Pakistan: କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ? ଭାରତ ଉପରେ କ'ଣ ରହିବ ପ୍ରଭାବ
Advertisement
Article Detail0/zeeodisha/odisha1141561

Pakistan: କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ? ଭାରତ ଉପରେ କ'ଣ ରହିବ ପ୍ରଭାବ

ଗତ ୨୮ ମାର୍ଚ୍ଚରେ ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଦେଶର ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲେ ବିରୋଧି ଦଳ ନେତା ଶାହୱାଜ ସରିଫ୍। 

Pakistan: କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ? ଭାରତ ଉପରେ କ'ଣ ରହିବ ପ୍ରଭାବ

ଇସଲାମାବାଦ: କୁହାଯାଏ ଇତିହାସ ନିଜେ ନିଜକୁ ଦୋହରାଇ ଥାଏ। ଯାହା ସଦ୍ୟ ପାକିସ୍ତାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟରୁ ଦୃଶ୍ୟମାନ ହେଉଛି। ୧୯୪୭ ମସିହାରେ ଗଠିତ ହୋଇଥିବା ପାକିସ୍ତାନ ଭଳି ଦେଶର ରାଜନୈତିକ ଇତିହାସ କୌଣସି ପ୍ରଧାନମନ୍ତ୍ରୀ ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରି ପାରିନାହାଁନ୍ତି। ଯାହାକୁ ପୁଣି ଦୋହଇବାକୁ ଯାଉଛନ୍ତି ବର୍ତ୍ତମାନର ପ୍ରଧାମନ୍ତ୍ରୀ ଇମ୍ରାନ ଖାନ। କାରଣ ସେ ତାଙ୍କର ସମ୍ପୂର୍ଣ୍ଣ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଆହୁରି ୧୭ ମାସ ସମୟ ବାକି ରହିଛି।   

ଗତ ୨୮ ମାର୍ଚ୍ଚରେ ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଦେଶର ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲେ ବିରୋଧି ଦଳ ନେତା ଶାହୱାଜ ସରିଫ୍। ଏହି ପ୍ରସ୍ତାବ ଉପରେ ଅପ୍ରେଲ ୩ ତାରିଖରେ ହେବାକୁ ଯାଉଛି ମତଦାନ। ଏହାକୁ ପାସ୍ କରିବା ପାଇଁ ୧୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଯଦି ଏହି ସଂକଳ୍ପ ପାରିତ ହୁଏ ତାହଲେ ଇମ୍ରାନ ଖାନଙ୍କ ସରକାର ଗାଦିଚ୍ୟୁତ ହେବା ସୁନିଶ୍ଚିତ। ପ୍ରସ୍ତାବ ଉପରେ ମତଦାନ BAP, MQM-P ଭଳି ସହଯୋଗୀ ଶାସକ ଦଳ PTI ପରିବର୍ତ୍ତେ ବିରୋଧଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଦେଶର ସଂସଦରେ ସଂଖ୍ୟା ଗଣିତ ରାଜନୀତିକୁ ଆହୁରି ଆକର୍ଷଣୀୟ କରିଛି। 

Also Read: ଅସୁସ୍ଥ ହୋଇପଡିଛନ୍ତି ଇମ୍ରାନ ଖାନ; ଚିକିତ୍ସା ଉପାୟ କହିଲେ ଶାହୱାଜ ସରିଫ୍

ପାକିସ୍ତାନ ଜାତୀୟ ସଂସଦରେ ସଂଖ୍ୟା ଗଣତିରୁ ଏହା ସ୍ପଷ୍ଟ ହୋଇଯିବା ପାକିସ୍ତାନର ଇମ୍ରାନ ଖାନଙ୍କ ସରକାର କ୍ଷମତାସୀନ ହେବ ନାଁ ଗାଦିଚ୍ୟୁତ ହେବ। ଯଦି PTI ସରକାର ଗାଦିଚ୍ୟୁତ ହୁଏ ତାହେଲେ ଦେଶର ରାଜନୀତିରେ କେଉଁ ପରିସ୍ଥିତି ସୃଷ୍ଟି ହେବ ଏବଂ ଭାରତ ଉପରେ ଏହାର କ'ଣ ପ୍ରଭାବ ରହିବ?  

PTI ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆହୁରି ୧୭ ମାସ ବାକି ରହିଛି। ହେଲେ ତାଙ୍କ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବର ସାମ୍ନା କରିବା ପାଇଁ ଶୀଘ୍ର ନିର୍ବାଚନ ଘୋଷଣା କରିପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ଗୃହ ମନ୍ତ୍ରୀ ଶେଖ ରସିଦ ଅହମ୍ମଦ ସ୍ପଷ୍ଟ ଭାବେ ସୂଚିତ କରିଛନ୍ତି ଯେ ଯେଉଁମାନେ ଦଳ ବଦଳାଉଛନ୍ତି ସେମାନେ ମନେ ରଖିବା ଉଚିତ ଯେ ଦେଶରେ ଆଗୁଆ ନିର୍ବାଚନ ମଧ୍ୟ ହୋଇପାରେ।

