୍ଚିତ ମାମଲା ରିପୋର୍ଟ କରିନାହାଁନ୍ତି ଏବଂ ଏହି ଖବରକୁ ଖଣ୍ଡନ କରିଛନ୍ତି ।

ପ୍ରଶ୍ନ ହେଉଛି, XE ଭାରିଆଣ୍ଟ କେତେ ସଂକ୍ରାମକ ଏବଂ ନାଗରିକମାନଙ୍କୁ କେଉଁ ଜିନିଷଗୁଡିକ ଧ୍ୟାନ ଦେବାକୁ ପଡିବ । ମହାରାଷ୍ଟ୍ର କୋଭିଡ ଟାସ୍କ ଫୋର୍ସର ସଦସ୍ୟ ଡକ୍ଟର ଗୌତମ ଭନ୍ସାଲି ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ।

10% ଅଧିକ ସଂକ୍ରାମକ କିନ୍ତୁ ଲକ୍ଷଣ ଗମ୍ଭୀର ନୁହେଁ
ଡକ୍ଟର ଗୌତମ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ XE ଭାରିଏଣ୍ଟ ହେଉଛି ଓମିକ୍ରନର ଏକ ଅଂଶ ଯାହା B.A.1 ଏବଂ B.A.2 ର ମିଶ୍ରଣରେ ଗଠିତ । XE ଭାରିଏଣ୍ଟଟି 10% ଅଧିକ ସଂକ୍ରାମକ କିନ୍ତୁ ଏହାର ଲକ୍ଷଣ ଏତେ ଭୟଙ୍କର ନୁହେଁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାରିଏଣ୍ଟର 600 ରୁ ଅଧିକ ମାମଲା ଲଣ୍ଡନରେ ପଞ୍ଜୀକୃତ ହୋଇଛି କିନ୍ତୁ ବିପଦ ବିଷୟରେ କୌଣସି ଆଲୋଚନା ହୋଇନାହିଁ ।

ପ୍ରତିବନ୍ଧକ ଗୁଡିକ ଉପରେ ବର୍ତ୍ତମାନ ବିଚାର କରାଯାଇ ନାହିଁ
ମହାରାଷ୍ଟ୍ର କୋଭିଡ ଟାସ୍କ ଫୋର୍ସ ବର୍ତ୍ତମାନ କୌଣସି ପ୍ରତିବନ୍ଧକ ଉପରେ ପୁନର୍ବିଚାର କରୁନାହିଁ । ଲୋକଙ୍କୁ ଭୟଭୀତ ନକରିବାକୁ ଏବଂ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି । ଏଥି ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ମହିଳାଙ୍କ ରିପୋର୍ଟର ପୁନଃ ଯାଞ୍ଚ କରାଯିବ ଏବଂ ତା’ପରେ XE ଭାରିଏଣ୍ଟ ଅଛି କି ନାହିଁ ତାହା ନିଶ୍ଚିତ ହେବ ।

ଏହା ବି ପଢ଼ନ୍ତୁ: ପ୍ରଥମେ ଭାରତର ପାୱାର ଗ୍ରୀଡକୁ ଚିନର ଟାର୍ଗେଟ ଏବଂ ପରେ ପ୍ରତିକ୍ରିୟା- 'ପ୍ରମାଣ କେଉଁଠାରେ?'

 ଏହା ବି ପଢ଼ନ୍ତୁ: ଭ୍ଲାଦିମିର ପୁଟିନଙ୍କ ଝିଅମାନେ ଏପରି କ’ଣ କରନ୍ତି? ଯାହାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା