କୋରୋନାର ନୂତନ ରୂପକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା, କିନ୍ତୁ WHO ଦେଲା ଖୁସି ଖବର
Advertisement

କୋରୋନାର ନୂତନ ରୂପକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା, କିନ୍ତୁ WHO ଦେଲା ଖୁସି ଖବର

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଜରୁରୀକାଳୀନ ମୁଖ୍ୟ ମାଇକେଲ ରିୟାନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମହାମାରୀ ଆରମ୍ଭ ସମୟରେ ନୂତନ ଷ୍ଟ୍ରେନ୍ (ପ୍ରକାର) ମିଳିବା ସ୍ୱାଭାବିକ ଏବଂ ନୂତନ ପ୍ରକାର 'ଅନିୟନ୍ତ୍ରିତ' ନୁହେଁ ।

କୋରୋନାର ନୂତନ ରୂପକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା, କିନ୍ତୁ WHO ଦେଲା ଖୁସି ଖବର

ନୂଆଦିଲ୍ଲୀ: ବ୍ରିଟେନରେ ମିଳିଥିବା ନୂତନ ପ୍ରକାରର କୋରୋନା ଭୂତାଣୁ (Coronavirus) ସମଗ୍ର ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । କିଛି ଦିନ ପୂର୍ବେ ଲୋକମାନେ ଟିକା (Vaccine) ର ଆସିବାର ଖୁସି ପାଳନ କରୁଥିବାବେଳେ ବର୍ତ୍ତମାନ ଏହି ନୂତନ ପ୍ରକାରର ଭୂତାଣୁ କିପରି ମୁକାବିଲା କରାଯିବ ସେ ନେଇ ଚିନ୍ତା ପ୍ରକଟ କରାଯାଉଛି । ନିକଟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ ଏହି ନୂତନ ପ୍ରକାରର କୋରୋନା ପୂର୍ବ ଅପେକ୍ଷା ୭୦ ପ୍ରତିଶତ ଅଧିକ ସଂକ୍ରାମକ ହୋଇପାରେ । ତଥାପି, ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ଯେ ସଂକ୍ରମିତ ହେବା ସହିତ ଏହା ଅଧିକ ମାରାତ୍ମକ ଅଟେ । ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହା ସହ ଜଡିତ ବିପଦ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛି ।

ଅଧିକ ପଢ଼ନ୍ତୁ:-ଏଲଇଡି ଲାଇଟ୍ ଶେଷ କରିପାରେ କୋରୋନା ଭୂତାଣୁ!

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ମୁଖ୍ୟ ମାଇକେଲ ରିୟାନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମହାମାରୀ ଆରମ୍ଭ ସମୟରେ ନୂତନ ଷ୍ଟ୍ରେନ୍ (ପ୍ରକାର) ମିଳିବା ସ୍ୱାଭାବିକ ଏବଂ ନୂତନ ପ୍ରକାର 'ଅନିୟନ୍ତ୍ରିତ' ନୁହେଁ । ଅନ୍ୟପକ୍ଷେ ରବିବାର ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହାନକକ୍ ଏହି ନୂତନ ପ୍ରକାରର ଭୂତାଣୁ ପାଇଁ 'ଅନିୟନ୍ତ୍ରିତ' ଶବ୍ଦ ବ୍ୟବହାର କରି ଅନେକ ଚିନ୍ତା ବଢାଇ ଦେଇଥିଲେ ।

ମାଇକେଲ୍ ରିୟାନ୍ କହିଛନ୍ତି ଯେ, ବର୍ତ୍ତମାନ ଆମ ପାଖରେ ଥିବା ପଦକ୍ଷେପ ହେଉଛି ସଠିକ୍ ପଦକ୍ଷେପ । ଆମେ ଯାହା କରୁଛୁ ତାହା କରିବା ଆବଶ୍ୟକ, କେବଳ ଏହାକୁ ଟିକିଏ ଅଧିକ ତୀବ୍ରତା ସହିତ କରିବାକୁ ହେବ ଏବଂ କିଛି ସମୟ ପାଇଁ ନିଶ୍ଚିତ କରିବାକୁ ହେବ ଯେ ଆମେ ଭୂତାଣୁକୁ ନିୟନ୍ତ୍ରଣରେ ରଖିପାରିବା । 

ଅଧିକ ପଢ଼ନ୍ତୁ:-କେବଳ ୨୨୦ ଟଙ୍କାରେ କିଣନ୍ତୁ LPG ସିଲିଣ୍ଡର, ଜାଣନ୍ତୁ ଏତେ କମ୍ ଦରରେ କିପରି ମିଳିବ?

କୋରୋନାର ଏହି ନୂତନ ଷ୍ଟ୍ରେନ୍ (ପ୍ରକାର) ର ପ୍ରସାରକୁ ରୋକିବା ପାଇଁ ୪୦ରୁ ଅଧିକ ଦେଶ ବ୍ରିଟେନରୁ ଆସୁଥିବା ଯାତ୍ରୀ ଉପରେ ରୋକ ଲଗାଇଦେଇଛନ୍ତି । ଯେଉଁଥିରେ ଭାରତ ସମେତ ଫ୍ରାନ୍ସ, ଇରାନ ଏବଂ କାନାଡା ପରି ଦେଶ ସାମିଲ ଅଛନ୍ତି । ଏହା ବ୍ୟତୀତ ସାଉଦି ଆରବ, କୁଏତ ଏବଂ ଓମାନ ମଧ୍ୟ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସୀମା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ପ୍ରଶାନ୍ତ କିଶୋରଙ୍କୁ ଅଲ୍ଟିମେଟମ୍ ଦେଲେ ମମତା!

ବ୍ରିଟେନ, ଡେନମାର୍କ, ଅଷ୍ଟ୍ରେଲିଆ, ଇଟାଲୀ ଏବଂ ନେଦରଲ୍ୟାଣ୍ଡରେ କୋରୋନା ଭୂତାଣୁର ନୂତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ଅନେକ ଦେଶ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଲୋକଙ୍କୁ ମଧ୍ୟ ବାରଣ କରୁଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ସେଠାରେ ଆଉ ଏକ ନୂତନ ଷ୍ଟ୍ରେନ୍ (ପ୍ରକାର) ଭୂତାଣୁ ମଧ୍ୟ ଦେଖିବାକୁ ମିଳିଛି, ଯାହା ବ୍ରିଟେନରେ ମିଳୁଥିବା ଷ୍ଟ୍ରେନ୍ ଠାରୁ ଭିନ୍ନ ଅଟେ ।