India China Conflict: ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସାଇବର ଘଟଣାର ଯାଞ୍ଚରେ ସମ୍ପୂର୍ଣ୍ଣ ପ୍ରମାଣ ରହିବା ଉଚିତ ଏବଂ ଅନ୍ୟଥାରେ କୌଣସି ସରକାରଙ୍କ ସହ ସମ୍ପର୍କ ଖରାପ କରିବା ଅନୁଚିତ ।
Trending Photos
ନୂଆଦିଲ୍ଲୀ: ଚୀନର ସନ୍ଦିଗ୍ଧ ସରକାରୀ ହ୍ୟାକରମାନେ (China Hackers) ଭାରତର ପାୱାର ସେକ୍ଟରକୁ ଟାର୍ଗେଟ କରିଛନ୍ତି । ହ୍ୟାକରମାନେ ଉତ୍ତର ଭାରତରେ ଅତି କମରେ 'ସାତ ଡିସ୍ପେଚ' କେନ୍ଦ୍ର ଉପରେ ଟାର୍ଗେଟ କରିଥିଲେ । ପୂର୍ବ ଲଦାଖର ଭାରତ-ଚୀନ୍ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଗ୍ରୀଡ୍ ନିୟନ୍ତ୍ରଣ ଏବଂ ବିଦ୍ୟୁତ୍ ବିତରଣ ପାଇଁ ରିଅଲ୍ ଟାଇମ୍ ଅପରେସନ୍ ପାଇଁ ଏହି କେନ୍ଦ୍ରଗୁଡ଼ିକ ଦାୟୀ ।
ଏବେ କେନ୍ଦ୍ର ସରକାର ମଧ୍ୟ ଏହା ନିଶ୍ଚିତ କରିଛନ୍ତି । କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ କହିଛନ୍ତି ଯେ ଲଦାଖ ନିକଟରେ ବିଦ୍ୟୁତ୍ ବିତରଣ ଷ୍ଟେସନକୁ ଟାର୍ଗେଟ କରିବାକୁ ଚୀନର ହ୍ୟାକରଙ୍କ ଦ୍ୱାରା ଦୁଇଥର ଚେଷ୍ଟା କରାଯାଇଥିଲା କିନ୍ତୁ ସଫଳ ହୋଇପାରି ନ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ସାଇବର ଆକ୍ରମଣର ମୁକାବିଲା ପାଇଁ ଆମେ ଆମର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିସାରିଛୁ ।
ଏହି ପ୍ରସଙ୍ଗରେ ଚୀନ୍ କ’ଣ କହିଛି?
ବର୍ତ୍ତମାନ ଚୀନ୍ ହ୍ୟାକିଂ ଉଦ୍ୟମକୁ ନେଇ ନିଜର ପ୍ରତିକ୍ରିୟା ରଖିଛି । ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ ଚିନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ସାଇବର ଘଟଣାର ଯାଞ୍ଚରେ ସମ୍ପୂର୍ଣ୍ଣ ପ୍ରମାଣ ରହିବା ଉଚିତ ଏବଂ ଅନ୍ୟଥାରେ କୌଣସି ସରକାରଙ୍କ ସହ ସମ୍ପର୍କ ଖରାପ କରିବା ଅନୁଚିତ ।
ଚୀନ୍ ସରକାର ସହିତ ଜଡ଼ିତ ହ୍ୟାକିଂ ଗ୍ରୁପ ଲିଙ୍କ୍
ଲୋଡ଼ ଡିସ୍ପେଚ ସେଣ୍ଟରରେ ଏହା ପୂର୍ବରୁ ରେଡେକୋ ନାମକ ହ୍ୟାକିଂ ଗ୍ରୁପ ଆଟାକ କରିଥିଲା । ରେକର୍ଡର୍ ଫ୍ୟୁଚର ରିପୋର୍ଟ ଅନୁସାରେ ଏହି ଗ୍ରୁପ ଏକ ବୃହତ ହ୍ୟାକିଂ ଗ୍ରୁପ୍ ସହିତ ଜଡିତ । ଆମେରିକାର ଅଧିକାରୀମାନେ ଏହି ଗ୍ରୁଫକୁ ଚୀନ୍ ସରକାର ସହିତ ଯୋଡିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ସରକାରଙ୍କ ସହ ଜଡିତ ଏହି ହ୍ୟାକିଂ ଗ୍ରୁଫ ପାୱାର ଗ୍ରୀଡକୁ ଟାର୍ଗେଟ କରି ଆର୍ଥିକ ଓ ପାରମ୍ପରିକ ଗୁପ୍ତ ତଥ୍ୟ ସଂଗ୍ରହ କରୁଛନ୍ତି, ଯାହାଦ୍ୱାରା ଭବିଷ୍ୟତରେ ଏହାର ବ୍ୟବହାର କରିବ ।
ଜରୁରୀକାଳୀନ ରେସ୍ପନ୍ସ ସିଷ୍ଟମକୁ ମଧ୍ୟ କରାଯାଇଥିଲା ଟାର୍ଗେଟ
ଏହା ସହିତ ହ୍ୟାକରମାନେ ଭାରତର ଜାତୀୟ ଜରୁରୀକାଳୀନ ରେସ୍ପନ୍ସ ସିଷ୍ଟମ ଏବଂ ବହୁରାଷ୍ଟ୍ରୀୟ ଲଜିଷ୍ଟିକ୍ କମ୍ପାନୀର ଏକ ସହାୟକ କମ୍ପାନୀକୁ ମଧ୍ୟ ଟାର୍ଗେଟ କରିଛନ୍ତି । TAG-38 ନାମକ ଏହି ହ୍ୟାକିଂ ଗ୍ରୁପ୍ ସେଡୋପ୍ୟାଡ୍ ନାମକ ଏକ ବିପଜ୍ଜନକ ସଫ୍ଟୱେର୍ ବ୍ୟବହାର କରିଛି । ଏହି ସଫ୍ଟୱେୟାରର ଲିଙ୍କଗୁଡିକ ଚୀନ୍ ସୈନ୍ୟ ଏବଂ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ସଂଯୁକ୍ତ ହୋଇଛି ।
ଏହା ବି ପଢ଼ନ୍ତୁ: ଭ୍ଲାଦିମିର ପୁଟିନଙ୍କ ଝିଅମାନେ ଏପରି କ’ଣ କରନ୍ତି? ଯାହାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା
ଏହା ବି ପଢ଼ନ୍ତୁ: ଖୁସି ଖବର: ଚଳିତ ବର୍ଷ କର୍ମଚାରୀଙ୍କ ଦରମାରେ ବମ୍ପର ବୃଦ୍ଧି କରିପାରନ୍ତି ଏସବୁ କମ୍ପାନୀ