ଯଦି ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ହୁଏ ତାହେଲେ ଇମ୍ରାନ ଖାନଙ୍କ ସରକାର ପତନ ହେବାର ସମ୍ଭାବନା ଅଧିକ। ଏଭଳି ପରିସ୍ଥିତିରେ ଏକ ନୂତନ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରାଯିବ। ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ PML-N ନେତା ଶାହୱାଜ ସରିଫଙ୍କ ନାମ ଶୀର୍ଷରେ ଅଛି। ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ। ଏହା ବ୍ୟତୀତ ପିପିପି ପକ୍ଷରୁ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କୁ ମଧ୍ୟ ନୂତନ ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। ଏହି ସରକାରର କାର୍ଯ୍ୟକାଳ ୨୦୨୩ ଅଗଷ୍ଟ ପର୍ଯ୍ୟନ୍ତ ରହିବ। ଏହାର ୬୦ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ।

ପାକିସ୍ତାନ ରାଜନୀତିରେ ଏପରି ପରିସ୍ଥିତି ସୃଷ୍ଟି ହୋଇପାରେ ଯେ ଯଦି PTI ସରକାରର ପତ୍ତନ ହୁଏ ଆଉ ସରକାର ଗଠନ କରିବା ପାଇଁ ବିରୋଧି ଦଳକୁ ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ନ ମିଳେ। ତାହେଲେ ଏଭଳି ପାକିସ୍ତାନ ସଂସଦକୁ ଭଙ୍ଗ କରାଯିବ ସହ ୨ ମାସ ମଧ୍ୟରେ ପୁନର୍ବାର ନିର୍ବାଚନ ଅନୁଷ୍ଠିତ କରାଯାଇପାରେ। ଏହା ମଧ୍ୟ ହୋଇପାରେ ଯେ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ନିର୍ବାଚନ ପାଇଁ ୨୦୨୩ ପର୍ଯ୍ୟନ୍ତ ଅପେକ୍ଷା କରାନଯାଏ କିମ୍ବା ଶୀଘ୍ର ନିର୍ବାଚନ ଘୋଷଣା କରାଯାଏ। ହେଲେ ଏହାର ସମ୍ଭାବନା ଅତ୍ୟନ୍ତ କମ୍।  

ତାଙ୍କ ସରକାରକୁ ହଟାଇବା ଲାଗି ବିଦେଶୀ ଷଡ଼ଯନ୍ତ୍ର ରହିଥିବା ନେଇ ଅଭିଯୋଗ ଆଣିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଯଦି ତାଙ୍କ ସରକାର ଗାଦିଚ୍ୟୁତ ହୋଇଯାଏ ତାହେଲେ ରାଜନୈତିକ ଅସ୍ଥିରତାର ବାହାନା ଦେଖାଇ ଦେଶର ପୁନର୍ବାର ସାମରିକ ଶାସନ ଲାଗୁ କରିପାରେ ପାକିସ୍ତାନୀ ସେନା। ଯଦିଓ ଏହାର ସମ୍ଭାବନା ବହୁତ କମ୍ ରହିଛି ହେଲେ ଏଭଳି ଘଟଣା ପୂର୍ବରୁ ଘଟିସାରିଛି। ସ୍ୱାଧିନତା ପର ଠାରୁ ୪ ଥର ଦେଶର ଶାସନ କ୍ଷମତା ହାତକୁ ନେଇ ନେଇସାରିଛ ପାକିସ୍ତାନ ସୈନ୍ୟବାହିନୀ। 

Also Read: ଗାଦି ଛାଡିବା ପୂର୍ବରୁ ଆମେରିକା ବିରୋଧରେ ବର୍ଷିଲେ ଇମ୍ରାନ ଖାନ; ଉଠାଇଲେ କାଶ୍ମୀର ପ୍ରସଙ୍ଗ

ଯଦି ଇମ୍ରାନ ଖାନ ଗାଦିଚ୍ୟୁତ ହୁଅନ୍ତି ତାହଲେ ଭାରତ ଉପରେ ଏହାର କୌଣସି ବିଶେଷ ପ୍ରଭାବ ପଡ଼ିବ ନାହିଁ। କାରଣ ପାକିସ୍ତାନ ରାଜନୀତି ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ପାକିସ୍ତାନୀ ସେନା କିମ୍ବା  ଗୁଇନ୍ଦା ବାହିନୀ ନେଇଥାଏ। ସେଠାରେ ସରକାର ଯିଏ ମଧ୍ୟ ଗଠନ କଲେ ମଧ୍ୟ ସେଠାରେ ବୈଦେଶିକ ଅଥବା ସାମରିକ ପ୍ରସଙ୍ଗରେ ନିଷ୍ପତ୍ତି ସରକାର ନୁହେଁ ସେନା ଅଥବା ଗୁଇନ୍ଦା ବିଭାଗ ନେଇଥାଏ। ପାକିସ୍ତାନରେ ହେଉଥିବା କ୍ଷମତା ପରିବର୍ତ୍ତନର କୌଣସି ପ୍ରଭାବ ଭାରତ ଉପରେ ଅନୁଭୂତ ହେବାର ସମ୍ଭାବନା ବହୁତ କମ। କାରଣ ଯଦି ସେଠାରେ ନୂଆ ସରକାର ଗଠିତ ହୁଏ ତାହେଲେ ଏହା ବିଭିନ୍ନ ଦଳର ମେଣ୍ଟକୁ ନେଇ ଗଠିତ ହେବ। ଯିଏ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ରଖିବାକୁ ନେଇ ସେଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବ ନାହିଁ। କାରଣ ସେଠାକାର ରାଜନୀତିରେ ବୈଦେଶିକ ଅଥବା ସାମରିକ ପ୍ରସଙ୍ଗରେ ନିଷ୍ପତ୍ତି ପାକିସ୍ତାନୀ ସେନା କିମ୍ବା ଗୁଇନ୍ଦା ବାହିନୀ ନେଇଥାଏ।